ଭାରତୀୟ ଚିକିତ୍ସକ ସଂଘ ସମ୍ବଲପୁର ଶାଖାର ନିର୍ବାଚନ ଆମ ଓଡ଼ିଶାନିଉଜ ଆଲର୍ଟ By ସମାଜ ପୋର୍ଟାଲ ଡେସ୍କ Last updated Mar 30, 2021 Share ସମ୍ବଲପୁର: ଭାରତୀୟ ଚିକିତ୍ସକ ସଂଘ (ଇଣ୍ଡିଆନ ମେଡିକାଲ ଏସୋସିଏସନ)ର ସମ୍ବଲପୁର ଶାଖାର ବାର୍ଷିକ ନିର୍ବାଚନ ରବିବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମୋଦିପଡା ସ୍ଥିତ ଆଇଏମଏସ ହାଉସ ଠାରେ ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ନିର୍ବାଚନରେ ସଂଘର ବରିଷ୍ଠ ସଦସ୍ୟ ଡା. ରମାବଲ୍ଲଭ ମିଶ୍ର ନିର୍ବାଚନ ଅଧିକାରୀ ରୂପେ ଦାୟିତ୍ୱ ନିର୍ବାହ କରିଥିଲେ। ଆସନ୍ତା ୨୦୨୧-୨୨ ବର୍ଷ ପାଇଁ ଶାଖାର ସଭାପତି ରୂପେ ଡା. କୋଦଣ୍ଡ ରାଓ, ଉପ ସଭାପତି ଡା. ବିନୋଦ ବିହାରୀ ନାୟକ, ଡା. ଲକ୍ଷ୍ମୀ ନାରାୟଣ ରଥ, ସମ୍ପାଦକ ଡା. ସୁନୀଲ କୁମାର ଶର୍ମା ନିର୍ବାଚିତ ହୋଇଛନ୍ତି। Related Posts ସିବିଆଇ ପୂର୍ବତନ ନିର୍ଦ୍ଦେଶକ ରଣଜିତ… Apr 16, 2021 ସୁନ୍ଦରଗଡ଼ର ୨ ବିଜେଡ଼ି ନେତା ଦଳରୁ ବହିଷ୍କୃତ Apr 16, 2021 ସେହିପରି ଯୁଗ୍ମ ସମ୍ପାଦକ ଡା. ଇପସିତ ପଣ୍ଡା, ଡା. ରବି ନାରାୟଣ ମିଶ୍ର, ଏକାଡେମିକ ସମ୍ପାଦକ ଡା. ପ୍ରଭାସ ଦେବତା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡା. ବିଜୟ କୁମାର ଦତ୍ତ, ଡା. ରାଜକୁମାର ବଡପଣ୍ଡା, କେନ୍ଦ୍ର କାର୍ଯ୍ୟକାରିଣୀ ସଦସ୍ୟ ଡା. ସୁରେଶ ଚନ୍ଦ୍ର ଦାନୀ, ଡା. ଚନ୍ଦ୍ରକାନ୍ତ ମୋଦୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ରୂପେ ଡା. କବିରଦାସ ପୁରୋହିତ, ଡା. ପ୍ରଦୀପ୍ତ କୁମାର ପଣ୍ଡା, ଡା. ସୁଶୀଲ କୁମାର ପତି, ଡା. ରମାବଲ୍ଲଭ ମିଶ୍ର, ଡା. ବ୍ୟାସଦେବ ହୋତା, ଡା. ପ୍ରଜ୍ଞା ପଣ୍ଡା, ଡା. ରମେନ୍ଦ୍ର କୁମାର ସାହୁ, ଡା. ସଞ୍ଜୀବ କୁମାର ମିଶ୍ର, ଡା. ମନସ୍ୱିନୀ ଆଚାର୍ଯ୍ୟ, ଡା. ଦିଲ୍ଲୀପ କୁମାର ପଟ୍ଟନାୟକ ଓ ଡା. ଅଶ୍ୱିନୀ କୁମାର ମିଶ୍ର ନିର୍ବାଚିତ ହୋଇଛନ୍ତି ବୋଲି ଆଇଏମଏସ ସମ୍ପାଦକ ସୁନୀଲ ଶର୍ମା କହିଛନ୍ତି। Share FacebookTwitterWhatsApp