ନିର୍ବାଚନରେ କଟକଣା କୋହଳ ; ସଭା ପାଇଁ ତିନି ଶହ , ପ୍ରଚାର ପାଇଁ ୨୦

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଟକଣା କୋହଳ ନେଇ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି। ଏଣିକି ୨୦ ଜଣଙ୍କୁ ନେଇ ଘରକୁ ଘର ପ୍ରଚାର କରାଯାଇପାରିବ। ଏହାସହ ରାଜନୈତିକ ସଭାକୁ ରାଜ୍ୟ ନିର୍ବାଚନ କମିଶନର ଅନୁମତି ଦେଇଛନ୍ତି। ତିନି ଶହ ଲୋକଙ୍କୁ ନେଇ ରାଜନୈତିକ ସଭା କରାଯାଇପାରିବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢୀଙ୍କ ପକ୍ଷରୁ ସୂଚନା ମିଳିଛି। ପୂର୍ବପରି ରାଲି, ପଦଯାତ୍ରା, ବାଇକ ରାଲି ଉପରେ କଟକଣା ବଳବତ୍ତର ରହିବ।

Comments are closed.