ଆଜି ପୌର ଉପାଧ୍ୟକ୍ଷ ନିର୍ବାଚନ

ଭୁବନେଶ୍ବର: ରାଜ୍ୟର ୧୦୫ ପୌରାଞ୍ଚଳ ପାଇଁ ଆଜି ଉପାଧ୍ୟକ୍ଷ ନିର୍ବାଚନ ହେବ । ତାହା ସହ ୩ ମହାନଗର ନିଗମର ଡେପୁଟି ମେୟର ପଦବୀ ପାଇଁ ମଧ୍ୟ ଆଜି ନିର୍ବାଚନ କରାଯିବ । ପୌରସଂସ୍ଥାର ଉପାଧ୍ୟକ୍ଷ ପାଇଁ ଯେଉଁ ସମୟ ସୂଚୀ ଧାର୍ଯ୍ୟ ହୋଇଛି ସେହି ଅନୁଯାୟୀ ଡେପୁଟି ମେୟର ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏନେଇ ସମସ୍ତ ପୌରାଞ୍ଚଳ ଓ ମହାନଗର ନିଗମରେ ପ୍ରସ୍ତୁତି କରାଯାଇଛି । ଶାନ୍ତିଶୃଙ୍ଖଳାରେ ନିର୍ବାଚନ ହେବା ନେଇ ବ୍ୟାପକ ବ୍ୟବସ୍ଥା ହୋଇଛି । ଦିନ ୧୦ଟାରୁ ୧୧ଟା ମଧ୍ୟରେ ପ୍ରାର୍ଥୀ ମାନେ ନାମାଙ୍କନ ଦାଖଲ କରିବେ​‌ । ମଧ୍ୟାହ୍ନ ୧୨ଟା ମଧ୍ୟରେ ନାମାଙ୍କନ ପତ୍ରର ଯାଞ୍ଚ କରାଯିବା ନେଇ ସୂଚନା ଦିଆଯାଇଛି । ଏଥି ସହିତ ଦିନ ଗୋଟାଏ ପୂର୍ବରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଛି । ଦିନ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ଉପାଧ୍ୟକ୍ଷ ପାଇଁ ମତଦାନ ହେବ  । ମତଦାନ ଶେଷ ପରେ ଭୋଟ୍‌ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ । ତେବେ ମିଳିଥିବା ସୂଚନା ଅନୁସାରେ ୩ ମହାନଗର ନିଗମରେ ହେବାକୁ ଥିବା ଡେପୁଡି ମେୟର ପଦବୀ ପାଇଁ ୩ ଦିନ ସମୟ ଧାର୍ଯ୍ୟ କରାଯାଇଛି । ଏଥିଲାଗି ଏପ୍ରିଲ ୭, ୮ ଓ ୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । କଟକରେ ୭ତାରିଖ, ବ୍ରହ୍ମପୁରରେ ୮ତାରିଖ ଓ ଭୁବନେଶ୍ବରରେ ୯ ତାରିଖ ନିର୍ବାଚନ କରାଯିବ ।

Comments are closed.