ମହାରାଷ୍ଟ୍ର ଓ ହରିୟାଣାରେ ଚାଲିଛି ମତଦାନ

ମୁମ୍ବଇ/ଚଣ୍ଡୀଗଡ଼: ମହାରାଷ୍ଟ୍ର ଏବଂ ହରିୟାଣାରେ ବିଧାନସଭା ନିର୍ବାଚନ ଲାଗି ସୋମବାର ଭୋଟଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ଉଭୟ ରାଜ୍ୟରେ ମତଦାନ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହା ଚାଲିବ। ମହାରାଷ୍ଟ୍ରରେ ୨୮୮ ଆସନରେ ଭୋଟଗ୍ରହଣ ହେଉଛି। ମୋଟ ୩୨୩୭ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରେ ୨୩୫ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ୬୬ ହଜାର ୬୬୧ ବୁଥରେ ରାଜ୍ୟର ପ୍ରାୟ ୮କୋଟି ୯୦ ଲକ୍ଷ ଭୋଟର ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସେହିପରି ହରିୟାଣାରେ ୯୦ ଆସନରେ ଭୋଟ ଅନୁଷ୍ଠିତ ହେଉଥିବାବେଳେ ୧୧୬୮ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି। ରାଜ୍ୟର ୧ କୋଟ ୮୦ ଲକ୍ଷ ଭୋଟର ପ୍ରାର୍ଥୀମାନଙ୍କ ଭାଗ୍ୟ ସ୍ଥିର କରିବେ।

ଏହାବ୍ୟତୀତ ଦେଶର ୧୮ଟି ରାଜ୍ୟର ୫୧ଟି ବିଧାନସଭା ଏବଂ ୨ଟି ଲୋକସଭା ଆସନରେ ଉପନିର୍ବାଚନ ପାଇଁ ମତଦାନ ଚାଲିଛି। ଶାନ୍ତିଶୃଙ୍ଖଳାର ସହିତ ମତଦାନ ଲାଗି ସମସ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Comments are closed.