ଦିଲ୍ଲୀ ବିଧାନସଭା ନିର୍ବାଚନ : ୧୧ଟା ସୁଦ୍ଧା ୬.୯୬% ମତଦାନ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଶନିବାର ପୂର୍ବାହ୍ନ ୧୧ଟା ସୁଦ୍ଧା ୬.୯୬% ମତଦାନ ସାବ୍ୟସ୍ତ ହୋଇଛି। ଏନେଇ ଭାରତୀୟ ନିର୍ବାଚନ କମିଶନ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନା ଯୋଗ୍ୟ, ଦିନ ୧୦ ଟା ସୁଦ୍ଧା ୫.୫୧ % ମତଦାନ ହୋଇଥିଲା। ସକାଳ ୮ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ କରାଯିବ। ମତଦାନ ପ୍ରକ୍ରିୟାରେ ୧୪.୭ ନିୟୁତରୁ ଅଧିକ ଭୋଟର ୬୭୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

Comments are closed.