୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳ ପାଇଁ ଘୋଷଣା ହେଲା ନିର୍ବାଚନ ତାରିଖ

ଚାରିଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଆଜି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ତାରିଖ ଘୋଷଣା କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ବିଷୟ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଏବଂ ପୁଡୁଚେରୀରେ ଏହି ନିର୍ବାଚନ ଅନୁଷ୍ଠିତ ହେବ।

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ଆସାମରେ ୩ଟି ପର୍ଯ୍ୟାୟରେ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ୩୭ଟି ବିଧାନସଭା ଆସନ ପାଇଁ ମାର୍ଚ୍ଚ ୨ରେ ବିଜ୍ଞପ୍ତି ପ୍ରକାଶ ପାଇବ ଓ ମନୋନୟନ ପତ୍ର ଦାଖଲର ଶେଷ ସମୟ ମାର୍ଚ୍ଚ ୯ ରହିଛି। ମାର୍ଚ୍ଚ ୧୦ରେ ମନୋନୟନ ପତ୍ର ଯାଞ୍ଚ ସହ ମାର୍ଚ୍ଚ ୧୨ ତାରିଖକୁ ମନୋନୟନ ପତ୍ର ପ୍ରତ୍ୟାହାର ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି। ଏହି ପର୍ଯ୍ୟାୟରେ ମାର୍ଚ୍ଚ ୨୭ରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଆସନ୍ତା ମେ ମାସ ୨ ତାରିଖରେ ଭୋଟ ଗଣତି ହେବ।

ଆସାମ: ୨ୟ ପର୍ଯ୍ୟାୟ ନିର୍ବାଚନ
ବିଧାନସଭା ଆସନ ସଂଖ୍ୟା: ୩୯
ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖ: ୦୫.୦୩.୨୦୨୧
ମନୋନୟନ ପତ୍ର ଦାଖଲ ଶେଷ ସମୟ: ୧୨.୦୩.୨୦୨୧
ମନୋନୟନ ପତ୍ର ଯାଞ୍ଚ ସମୟ: ୧୩.୦୩.୨୦୨୧
ମନୋନୟନ ପତ୍ର ପ୍ରତ୍ୟାହାର ସମୟ: ୧୭.୦୩.୨୦୨୧
ମତଦାନ ତାରିଖ: ୦୧.୦୪.୨୦୨୧
ଭୋଟ ଗଣତି ତାରିଖ: ୦୨.୦୫.୨୦୨୧

ଆସାମ: ୩ୟ ପର୍ଯ୍ୟାୟ ନିର୍ବାଚନ
ବିଧାନସଭା ଆସନ ସଂଖ୍ୟା: ୪୭
ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖ: ୧୨.୦୩.୨୦୨୧
ମନୋନୟନ ପତ୍ର ଦାଖଲ ଶେଷ ସମୟ: ୧୯.୦୩.୨୦୨୧
ମନୋନୟନ ପତ୍ର ଯାଞ୍ଚ ସମୟ: ୨୦.୦୩.୨୦୨୧
ମନୋନୟନ ପତ୍ର ପ୍ରତ୍ୟାହାର ସମୟ: ୨୨.୦୩.୨୦୨୧
ମତଦାନ ତାରିଖ: ୦୬.୦୪.୨୦୨୧
ଭୋଟ ଗଣତି ତାରିଖ: ୦୨.୦୫.୨୦୨୧

କେରଳ: ଗୋଟିଏ ପର୍ଯ୍ୟାୟ ନିର୍ବାଚନ
ବିଧାନସଭା ଆସନ ସଂଖ୍ୟା: ୧୪୭
ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖ: ୧୨.୦୩.୨୦୨୧
ମନୋନୟନ ପତ୍ର ଦାଖଲ ଶେଷ ସମୟ: ୧୯.୦୩.୨୦୨୧
ମନୋନୟନ ପତ୍ର ଯାଞ୍ଚ ସମୟ: ୨୦.୦୩.୨୦୨୧
ମନୋନୟନ ପତ୍ର ପ୍ରତ୍ୟାହାର ସମୟ: ୨୨.୦୩.୨୦୨୧
ମତଦାନ ତାରିଖ: ୦୬.୦୪.୨୦୨୧
ଭୋଟ ଗଣତି ତାରିଖ: ୦୨.୦୫.୨୦୨୧

ତାମିଲନାଡୁ: ଗୋଟିଏ ପର୍ଯ୍ୟାୟ ନିର୍ବାଚନ
ବିଧାନସଭା ଆସନ ସଂଖ୍ୟା: ୨୩୪
ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖ: ୧୨.୦୩.୨୦୨୧
ମନୋନୟନ ପତ୍ର ଦାଖଲ ଶେଷ ସମୟ: ୧୯.୦୩.୨୦୨୧
ମନୋନୟନ ପତ୍ର ଯାଞ୍ଚ ସମୟ: ୨୦.୦୩.୨୦୨୧
ମନୋନୟନ ପତ୍ର ପ୍ରତ୍ୟାହାର ସମୟ: ୨୨.୦୩.୨୦୨୧
ମତଦାନ ତାରିଖ: ୦୬.୦୪.୨୦୨୧
ଭୋଟ ଗଣତି ତାରିଖ: ୦୨.୦୫.୨୦୨୧

ପୁଡୁଚେରୀ: ଗୋଟିଏ ପର୍ଯ୍ୟାୟ ନିର୍ବାଚନ
ବିଧାନସଭା ଆସନ ସଂଖ୍ୟା: ୩୦
ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖ: ୧୨.୦୩.୨୦୨୧
ମନୋନୟନ ପତ୍ର ଦାଖଲ ଶେଷ ସମୟ: ୧୯.୦୩.୨୦୨୧
ମନୋନୟନ ପତ୍ର ଯାଞ୍ଚ ସମୟ: ୨୦.୦୩.୨୦୨୧
ମନୋନୟନ ପତ୍ର ପ୍ରତ୍ୟାହାର ସମୟ: ୨୨.୦୩.୨୦୨୧
ମତଦାନ ତାରିଖ: ୦୬.୦୪.୨୦୨୧
ଭୋଟ ଗଣତି ତାରିଖ: ୦୨.୦୫.୨୦୨୧

ପଶ୍ଚିମବଙ୍ଗ: ୮ଟି ପର୍ଯ୍ୟାୟରେ ନିର୍ବାଚନ: ପ୍ରଥମ ପର୍ଯ୍ୟାୟ
ବିଧାନସଭା ଆସନ ସଂଖ୍ୟା: ୩୦
ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖ: ୦୨.୦୩.୨୦୨୧
ମନୋନୟନ ପତ୍ର ଦାଖଲ ଶେଷ ସମୟ: ୦୯.୦୩.୨୦୨୧
ମନୋନୟନ ପତ୍ର ଯାଞ୍ଚ ସମୟ: ୧୦.୦୩.୨୦୨୧
ମନୋନୟନ ପତ୍ର ପ୍ରତ୍ୟାହାର ସମୟ: ୧୨.୦୩.୨୦୨୧
ମତଦାନ ତାରିଖ: ୨୭.୦୩.୨୦୨୧
ଭୋଟ ଗଣତି ତାରିଖ: ୦୨.୦୫.୨୦୨୧

ପଶ୍ଚିମବଙ୍ଗ: ୨ୟ ପର୍ଯ୍ୟାୟ ନିର୍ବାଚନ
ବିଧାନସଭା ଆସନ ସଂଖ୍ୟା: ୩୦
ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖ: ୦୫.୦୩.୨୦୨୧
ମନୋନୟନ ପତ୍ର ଦାଖଲ ଶେଷ ସମୟ: ୧୨.୦୩.୨୦୨୧
ମନୋନୟନ ପତ୍ର ଯାଞ୍ଚ ସମୟ: ୧୫.୦୩.୨୦୨୧
ମନୋନୟନ ପତ୍ର ପ୍ରତ୍ୟାହାର ସମୟ: ୧୭.୦୩.୨୦୨୧
ମତଦାନ ତାରିଖ: ୦୧.୦୪.୨୦୨୧
ଭୋଟ ଗଣତି ତାରିଖ: ୦୨.୦୫.୨୦୨୧

ପଶ୍ଚିମବଙ୍ଗ: ୩ୟ ପର୍ଯ୍ୟାୟ ନିର୍ବାଚନ
ବିଧାନସଭା ଆସନ ସଂଖ୍ୟା: ୩୧
ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖ: ୧୨.୦୩.୨୦୨୧
ମନୋନୟନ ପତ୍ର ଦାଖଲ ଶେଷ ସମୟ: ୧୯.୦୩.୨୦୨୧
ମନୋନୟନ ପତ୍ର ଯାଞ୍ଚ ସମୟ: ୨୦.୦୩.୨୦୨୧
ମନୋନୟନ ପତ୍ର ପ୍ରତ୍ୟାହାର ସମୟ: ୨୨.୦୩.୨୦୨୧
ମତଦାନ ତାରିଖ: ୦୬.୦୪.୨୦୨୧
ଭୋଟ ଗଣତି ତାରିଖ: ୦୨.୦୫.୨୦୨୧

ପଶ୍ଚିମବଙ୍ଗ: ୪ର୍ଥ ପର୍ଯ୍ୟାୟ ନିର୍ବାଚନ
ବିଧାନସଭା ଆସନ ସଂଖ୍ୟା: ୪୪
ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖ: ୧୬.୦୩.୨୦୨୧
ମନୋନୟନ ପତ୍ର ଦାଖଲ ଶେଷ ସମୟ: ୨୩.୦୩.୨୦୨୧
ମନୋନୟନ ପତ୍ର ଯାଞ୍ଚ ସମୟ: ୨୪.୦୩.୨୦୨୧
ମନୋନୟନ ପତ୍ର ପ୍ରତ୍ୟାହାର ସମୟ: ୨୬.୦୩.୨୦୨୧
ମତଦାନ ତାରିଖ: ୧୦.୦୪.୨୦୨୧
ଭୋଟ ଗଣତି ତାରିଖ: ୦୨.୦୫.୨୦୨୧

ପଶ୍ଚିମବଙ୍ଗ: ୫ମ ପର୍ଯ୍ୟାୟ ନିର୍ବାଚନ
ବିଧାନସଭା ଆସନ ସଂଖ୍ୟା: ୪୫
ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖ: ୨୩.୦୩.୨୦୨୧
ମନୋନୟନ ପତ୍ର ଦାଖଲ ଶେଷ ସମୟ: ୩୦.୦୩.୨୦୨୧
ମନୋନୟନ ପତ୍ର ଯାଞ୍ଚ ସମୟ: ୩୧.୦୩.୨୦୨୧
ମନୋନୟନ ପତ୍ର ପ୍ରତ୍ୟାହାର ସମୟ: ୦୩.୦୪.୨୦୨୧
ମତଦାନ ତାରିଖ: ୧୭.୦୪.୨୦୨୧
ଭୋଟ ଗଣତି ତାରିଖ: ୦୨.୦୫.୨୦୨୧

ପଶ୍ଚିମବଙ୍ଗ: ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ
ବିଧାନସଭା ଆସନ ସଂଖ୍ୟା: ୪୩
ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖ: ୨୬.୦୩.୨୦୨୧
ମନୋନୟନ ପତ୍ର ଦାଖଲ ଶେଷ ସମୟ: ୦୩.୦୪.୨୦୨୧
ମନୋନୟନ ପତ୍ର ଯାଞ୍ଚ ସମୟ: ୦୫.୦୪.୨୦୨୧
ମନୋନୟନ ପତ୍ର ପ୍ରତ୍ୟାହାର ସମୟ: ୦୭.୦୪.୨୦୨୧
ମତଦାନ ତାରିଖ: ୨୨.୦୪.୨୦୨୧
ଭୋଟ ଗଣତି ତାରିଖ: ୦୨.୦୫.୨୦୨୧

ପଶ୍ଚିମବଙ୍ଗ: ୭ମ ପର୍ଯ୍ୟାୟ ନିର୍ବାଚନ
ବିଧାନସଭା ଆସନ ସଂଖ୍ୟା: ୩୬
ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖ: ୩୧.୦୩.୨୦୨୧
ମନୋନୟନ ପତ୍ର ଦାଖଲ ଶେଷ ସମୟ: ୦୭.୦୪.୨୦୨୧
ମନୋନୟନ ପତ୍ର ଯାଞ୍ଚ ସମୟ: ୦୮.୦୪.୨୦୨୧
ମନୋନୟନ ପତ୍ର ପ୍ରତ୍ୟାହାର ସମୟ: ୧୨.୦୪.୨୦୨୧
ମତଦାନ ତାରିଖ: ୨୬.୦୪.୨୦୨୧
ଭୋଟ ଗଣତି ତାରିଖ: ୦୨.୦୫.୨୦୨୧

ପଶ୍ଚିମବଙ୍ଗ: ୮ମ ପର୍ଯ୍ୟାୟ ନିର୍ବାଚନ
ବିଧାନସଭା ଆସନ ସଂଖ୍ୟା: ୩୫
ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖ: ୩୧.୦୩.୨୦୨୧
ମନୋନୟନ ପତ୍ର ଦାଖଲ ଶେଷ ସମୟ: ୦୭.୦୪.୨୦୨୧
ମନୋନୟନ ପତ୍ର ଯାଞ୍ଚ ସମୟ: ୦୮.୦୪.୨୦୨୧
ମନୋନୟନ ପତ୍ର ପ୍ରତ୍ୟାହାର ସମୟ: ୧୨.୦୪.୨୦୨୧
ମତଦାନ ତାରିଖ: ୨୯.୦୪.୨୦୨୧
ଭୋଟ ଗଣତି ତାରିଖ: ୦୨.୦୫.୨୦୨୧

ନୂଆଦିଲ୍ଲୀରେ ୫ଟି ଯାକ ରାଜ୍ୟର ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରି ମୁଖ୍ୟ ନିର୍ବାଚନ କମିଶନ୍‍ର ସୁନୀଲ ଅରୋଡା କହିଛନ୍ତି, ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବା ସହ ନିର୍ବାଚନ ଆଚରଣବିଧି ଲାଗୁ ହୋଇଛି। ସେ କହିଛନ୍ତି, ସେହି ରାଜ୍ୟଗୁଡ଼ିକର ପ୍ରାୟ ୧୮ କୋଟି ୬୮ ଲକ୍ଷ ମତଦାତା ୨ ଲକ୍ଷ ୭୦ ହଜାର ଭୋଟ୍‍ ଗ୍ରହଣ କେନ୍ଦ୍ରରେ ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ। ମୋଟ ୮୨୪ ଜଣ ପ୍ରାର୍ଥୀ ନିର୍ବାଚିତ ହେବେ। ଶ୍ରୀ ଅରୋଡା କହିଛନ୍ତି, ଦେଶରେ କୋଭିଡ ପ୍ରତିଷେଧକ ଟିକାକରଣ ଅଭିଯାନ ସେହି ରାଜ୍ୟଗୁଡ଼ିକର ନିର୍ବାଚନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଛି।

ସେ କହିଛନ୍ତି, ଗଣ୍ଡଗୋଳର ଆଶଙ୍କା ଥିବା ଅଞ୍ଚଳଗୁଡ଼ିକରେ ଅତିରିକ୍ତ ସିଏପିଏଫ୍‍ ଯବାନ୍‍ଙ୍କୁ ମୁତୟନ କରାଯିବ। ଗଣ୍ଡଗୋଳର ଆଶଙ୍କା ଥିବା ଅଞ୍ଚଳଗୁଡ଼ିକରେ ମଧ୍ୟ ଭୋଟ୍‍ ଗ୍ରହଣ ସମୟରେ ୱେବ୍‍କାଷ୍ଟିଂ କରାଯିବ। ନିର୍ବାଚନ ସମୟରେ ଘର ଘର ବୁଲି ପ୍ରଚାର କରିବାକୁ ମୋଟ୍‍ ଲୋକଙ୍କ ସଂଖ୍ୟା ୫ ମଧ୍ୟରେ ସୀମିତ ରଖାଯାଇଛି। କେବଳ ପ୍ରାର୍ଥୀ ଓ ତାଙ୍କ ସହ ୪ ଜଣ ବ୍ୟକ୍ତି ଘର ଘର ବୁଲି ନିର୍ବାଚନ ପ୍ରଚାର କରିପାରିବେ।

Comments are closed.