ଭ୍ରମାତ୍ମକ ସମ୍ବାଦ ପରିବେଷଣ ନେଇ ନିର୍ବାଚନ କମିଶନଙ୍କ ଚେତାବନୀ

ଦେଶର କେତୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମିଥ୍ୟା ସମ୍ବାଦ ପରିବେଷଣ ନେଇ ନିର୍ବାଚନ ଆୟୋଗ ଅସନ୍ତୋଷ ପ୍ରକାଶ କରିଛନ୍ତି। ତ୍ରୁଟିପୂର୍ଣ୍ଣ ଓ ଭ୍ରମାତ୍ମକ ସମ୍ବାଦ ବିରୋଧରେ ଦୃଢ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆୟୋଗ ଚେତାବନୀ ଦେଇଛନ୍ତି। ମତଦାନରେ ବ୍ୟବହାର ହେଉଥିବା ଇଲୋକ୍ଟ୍ରୋନିକ ଭୋଟିଂ ମେସିନ ହ୍ୟାକ ହୋଇ ପାରୁଥିବା ଭଳି ପୁରୁଣା ମିଥ୍ୟା ଖବରକୁ ସାମାଜିକ ଗଣମାଧ୍ୟମଗୁଡିକରେ ପୁଣି ପ୍ରଚାର କରାଯାଉଥିବାରୁ ଆୟୋଗ ଏଭଳି ଚେତାବନୀ ଦେଇଛନ୍ତି। ପୂର୍ବରୁ ୨୦୧୮ରେ ଏହି ମିଥ୍ୟା ସମ୍ବାଦକୁ ଖଣ୍ଡନ କରାଯାଇଥିବା ନିର୍ବାଚନ ଆୟୋଗ କହିଛନ୍ତି।

ଏକ ଦୈନିକ ସମ୍ବାଦପତ୍ର ଖବର ପ୍ରକାଶ କରିଛି ଯେ ପୂର୍ବତନ ନିର୍ବାଚନ କମିଶନ ଟି. ଏସ. କୃଷ୍ଣମୁର୍ତ୍ତି କହିଛନ୍ତି, ଇଭିଏମ ହ୍ୟାକ କରାଯାଇପାରିବ ଓ ପୂର୍ବରୁ ବିଜେପି ଏହାର ସହାୟତା ନେଇ ନିର୍ବାଚନରେ ଜିତିପାରିଛି। ଏହି ସମ୍ବାଦ ପ୍ରକାଶିତ ହେବା ପରେ ଶ୍ରୀ କୃଷ୍ଣମୁର୍ତ୍ତି ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ନିର୍ବାଚନ ଆୟୋଗ ଥାନାରେ ଏତଲା ଦାୟର କରିଛନ୍ତି।

Comments are closed.