ନିର୍ବାଚନ କମିସନ ଲାବସାଙ୍କ ଇସ୍ତଫା

ନୂଆଦିଲ୍ଲୀ: ନିର୍ବାଚନ କମିସନ ପଦରୁ ମଙ୍ଗଳବାର ଇସ୍ତଫା ଦେଇଛନ୍ତି ଅଶୋକ ଲାବସା। ସେ ଏସୀୟ ଉନ୍ନୟନ ବ୍ୟାଙ୍କ (ଏଡିବି)ର ଉପସଭାପତି ଭାବେ ଆସନ୍ତା ମାସରେ ଯୋଗଦେବେ।

ଚଳିତ ମାସ ୩୧ରେ ଅବସର ନେଉଥିବା ଦିବାକର ଗୁପ୍ତାଙ୍କ ସ୍ଥାନରେ ସେ ଏହି ପଦରେ ଯୋଗଦେବେ ବୋଲି ଏଡିବି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟ ନିର୍ବାଚନ କମିସନ ସୁନିଲ ଅରୋରାଙ୍କ ଅବସର ପରେ ଲାବସା ୨୦୨୧ ଏପ୍ରିଲରୁ ମୁଖ୍ୟ ନିର୍ବାଚନ କମିସନ ପଦରେ ଅଧିଷ୍ଠିତ ହୋଇଥାଆନ୍ତେ। ଏହି ପଦରେ ତାଙ୍କ କାର୍ଯ୍ୟକାଳ ୨୦୨୨ ଅକ୍ଟୋବରରେ ପର୍ଯ୍ୟନ୍ତ ରହିଥିଲା। ନୂଆ ନିଯୁକ୍ତି ପାଇଁ ସେ ଆଗୁଆ ପଦତ୍ୟାଗ କରିଛନ୍ତି। କାର୍ଯ୍ୟକାଳ ଶେଷ ପୂର୍ବରୁ ନିର୍ବାଚନ କମିସନ ପଦରୁ ଇସ୍ତଫା ଦେବାରେ ଲାବସା ଦ୍ବିତୀୟ। ଲାବସା ହେଉଛନ୍ତି ୧୯୮୦ ବ୍ୟାଚ୍‌ର ହରିୟାଣା ପାହ୍ୟା ଆଇଏଏସ୍‌ ଅଧିକାରୀ। ୨୦୧୮ ଜାନୁଆରୀରେ ସେ ନିର୍ବାଚନ କମିସନ ଭାବେ ଯୋଗ ଦେଇଥିଲେ। ୨୦୧୯ ଲୋକସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଆଦର୍ଶ ନିର୍ବାଚନ ବିଧି ଉଲ୍ଲଙ୍ଘନ ମାମଲାରୁ ମୁକ୍ତ କରି ଲାବସା ଚର୍ଚ୍ଚାକୁ ଆସିଥିଲେ।

Comments are closed.