ଫେବୃଆରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସୋମବାର ଅପରାହ୍ନରେ ତାରିଖ ଘୋଷଣା ହୋଇଛି। ଫେବୃଆରୀ ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିର୍ବାଚନ କମିଶନର ସୁନୀଲ ଅରୋରା ସୂଚନା ଦେଇଛନ୍ତି। ଗୋଟିଏ ପର୍ଯ୍ୟାୟରେ ମୋଟ୍ ୭୦ଟି ଆସନ ପାଇଁ ନିର୍ବାଚନ ହେବ। ଫେବୃଆରୀ ୧୧ରେ ଭୋଟ୍ ଗଣତି ଏବଂ ଫଳାଫଳ ଘୋଷଣା ହେବ।

ନିର୍ବାଚନ ପାଇଁ ଜାନୁଆରୀ ୧୪ ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଜାନୁଆରୀ ୨୧ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରାଯିବ। ଜାନୁଆରୀ ୨୨ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଜାନୁଆରୀ ୨୪ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି। ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ କରିବା ପାଇଁ  ନିର୍ବାଚନ କମିଶନର ନିର୍ଦେଶ ଦେଇଛନ୍ତି।

ଦିଲ୍ଲୀ ବିଧାନସଭା ନିର୍ବାଚରେ ମୋଟ ୧.୪୬ କୋଟି ମତଦାତା ଭୋଟ୍ ଦେବେ। ମତଦାନ ପାଇଁ ୧୩,୭୫୦ଟି ପୁଲିଂ ବୁଥ ପ୍ରସ୍ତୁତ କରାଯିବ। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ପାଇଁ ନିର୍ବାଚନ କମିଶନରଙ୍କ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ୮୦ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଲୋକେ ପୋଷ୍ଟଲ ବାଲଟରେ ମତଦାନ ସାବ୍ୟସ୍ତ କରିପାରିବେ ବୋଲି ନିର୍ବାଚନ କମିଶନର କହିଛନ୍ତି।

Comments are closed.