ଅଜି ଘୋଷଣା ହେବ ୫ ରାଜ୍ୟର ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ଅଜି ଘୋଷଣା ହେବ ୫ ରାଜ୍ୟର ନିର୍ବାଚନ ତାରିଖ । ଅପରାହ୍ଣ ସାଢ଼େ ୩ଟାରେ ୫ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ତାରିଖ ଘୋଷରା କରିବେ ନିର୍ବାଚନ କମିଶନ । ୟୁପି, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆରେ ବିଧାନସଭା ନିର୍ବାଚନ ହେବ । ଏନେଇ ନିର୍ବାଚନ ଆୟୋଗର ମୁଖ୍ୟ ସୁଶୀଲ ଚନ୍ଦ୍ର ଅପରାହ୍ଣ ସାଢ଼େ ୩ଟାରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ସାମ୍ବାଦିକ ସମ୍ମିଳନୀରେ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା କରିବେ ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ କିଛି ନୂତନ ନିୟମ ମଧ୍ୟ କାର୍ୟ୍ୟକାରୀ କରିପାରନ୍ତି ବୋଲି କୁହାଯଉଛି । ନିର୍ବାଚନ ରାଲି, ମତଦାନ କେନ୍ଦ୍ର ଏବଂ ଭିଡ଼ ପରିଚାଳନା ଉପରେ କିଛି ପ୍ରତିବନ୍ଧକ ଲଗାଯାଇପାରେ। ନିର୍ବାଚନ ଠିକ୍ ସମୟରେ କରିବାକୁ ରାଜନୈତିକ ଦଳମାନେ ନିବେଦନ କରିଥିଲେ । ତେବେ ଅଜି ନିର୍ବାଚନ ଆୟୋଗର ମୁଖ୍ୟ ସୁଶୀଲ ଚନ୍ଦ୍ରଙ୍କ ସାମ୍ବାଦିକ ସମ୍ମିଳନୀ ଉପରେ ସମସ୍ତଙ୍କ ନଜର ରହିଛି ।

Comments are closed.