ଆଜିଠୁ ତିନିଦିନିଆ ଓଡିଶା ଗସ୍ତରେ ମୁଖ୍ୟ ନିର୍ବାଚନ କମିଶନ

0

ଭୁବନେଶ୍ବର : ବୁଧବାର ଭାରତର ନିର୍ବାଚନ କମିଶନ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ଆସନ୍ତା ସାଧାରଣ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ୧୪ତାରିଖରେ କମିଶନ ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରି ସେମାନଙ୍କର ଅଭିଯୋଗ ଏବଂ ପ୍ରସ୍ତାବ ଗ୍ରହଣ କରିବେ। ପରେ ସମସ୍ତ ଜିଲା ନିର୍ବାଚନ ଅଧିକାରୀ, ଏସ୍‌ପି, ଆରଡିସି ଓ ପୁଲିସ ଆଇଜିଙ୍କ ସହ ଆଲୋଚନା କରିବେ। ଏଥିସହ ରାଜ୍ୟ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ, ପୁଲିସ ନୋଡାଲ ଅଧିକାରୀ ଓ ଅର୍ଦ୍ଧ ସୁରକ୍ଷାବଳ ଅଧିକାରୀଙ୍କ ସହ ଆଲୋଚନା କରିବେ। ୧୫ ତାରିଖରେ କମିଶନ ମୁଖ୍ୟସଚିବ, ପୁଲିସ ମହାନିର୍ଦେଶକ, ଆଇନଶୃଙ୍ଖଳା ଦାୟିତ୍ବରେ ଥିବା କର୍ତ୍ତୃପକ୍ଷ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରବର୍ତ୍ତନ ସଂସ୍ଥା ଓ ବରିଷ୍ଠ ଅଧିକାରୀଙ୍କ ସହ ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା କରିବେ। ବୈଠକ ଶେଷରେ ସେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ।

 

Leave A Reply