କର୍ଣ୍ଣାଟକ ଓ ମହାରାଷ୍ଟ୍ର ବିଧାନପରିଷଦ ଉପନିର୍ବାଚନ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି

0

ନୂଆଦିଲ୍ଲୀ . – କର୍ଣ୍ଣାଟକ ବିଧାନପରିଷଦର ତିନୋଟି ଓ ମହାରାଷ୍ଟ୍ର ବିଧାନପରିଷଦର ଗୋଟିଏ ଆସନ ପାଇଁ ବିଧାୟକମାନଙ୍କ ଦ୍ୱାରା ଉପନିର୍ବାଚନ ସକାଶେ ନିର୍ବାଚନ କମିଶନ ପୂର୍ବରୁ  କାର୍ଯ୍ୟସୂଚୀ ଘୋଷଣା କରିଥିଲେ । ବିଜ୍ଞପ୍ତି ଅନୁଯାୟୀ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ୨୨  ସେପ୍ଟେମ୍ବର ୨୦୧୮ ଥିଲା । ଏହା ମାସର ଚତୁର୍ଥ ଶନିବାର ହୋଇଥିବାରୁ ଏକ ଛୁଟି ଦିବସ । ତେଣୁ ନିର୍ବାଚନ କମିଶନ ସଂଶୋଧନ କରି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସ ପରବର୍ତ୍ତୀ ସରକାରୀ କାର୍ଯ୍ୟ ଦିବସ ୨୪ ସେପ୍ଟେମ୍ବର ୨୦୧୮  ଧାର୍ଯ୍ୟ କରିଛନ୍ତି । ସେହିପରି ପ୍ରାର୍ଥିପତ୍ର ଯାଞ୍ଚ, ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିବସ ଏବଂ ଭୋଟ ତାରିଖ ମଧ୍ୟ ସଂଶୋଧିତ ହୋଇଛି ।

Leave A Reply