ଦିଲ୍ଲୀରେ ନିର୍ବାଚନ ପ୍ରଚାର ଶେଷ : ୮ରେ ହେବ ମତଦାନ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ  ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଏହାର ଶେଷ ଦିନ ଗୁରୁବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଥିଲା। ନିର୍ବାଚନ ପ୍ରଚାରର ଶେଷ ଦିନ ସମସ୍ତ ରାଜନୈତିକ ପାର୍ଟି ଜବରଦସ୍ତ ପ୍ରଚାର କରିଥିଲେ। ଦିଲ୍ଲୀ ରାଜ ରାସ୍ତାରେ ରୋଡ ସୋ, ଜନସଭା, ଭାଷଣ ମାଧ୍ୟମରେ ପ୍ରଚାର ଜୋରଦାର ହୋଇଥିଲା।
ବିଜେପି ପକ୍ଷରୁ ନିର୍ବାଚନ ପ୍ରଚାରରେ ଗୃହମନ୍ତ୍ରୀ ଅମିତ ଶାହା, ଜେପି ନଡ୍ଡା, ଲୋଜପା ଅଧ୍ୟକ୍ଷ ଚିରାଗ ପାସବାନ୍, ମହାବଳି ଖଲି, ସନି ଦେୱଲ ଏବଂ ମନୋଜ ତିୱାରିଙ୍କ ଭଳି ନେତା ପ୍ରଚାର କରିଥିଲେ। ସେହିଭଳି ଆମ ଆଦମି ପାର୍ଟି(ଆପ୍) ପକ୍ଷରୁ କେଜ୍ରିୱାଲ ଓ ମନୀଷ ସିସୋଦିଆଙ୍କ ସମେତ ସମସ୍ତ ଆପ୍ ପ୍ରାର୍ଥୀ ଜବରଦସ୍ତ ପ୍ରଚାର କରିଥିଲେ। ତେବେ କଂଗ୍ରେସ ପକ୍ଷରୁ କୌଣସି ଜଣାଶୁଣା ନେତା ପ୍ରଚାର କରିନଥିବା ଦେଖାଯାଇଥିଲା।

୭୦ ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭା ଆସନ ପାଇଁ  ଫେବୃୟାରୀ ୮ ତାରିଖରେ ମତଦାନ ଅନୁଷ୍ଠିତ ହେବ ଓ ୧୧ ତାରିଖରେ ଭୋଟ୍‍ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ।

Comments are closed.