MEllora 950×100

ଗୁଜୁରାଟରେ ନିର୍ବାଚନ ପ୍ରଚାର ଜୋରଦାର, ପ୍ରଧାନମନ୍ତ୍ରୀ ନେଉଛନ୍ତି ନେତୃତ୍ୱ

ଡେସ୍କ: ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି। ଆଜି ଦ୍ୱିତୀୟ ଦିନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ନିର୍ବାଚନ ପ୍ରଚାରର ନେତୃତ୍ୱ ନେଇଛନ୍ତି। ଆଜି ପାଲମପୁରଠାରେ ଏକ ର‍୍ୟାଲିରେ ଉଦ୍‌‌ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି, ଏହି ବିଧାନସଭା ନିର୍ବାଚନ ପରବର୍ତ୍ତୀ ୨୫ ବର୍ଷ ପାଇଁ ଗୁଜୁରାଟର ଭବିଷ୍ୟତ ନିର୍ଦ୍ଧାରଣ କରିବ। ସେ ଭୋଟରମାନଙ୍କୁ ବହୁ ସଂଖ୍ୟାରେ ଆସି ମତଦାନ କରିବାକୁ ନିବେଦନ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ସରକାର ବନସକଣ୍ଠା ଅଞ୍ଚଳରେ ପର୍ଯ୍ୟଟନ, ପରିବେଶ, ପଶୁ ସୁରକ୍ଷା, ଜଳ ଓ ପୁଷ୍ଟି ଭଳି ବିଷୟ ଉପରେ ଆଲୋକପାତ କରି ଆସୁଛନ୍ତି। ଆଜି ଶ୍ରୀ ମୋଦି ଦହେଗାମ, ମୋଡାସା ଓ ବାବଲାଠାରେ ୩ଟି ର‍୍ୟାଲିରେ ଯୋଗ ଦେଇଛନ୍ତି।

ଅନ୍ୟପକ୍ଷରେ ଆମ୍‌‌ ଆଦ୍‌‌ମୀ ପାର୍ଟି ରୋଡ ଶୋ’ କରି ଲୋକମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଚେଷ୍ଟା କରୁଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ୍‌‌ ଏହି ରୋଡ ଶୋ’ର ନେତୃତ୍ୱ ନେଇଛନ୍ତି।

Comments are closed.