ମାଲକାନଗିରିରେ ପ୍ରାକ୍‍ ନିର୍ବାଚନର ଝଲକ: ଚଳଚଞ୍ଚଳ ନେତା, ଦ୍ୱନ୍ଦ୍ବରେ ଜନତା

ମାଲକାନଗିରି : ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସବୁଜ ସଂକେତ ମିଳିବା ପରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ସଜବାଜ ହେଉଛନ୍ତି ରାଜନେତା। ବିଭିନ୍ନ ଦଳୀୟ ନେତାମାନେ ଗ୍ରାମାଞ୍ଚଳକୁ ଗସ୍ତ କରିବା ସହ ଲୋକଙ୍କ ନିକଟତର ହେବା ପ୍ରାକ୍‍ ନିର୍ବାଚନର ଦୃଶ୍ୟମାନ ସୁନିଶ୍ଚିତ ହେଉଛି। ସେହିପରି କର୍ମୀ ମହଲରେ ମଧ୍ୟ ଅନୁରୂପ ତତ୍ପରତା ପ୍ରକାଶ ପାଇଥିବା ବେଳେ କେଉଁ ନେତା କେଉଁ ଦଳକୁ ମତଦାତା ପରଖି ନିଷ୍ପତି ନେବେ ତାକୁ ନେଇ ମତଦାତା ଦ୍ୱନ୍ଦରେ ପଡିଛନ୍ତିା କିଛି ବିରୋଧୀ ଦଳ ନେତାଙ୍କ କହିବା ଅନୁସାରେ ଗତ ଅଗଷ୍ଟ ମାସ ୨୦ ତାରିଖ ଦିନ ମାଲକାନଗିରି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ପାଇଁ ୮ ଜଣ ମନ୍ତ୍ରୀ, ୮ ଜଣ ନିଗମ ଅଧ୍ୟକ୍ଷ, ବିଧାୟକ ତଥା ନିଜେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲାକୁ ଆସି ଏହି ଯୋଜନାର ଶୁଭାରମ୍ଭ କରିଥିଲୋ ପରବର୍ତୀ ସମୟରେ କ୍ରମାଗତ ଭାବେ ଚାରିଦିନ ପର୍ଯ୍ୟନ୍ତ ଏହି ମନ୍ତ୍ରୀମାନେ ତଥା ନିଗମ ଅଧ୍ୟକ୍ଷମାନେ ଜିଲ୍ଲାର ବିଭିନ୍ନ ଅଂଚଳ ଗସ୍ତ କରି ଲୋକଙ୍କ ନିକଟତର ହେଇଥିଲେ ଏବଂ ଶାସକ ଦଳର ପ୍ରଚାର ପ୍ରସାର ମଧ୍ୟ କରିଥିବାର ଦୃଶ୍ୟମାନ ହୋଇଥିଲ।। ଏହା ପ୍ରାକ୍‍ ନିର୍ବାଚନ ସଦୃଶ୍ୟ। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ କ୍ରମାଗତ ଭାବେ ଶାସକ ଦଳ ତରଫରୁ ଜିଲ୍ଲାର ବିଭିନ୍ନ ଅଂଚଳରେ ସାଂସଦ, ବିଧାୟକ, ତଥା ଦଳୀୟ ନେତାମାନେ ଗସ୍ତ କରି ଲୋକଙ୍କ ନିକଟତର ହେବା ସହ ବିରୋଧୀ ଦଳର ନେତା ତଥା ଜନସାଧାରଣଙ୍କୁ ଶାସକ ଦଳରେ ସାମିଲ କରୁଥିବା ଦେଖାଯାଉଛିା

ବର୍ତମାନ କିଛିଦିନ ଧରି ନବରଙ୍ଗପୁର ଲୋକସଭା କ୍ଷେତ୍ରରେ ବିଭିନ୍ନ ଅଂଚଳରେ ନେତାମାନେ ଦଳ ପରିବର୍ତନ କରୁଥିବା ଆରମ୍ଭ କରିଛନ୍ତିା ବିଶେଷ କରି କଂଗ୍ରେସର ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀଙ୍କ ବିଜେଡି ଦଳରେ ସାମିଲ ହେବାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛିା ବିଶେଷ କରି ବିଗତ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଦଳ ତରଫରୁ ପ୍ରଦୀପ ମାଝୀ ୩୫୦୮୭୦ ମତଦାତା ଭୋଟ ଦେଇଥିଲୋ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ବିଜେଡିର ରମେଶ ଚନ୍ଦ୍ର ମାଝୀ ୩୯୨୫୦୪ ଭୋଟ ପାଇ ବିଜୟ ଲାଭ କରିଥିଲୋ ସେହିବର୍ଷରେ ବିଜେପି ଦଳ ତରଫରୁ ବଳଭଦ୍ର ମାଝୀ ୩୪୨୭୩୯ ଭୋଟ ପାଇଥିବା ବେଳେ ବହୁଜନ ସମାଜପାର୍ଟୀ ତରଫରୁ ଚନ୍ଦ୍ରଧ୍ୱଜ ମାଝୀ ୨୮୯୦୫ ଭୋଟ ପାଇଥିଲୋ ନବରଙ୍ଗପୁର ଲୋକସଭା କ୍ଷେତ୍ରରେ ଭିନ୍ନ ଭିନ୍ନ ଦଳର ପାଞ୍ଚ ଜଣ ପ୍ରାର୍ଥୀଙ୍କୁ ୧୧୬୧୭୮୭ ମତଦାତା ଭୋଟ ଦେଇଛନ୍ତିା ସେହିପରି ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ଦଳର ଆଦିତ୍ୟ ମାଢି ୭୦୨୬୩ ମତଦାତାଙ୍କ ଭୋଟ ପାଇଥିବା ବେଳେ କଂଗ୍ରେସ ଦଳ ତରଫରୁ ମାଲା ମାଢି ୪୪୬୯୪ ଟି ଭୋଟ ପାଇଥିଲେ ଏବଂ ବିଜେଡି ଦଳ ତରଫରୁ ମୁକୁନ୍ଦ ସୋଡି ୪୧୬୬୭ ଭୋଟ ପାଇଥିବା ବେଳେ ବହୁଜନ ସମାଜ ପାର୍ଟି ତରଫରୁ ଜରାଶବର ମାଢି ୨୭୯୭ ଭୋଟ ପାଇଥିଲୋ ସେହିପରି ଅନ୍ୟ ତିନିଜଣ ପ୍ରା୍ର୍ଥୀ ବିଜୟ କୁମାର ନାୟକ ୨୧୯୨ ଭୋଟ, ପାର୍ୱତୀ ନାୟକ ୨୦୯୩ ଭୋଟ, ଉଦୟ ବୁରୁଦା ୧୪୦୯ଟି ଭୋଟ ପାଇଥିଲୋ ସେହିପରି ଚିତ୍ରକୋଣ୍ଡା ନିର୍ୱାଚନ ମଣ୍ଡଳୀରେ ବିଜେଡି ଦଳ ତରଫରୁ ପୁର୍ଣଚନ୍ଦ୍ର ବାକା ୪୧୧୯୨ ଭୋଟ ପାଇଁ ବିଜୟ ଲାଭ କରିଥିବା ବେଳେ କଂଗ୍ରେସ ଦଳ ତରଫରୁ ଲକ୍ଷ୍ମୀପ୍ରିୟା ନାୟକ ୩୮୬୪୭ ଭୋଟ ପାଇଥିଲୋ ସେହିପରି ବିଜେପି ତରଫରୁ ପଦୁ ମାଝୀ ୨୯୫୭୯ ଭୋଟ ପାଇଥିବା ବେଳେ ବହୁଜନ ସମାଜ ପାର୍ଟି ତରଫରୁ ସନାତନ କବାସୀ ୩୩୬୧ଟି ଭୋଟ ପାଇଥିଲୋ ଅନ୍ୟ ଦୁଇଜଣ ବାଲାରାଜୁ କୋପେ ୬୬୦୫ ଓ ଘେନୁ ମୁଦୁଲି ୫୪୩୯ଟି ମତଦାତାଙ୍କ ଭୋଟ ପାଇଥିଲୋ ଏହା ବ୍ୟତୀତ ବିଗତ ୨୦୧୭ ପଂଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ବିଜେପି ଦଳକୁ ୧୦ଟି ସିଟ୍‍ ମିଳିଥିବା ବେଳେ କଂଗ୍ରେସ ଦଳକୁ ଦୁଇଟି ଓ ବିଜେଡି ଦଳକୁ ଗୋଟିଏ ସିଟ୍‍ ମିଳିଥିଲ।। ଅନ୍ୟ ଦୁଇଟି ସ୍ଥାନରେ ଜିଲ୍ଲା ପରିଷଦ ଭୋଟ ହୋଇ ନଥିବା ବେଳେ ଏଠାରେ କୌଣସି ପ୍ରାର୍ଥୀ ଚୟନ ହୋଇ ପାରି ନଥିଲ।। ଏହା ବ୍ୟତୀତ ଗତ ଏପ୍ରିଲ ମାସରେ ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ମାଲକାନଗିରିରେ ରାଜନୈତିକ ମହଲରେ ସରଗରମ ଦେଖା ଦେଇଥିଲ।। ସେହି ସମୟରେ ତୃଣମଳ ଦଳର ବହୁ ନେତା ଦଳ ଛାଡି ବିଜେପି ଦଳରେ ସାମିଲ ହୋଇଥିବା ବେଳେ ମାଲକାନଗିରିରେ ରାଜନୈତିକ ଦଳରେ ଉଷ୍ଣତା ଦେଖା ଦେଇଥିଲ।। ପରବର୍ତୀ ସମୟରେ ସେଠାରେ ତୃଣମୁଳ କଂଗ୍ରେସ ବିଜୟ ଲାଭ କରିବା ପରେ ପୁନର୍ବାର ବିଜେପି ବିଧାୟକ ମୁକୁଲ ରାୟ, ତନ୍ମୟ ଘୋଷ, ବିଶ୍ୱଜିତ ଦାସ, ଏବଂ ସାଂସଦ ବାବୁଲ ସୁପ୍ରିୟ ବର୍ତମାନ ତୃଣମୁଳ କଂଗ୍ରେସକୁ ଫେରି ଆସିଛନ୍ତିା ଏହା ପୁଣି ପଶ୍ଚିମବଙ୍ଗ ସହ ମାଲକାନଗିରି ରାଜନୈତିକ ମହଲରେ ପରିବର୍ତନ ଦେଖା ଦେଇଛିା ବର୍ତମାନ ନବରଙ୍ଗପୁର ଲୋକସଭା କ୍ଷେତ୍ରରେ ରାଜନୈତିକ ମହଲରେ ଦଳ ପରିବର୍ତନର ଋତୁ ଆରମ୍ଭ ହୋଇଛିା ତେବେ ଏହି ଲୋକସଭା କ୍ଷେତ୍ରର ପ୍ରାୟ ୧୨ ଲକ୍ଷ ମତଦାତା ପ୍ରତିଥର ଭିନ୍ନ ଭିନ୍ନ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେଇ ଆସୁଚନ୍ତିା ବର୍ତମାନ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନେତାଙ୍କ ଏଭଳି ଦଳ ପରିବର୍ତନ କରିବା ମତଦାତାଙ୍କୁ ଦ୍ୱନ୍ଦରେ ପକାଇଛନ୍ତିା

 

Comments are closed.