କୋଭିଡରେ ସୀତାରାମ ୟେଚୁରୀଙ୍କ ପୁଅଙ୍କ ପରଲୋକ

ନୂଆଦିଲ୍ଲୀ: ସିପିଆଇ(ଏମ)ର ବରିଷ୍ଠ ନେତା ସୀତାରାମ ୟେଚୁରୀଙ୍କ ବଡ ପୁଅ ଆଶିଷ ୟେଚୁରୀଙ୍କର କୋଭିଡରେ ପରଲୋକ ଘଟିଛି। ସେ କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ପୁଅର ମୃତ୍ୟୁ ସଂପର୍କରେ ଟ୍ୱିଟ୍‍ କରି ଜଣାଇଛନ୍ତି ସୀତାରାମ ୟେଚୁରୀ। ସେ କହିଛନ୍ତି, ଅତ୍ୟନ୍ତ ଦୁଃଖର ସହିତ ଜଣାଉଛି ଯେ କୋଭିଡରେ ଆକ୍ରାନ୍ତ ହୋଇ ମୋ ବଡପୁଅର ମୃତ୍ୟୁ ଘଟିଛି। ଯେଉଁମାନେ ପୁଅର ଚିକିତ୍ସା କରିଛନ୍ତି, ଦେଖାଶୁଣା କରିଛନ୍ତି, ସେହି ଡାକ୍ତର, ନର୍ସ, ପରିମଳ କର୍ମଚାରୀ ଏବଂ ଅନ୍ୟମାନଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।

Comments are closed.