ଅସହାୟ ଅବସ୍ଥାରେ ବୃଦ୍ଧ ଦମ୍ପତି…….

ଛେଳି ଚରାଇ ବିତୁଛି ଜୀବନ, ମିଳୁନି ଆବାସ ଘର କି ବାର୍ଦ୍ଧକ୍ୟ ଭତ୍ତା

ହରଭଙ୍ଗା : ସରକାରଙ୍କ ମାଳ ମାଳ ଜନହିତକର ଯୋଜନା ସତ୍ୱେ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପ୍ରଶାସନ ନାକତଳେ ସରକାରୀ ଯୋଜନାର ଅପହଂଚ ଚିତ୍ର ବାସ୍ତବତାକୁ ପଦାରେ ପକାଇଛି। ଏଭଳି ଏକ ଘଟଣା ବ୍ଲକ ସଦରମହକୁମା ବାଣୀଭୁଷଣପୁର ପଂଚାୟତ ଠିଡିକାଯୋର ଗ୍ରାମର ବୃଦ୍ଧ ଦମ୍ପତି ଚୈତନ୍ୟ ମାଝୀ ଓ ତାଙ୍କ ପନ୍ତ୍ରୀ ସାବିତ୍ରୀ ମାଝୀଙ୍କ କ୍ଷେତ୍ରରେ ଦେଖୀବାକୁ ମିଳିଛି। ପ୍ରକାଶ ଯେ ବ୍ଲକ କାର୍ଯ୍ୟାଳୟଠାରୁ ୫ଶହ ମିଟର ଏବଂ ପଂଚାୟତ କାର୍ଯ୍ୟାଳୟ ଠାରୁ ୨ଶହ ମିଟର ଦୂର ଠିଡିକାଯୋର ଗ୍ରାମର ବାସିନ୍ଦା  ଚୈତନ୍ୟ ମାଝୀ (୭୦)ଏବଂ ତାଙ୍କ ପନ୍ତ୍ରୀ ସାବିତ୍ରୀ ମାଝୀ(୬୫)। ସେଠାରେ  ବୃଦ୍ଧ ଦମ୍ପତି ଏକ ଭଙ୍ଗା କୁଡିଆ ଚାଳଛପର ଘରେ ପଲିଥିନ ଟାଣି ଜୀବନ କାଟୁଛନ୍ତି। ରାସନକାର୍ଡରେ ମିଳୁଥିବା ୫କେ.ଜି ଚାଉଳ ସେମାନଙ୍କ ପାଇଁ ସରକାରୀ ସହାୟତା ହୋଇରହିଛି। ବାର୍ଦ୍ଧକ୍ୟ ଅବସ୍ଥାରେ ମୂଲ ମଜୁରୀ କରିନପାରି ଛେଳି ଚରାଇ ସେଥିରୁ ତେଲ ଲୁଣ କରି ଗୁଜୁରାଣ ମେଂଟାଉଛନ୍ତି ବୃଦ୍ଧ ଦମ୍ପତି। ସରକାର ଅସହାୟ ବୃଦ୍ଧ,ବୃଦ୍ଧାଙ୍କ ପାଇଁ ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା ସାଙ୍ଗକୁ  ଗ୍ରାମୀଣ ଆବାସ ଯୋଜନାରେ ପକ୍କା ଘର ଯୋଗାଇବା ସୁବିଧା କରିଥିଲେ ମଧ୍ୟ ଏମାନଙ୍କ ପାଇଁ ଏଇସବୁ ସରକାରୀ ସୁବିଧା ଅପହଂଚ ହୋଇରହିଛି।ବୃଦ୍ଧ ଅବସ୍ଥାରେ ଉଭୟେ ଉଭୟେଙ୍କ ସାହାରା ପାଲଟିଥିବା ବେଳେ ସରକାରୀ ସହୟାତାକୁ ଦୁହେଁ ଚାତକ ଭଳି ଅନେଇ ବସିଛନ୍ତି। ବ୍ଲକ ପ୍ରଶାସନ ତୁରନ୍ତ ବୃଦ୍ଧ ଦମ୍ପତିଙ୍କୁ  ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।

Comments are closed.