ନୂଆଦିଲ୍ଲୀରେ ଟ୍ରିପଲ ମର୍ଡର ; ବୃଦ୍ଧ ଦମ୍ପତିଙ୍କ ସହ ଚାକରାଣୀର ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଛାତି ଥରେଇ ଦେବା ଭଳି ଏକ ହତ୍ୟାକାଣ୍ଡ ଘଟିଛି । ରବିବାର ପଶ୍ଚିମ ଦିଲ୍ଲୀସ୍ଥିତ ବସନ୍ତ ଆପାର୍ଟମେଣ୍ଟର ଏକ ଘରୁ ବୃଦ୍ଧ ଦମ୍ପତି ଓ ଚାକରାଣୀର ମୃତଦେହ ଉଦ୍ଧାର ହୋଇଛି । କେହି ଦୁର୍ବୃତ୍ତ ଏମାନଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏହି ଟ୍ରିପଲ ମର୍ଡର ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘରର ଆସବାବପତ୍ର ସଠିକ୍ ସ୍ଥାନରେ ରହିଥିବାରୁ ଲୁଟ୍ ପରେ ହତ୍ୟାକାଣ୍ଡ ଘଟିନାହିଁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିବ ବୋଲି ଡିସିପି ଦେବେନ୍ଦ୍ର ଆର୍ଯ୍ୟ କହିଛନ୍ତି । ଏହି ଘଟଣାରେ ପୁଲିସ ଛାନଭିନ୍ ଜାରି ରଖିଛି ।

Comments are closed.