ଗାଁ ରେ ପଶିଲା ଝାଡ଼ଖଣ୍ଡି ଦନ୍ତା, ଖାଇଗଲା ସଉଦା-ପନିପରିବା

ନୀଳଗିରି: ବୁଧବାର ରାତିରେ ବାଲେଶ୍ଵର ଜିଲ୍ଲା ଅଧୀନ ନୀଳଗିରି ଅଞ୍ଚଳକୁ ପଶି ଆସିଥିବା ଝାଡ଼ଖଣ୍ଡି ପାଇଲଟ ଦନ୍ତା ହାତୀ ଟି ଶୁକ୍ରବାର ପୂର୍ବାହ୍ନ ରେ ଉପଦ୍ରବ କରି ଚାଲିଥିବା ଦେଖିବାକୁ ମିଳିଛି। ନୀଳଗିରି ବ୍ଲକ ମହିଷାପଟା ପଞ୍ଚାୟତ ଅଧୀନ ଶାଳବଣି ଗାଁ ରେ ପଶି ଯାଇଛି। ଉକ୍ତ ଗାଁ ରେ ଥିବା ଜୟ ସିଂ ଙ୍କ ଦୋକାନ ଆଗରେ ପହଞ୍ଚି ପନିପରିବା ଓ ସଉଦା ଖାଇ ଚାଲିଛି। ହାତୀ କୁ ଦେଖି ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ହାତୀକୁ ଦେଖିବାକୁ ଅଞ୍ଚଳ ଲୋକାରଣ୍ୟ ପାଲଟି ଯାଇଛି। ସେପଟେ ବନବିଭାଗ କର୍ମଚାରୀ ମାନେ ପହଁଚି ହାତୀକୁ ଘଉଡାଇବା ପାଇଁ ଉଦ୍ୟମ କରୁଛନ୍ତି। ସୂଚନା ଯେ, ପ୍ରତିବର୍ଷ ନଭେମ୍ବର ମାସରେ ଝାଡଖଣ୍ଡ ରାଜ୍ୟ ଦଲମା ଅଭୟାରଣ୍ୟ ରୁ ୧୦୦ରୁ ଉର୍ଦ୍ଧ୍ବ ହାତୀ ନୀଳଗିରି ପଶି ବ୍ୟାପକ ଫସଲ ନଷ୍ଟ କରିଥାନ୍ତି ଏବଂ ଲୋକଙ୍କ ଘର ଭାଙ୍ଗି ସେମାନଙ୍କୁ ବେଘର କରି ପକାନ୍ତି। କିନ୍ତୁ ଚଳିତ ବର୍ଷ ବହୁ ଆଗରୁ ଏହି ଦଳର ପାଇଲଟ ଦନ୍ତା ଟି ପଶି ଆସିଥିବା ଯୋଗୁଁ ବନବିଭାଗ ସହ ନୀଳଗିରିର ବନାଞ୍ଚଳବାସୀ ଚିନ୍ତିତ ଅଛନ୍ତି।

Comments are closed.