ବିଟକଏନକୁ ଆଇନଗତ ମୁଦ୍ରା ଭାବେ ସ୍ୱୀକୃତି ଦେଲା ଏଲ୍‍ ସାଲାଭାଡର

ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ବିଟକଏନକୁ ଗ୍ରହଣ କଲା

ସାନ୍‍ ସାଲଭାଡର: ବିଟ୍‍ କଏନକୁ ମିଳିଲା ଆଇନଗତ ସ୍ୱୀକୃତି। ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବରେ ଏଲ୍‍ ସାଲଭାଡର ଏହାକୁ ବୈଧ ମୁଦ୍ରା ଭାବରେ ଆଇନଗତ ସ୍ୱୀକୃତି ପ୍ରଦାନ କରିଛି। ଦୈନନ୍ଦିନ ବ୍ୟବହାରରେ ଏକ କ୍ରିପଟୋକରେନ୍ସିକୁ ଗ୍ରହଣ କରିବାରେ ଏହା ପ୍ରଥମ ରାଷ୍ଟ୍ର ହୋଇଛି। ଏହି କେନ୍ଦ୍ର ଆମେରିକୀୟ ରାଷ୍ଟ୍ରର କଂଗ୍ରେସ ମଙ୍ଗଳବାର ଏ ସମ୍ପର୍କିତ ବିଲ୍‍ ଅନୁମୋଦନ କରିବା ଦ୍ୱାରା ବିଟକଏନକୁ ଏଣିକି ଦୈନନ୍ଦିନ ଜୀବନରେ ବ୍ୟବହାର କରାଯାଇପାରିବ। ଏଥିରେ ସମ୍ପତ୍ତି କିଣା ବିକାଠାରୁ ନେଇ ଟିକସ ପୈଠ ପର୍ଯ୍ୟନ୍ତ ସବୁକିଛି କରାଯାଇପାରିବ। ଏଲ୍‍ ସାଲାଭାଡର ରାଷ୍ଟ୍ରପତି ନୟିବ ବୁକେଲ ବିଟକଏନ ଆଇନ ମଧ୍ୟ ଘୋଷଣା କରିସାରିଛନ୍ତି। ଏଲ୍‍ ସାଲାଭାଡର ଏକ କ୍ଷୁଦ୍ର ରାଷ୍ଟ୍ର ହୋଇଥିବା ଏବଂ ଏଠାରେ ୪୦% ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବାବେଳେ ସରକାର କ୍ରିପଟୋ କରେନ୍ସିକୁ ସ୍ୱୀକୃତି ଦେବା ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟିକରିଛି।

Comments are closed.