ଉତ୍ତପ୍ତ ହେବ ଭାରତ: ୪୪ ବର୍ଷ ରହିବ ଏଲ ନିନୋ

ନୂଆଦିଲ୍ଲୀ: ଗତ ଦଶନ୍ଧି ଭିତରେ ଭାରତରେ ଗ୍ରୀଷ୍ମ ପ୍ରଭାବ ଯେତିକି ବୃଦ୍ଧି ପାଇଛି, ଆସନ୍ତା ୪୪ ବର୍ଷ ଅର୍ଥାତ ୨୦୨୦ରୁ ୨୦୬୪ ପର୍ଯ୍ୟନ୍ତ ତାହା ଅଧିକ ବୃଦ୍ଧି ପାଇବ ବୋଲି କ୍ଲାଇମେଟ୍ ଡାଇନାମିକ୍ସ ପତ୍ରିକା ପ୍ରକାଶ କରିଛି। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ ମେଟ୍ରୋଲୋଜି ରିପୋର୍ଟରେ କୁହାଯାଇଛି ଯେ ଏଲ ନିନୋ ପ୍ରଭାବ ୨୦୨୦ରୁ ବୃଦ୍ଧି ପାଇବ ଓ ୨୦୪୪ ପର୍ଯ୍ୟନ୍ତ ଜାରି ରହିବା ଫଳରେ ମୃତ୍ତିକାର ଆଦ୍ରତା ହ୍ରାସ ପାଇବା ସହ କୃଷି ଉପରେ ଅଧିକ ନକାରାତ୍ମକ ପ୍ରଭାବ। ପଡିବ ୧୯୫୧ଠାରୁ ୨୦୦୫ ମଧ୍ୟରେ ହୋଇଥିବା ୫୪ଟି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ରିପୋର୍ଟ ପ୍ରସ୍ତୁତ ହୋଇଥିବା ଜଣାପଡିଛି।

ତେବେ ଚକିତ ବର୍ଷ ଭଲ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଏଲ ନିନୋ ପ୍ରଭାବ ଚଳିତ ବର୍ଷ ଧୀରେ ଧୀରେ ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ଭିନ୍ନ ଜଳବାୟୁ ଯୋଗୁ ଦୁର୍ବଳ ହେଉଥିବା ସୂଚନା ମିଳିଛି।

Comments are closed.