ଭିକାରି ମୁକ୍ତ ହେବ ଏକାମ୍ର କ୍ଷେତ୍ର

୩୫ ଚିହ୍ନଟ, ଆଶ୍ରୟସ୍ଥଳୀରେ ଥଇଥାନ

ଭୁବନେଶ୍ବର : ଏକାମ୍ର କ୍ଷେତ୍ରର ବିକାଶମୂଳକ କାମ ଦ୍ରୁତ ଗତି‌ରେ ଚାଲିଛି। ସରକାରୀ ଅଧିକାରୀ ଘନ ଘନ ‌କ୍ଷେତ୍ର ପରିଦର୍ଶନ ସହିତ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରୁଛନ୍ତି। ‌ଜମି ଅଧିଗ୍ରହଣ, ରାସ୍ତା ନିର୍ମାଣ, ସୌନ୍ଦର୍ଯ୍ୟକରଣ ଆଦି କାମ ଜୋର୍‌ଦାର ଚାଲିଥିବାବେଳେ ପ୍ରଶାସନ ପକ୍ଷରୁ ଆଉ ଏକ ପଦକ୍ଷେପ ନିଆଯାଇଛି। ରାଜଧାନୀ ଭୁବନେଶ୍ବରକୁ ଭିକାରି ମୁକ୍ତ କରିବାକୁ ବିଏମ୍‌ସି ପ୍ରୟାସ ଜାରି ରଖିଥିବାବେ‌େ‌ଳ ପ୍ରଥମ ପର୍ଯ୍ୟାୟରେ ଏକାମ୍ର କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି।

ଏକାମ୍ର କ୍ଷେତ୍ରକୁ ଭିକାରି ମୁକ୍ତ କରିବା ନିମନ୍ତେ ବିଏମ୍‌ସି ପକ୍ଷରୁ ସର୍ଭେ କରାଯାଇଛି। ୩୫ ଭିକାରିଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଆଶ୍ରୟସ୍ଥଳୀ ନିଆଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ମନ୍ଦିର ଆଖପାଖରେ ବୁଲୁଥିବା ଭିକାରିଙ୍କ ସହିତ ଆଲୋଚନା କରାଯାଇ ନିଜ ପରିବାରକୁ ଫେରିବାକୁ ଚାହୁଁଥିବା ଭିକାରିଙ୍କୁ ସହାୟତା ଯୋଗାଇ ଦିଆଯିବା ପାଇଁ ପଦକ୍ଷେପ ନିଆଯାଇଛି। ସରକାରଙ୍କ ‘ସହାୟ’ ଯୋଜନାରେ ଭିକାରିଙ୍କୁ ଥଇଥାନ କରାଯିବ। ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ ନିମନ୍ତେ ବିଏମ୍‌ସି ଏବଂ ବିଡିଏ ପକ୍ଷରୁ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥିବା ଲିଙ୍ଗରାଜଙ୍କ ଐତିହ୍ୟ ପ୍ରକଳ୍ପର ଜମି ଅଧିଗ୍ରହଣ ନୋଡାଲ ଅଧିକାରୀ କମଲଜିତ୍‌ ଦାସ ସୂଚନା ଦେଇଛନ୍ତି। ସେହିପରି ଏକାମ୍ର କ୍ଷେତ୍ର ଐତିହ୍ୟ ପ୍ରକଳ୍ପ ନିମନ୍ତେ ୬୬ ଏକର ଜମିରେ ବିକାଶ କାର୍ଯ୍ୟ ତ୍ବରାନ୍ବିତ ହେବ।

Comments are closed.