ପିଡିପିୟୁ ସମାବର୍ତ୍ତନ ସମାରୋହ : ଯୁବକମାନଙ୍କୁ ସ୍ପଷ୍ଟ ଲକ୍ଷ୍ୟ ନେଇ ଆଗକୁ ବଢିବାକୁ ହେବ-ମୋଦୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଗାନ୍ଧିନଗରସ୍ଥିତ ପଣ୍ଡିତ ଦୀନଦୟାଲ ପେଟ୍ରୋଲିୟମ ବିଶ୍ୱବିଦ୍ୟାଳୟର ୮ମ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି ଯେ ଏହି ଅନୁଷ୍ଠାନରୁ ପାସ୍ କରୁଥିବା ବିଦ୍ୟାର୍ଥୀ ମାନେ ଦେଶର ନୂତନ ଶକ୍ତି ପାଲଟିବେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏପରି ଏକ ସମୟ ଥିଲା ଯେତେବେଳେ ଲୋକମାନେ ପ୍ରଶ୍ନ କରୁଥିଲେ ଏଭଳି ଏକ ବିଶ୍ୱବିଦ୍ୟାଳୟ କେତେ ଆଗକୁ ଗତି କରିବ। କିନ୍ତୁ ଏଠାରେ ଥିବା ଛାତ୍ର, ପ୍ରଫେସର ଏବଂ ପେସାଦାରମାନେ ଏଠାରୁ ଯାଉଥିବା ବେଳେ ଏହି ସମସ୍ତ ପ୍ରଶ୍ନର ସଠିକ୍ ଉତ୍ତର ଦେଉଛନ୍ତି। ତାଙ୍କ ସମ୍ବୋଧନରେ ସେ କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ଯୁବକମାନଙ୍କୁ ଏକ ପାରଦର୍ଶୀ କ୍ୟାରିୟର ସହିତ ଆଗକୁ ବଢିବାକୁ ପଡିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେହି ଲୋକମାନେ ଜୀବନରେ ସଫଳ ହୁଅନ୍ତି, ସେହି ଲୋକମାନେ ଏପରି କିଛି କରପାରନ୍ତି ଯେଉଁମାନଙ୍କର ଜୀବନରେ ଦାୟିତ୍ୱବୋଧର ଭାବନା ଥାଏ। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଯୁବକମାନଙ୍କୁ ସ୍ପଷ୍ଟ ଉଦ୍ଦେଶ୍ୟରେ ଆଗକୁ ବଢିକୁ ହେବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଣ୍ଡିତ ଦୀନଦୟାଲ୍‍ ପେଟ୍ରୋଲିୟମ୍‍ ବିଶ୍ୱବିଦ୍ୟାଳୟର ୫ଟି ଅତ୍ୟାଧୁନିକ ବ୍ୟବସ୍ଥାକୁ ଉଦ୍‍ଘାଟନ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ୪୫ ମେଗାୱାଟ୍‍ ଶକ୍ତିସମ୍ପନ୍ନ ମନୋକ୍ରାଇଷ୍ଟାଲାଇନ୍‍ ସୋଲାର୍‍ ଫଟୋ ଭୋଲଟାଇଜ୍‍ ପ୍ୟାନେଲ୍‍ ରହିଛି। ତାହା ୧୭ କୋଟି ଟଙ୍କା ବ୍ୟୟରେ ଜିଇଡିଏ ଦ୍ୱାରା ସ୍ଥାପନ କରାଯାଇଛି। ଶ୍ରୀ ମୋଦୀ  PDPU Techology Business Incubatorର ଶୁଭାରମ୍ଭ କରିଛନ୍ତି। ୨୨ କୋଟି ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଛି। ଗୁଜରାଟ କ୍ରିଡ଼ା କର୍ତ୍ତୃପକ୍ଷ ଦ୍ୱାରା ୧୫ କୋଟି ଟଙ୍କା ବ୍ୟୟରେ ନିର୍ମିତ କ୍ରିଡ଼ା କମ୍ପେ୍ଲକ୍ସ୍‍କୁ ମଧ୍ୟ ସେ ଉଦ୍‍ଘାଟନ କରିଛନ୍ତି।  ହରାଇଜନ୍-୨୦୨୦ ଅଧୀନରେ ଭାରତ-ୟୁରୋପୀୟ ସଂଘ ଦ୍ୱିପକ୍ଷୀୟ ପ୍ରକଳ୍ପକୁ ଶ୍ରୀ ମୋଦି ଉଦ୍‍ଘାଟନ କରିଛନ୍ତି।

ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପିଡିପିୟୁ.ପରିଚାଳନା ମଣ୍ଡଳୀ ସଭାପତି ତଥା ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।

Comments are closed.