ବିଶାଖାପାଟଣା କେମିକାଲ୍ ପ୍ଲାଣ୍ଟ୍‌ରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ଶିଶୁ ସମେତ ୮ ମୃତ, ୫ ହଜାରରୁ ଉର୍ଦ୍ଧ୍ବ ଅସୁସ୍ଥ

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶ ସ୍ଥିତ ବିଶାଖାପାଟଣାରେ ଏକ କେମିକାଲ ପ୍ଲାଣ୍ଟରେ ବିଶାକ୍ତ ଗ୍ୟାସ୍ ଲିକ୍ ହୋଇଛି । ଏହି ଅଘଟଣରେ ଏକ ଶିଶୁ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫ ହଜାରରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । ସୂଚନାମୁତାବକ ଗୁରୁବାର ଭୋର ସମୟରେ ଗୋପାଳପଟ୍ଟନମ୍ ପାଖ ଭେପାଗୁଣ୍ଟାରେ ଥିବା ‘ଏଲ୍‌ଜି ପଲିମରର୍ସ’ କାରଖାନାରୁ ବିଶାକ୍ତ ଗ୍ୟାସ୍ ଲିକ୍ ହୋଇଥିଲା । ଏହି ଗ୍ୟାସ୍ ଲିକ୍ ହେବାଫଳରେ ଲୋକଙ୍କକ ଆଖିରେ ପ୍ରଥମେ ପୋଡାଜଳା ହେବା ସହ ଶ୍ଵାସ ନେବାରେ ଅସୁବିଧା ହେବା ଦେଖାଦେଇଥିଲା । ଏହାପରେ ଲୋକମାନଙ୍କୁ ମେଡିକାଲ ନିଆଯାଇଥିଲା ।

ଏହି ଘଟଣା ସାମ୍ନାକୁ ପୁଲିସ, ଅଗ୍ନିଶମ ବାହିନୀ ଓ ‌ନୌସେନାର କର୍ମଚାରୀମାନେ ରେସକ୍ୟୁ ଅପରେସନ କରୁଛନ୍ତି । ସ୍ଥାନୀୟ ଅଞ୍ଚଳର ସମସ୍ତ ଗାଁକୁ ଖାଲି କରିଦିଆଯାଇଛି । କାରଖାନାରୁ ଲିକ୍ ହୋଇଥିବା ଗ୍ୟାସ ପ୍ରାୟ ୩ କିଲୋମିଟର ଯାଏଁ ବ୍ୟାପିଥିବା ଜଣାପଡିବା ପରେ ୫ ଟି ଗାଁକୁ ଖାଲି କରାଯାଇଛି । ଏଥି ସହିତ ସୁରକ୍ଷା ଦୃଷ୍ଟିରୁ ସେ ଅଞ୍ଚଳ ଆଖପାଖରେ ବସବାସ କରୁଥିବା ଲୋକମାନଙ୍କୁ ଘରୁ ନ ବାହାରିବାକୁ ଅନୁରୋଧ କରାଯାଇଛି।

Comments are closed.