ଆସନ୍ତାକାଲି ଇଦ୍ : କୋଭିଡ୍‍-୧୯ ସଂପର୍କିତ ନିର୍ଦ୍ଦେଶାବଳୀକୁ ପାଳନ ପାଇଁ ସାହି ଇମାମଙ୍କ ନିବେଦନ

ନୂଆଦିଲ୍ଲୀ : ଦେଶର ଅଧିକାଂଶ ସ୍ଥାନରେ ସୋମବାର ଅର୍ଥାତ ଆସନ୍ତାକାଲି ପବିତ୍ର ଇଦୁଲ ଫିତର ପର୍ବ ପାଳନ କରାଯିବ । ଦିଲ୍ଲୀ ଜାମା ମସ୍‍ଜିଦ୍‍ର ସାହି ଇମାମ୍‍ ସଇଦ୍‍ ଅହମ୍ମଦ ବୁଖାରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଶନିବାର ଚନ୍ଦ୍ର ଦର୍ଶନ ହୋଇପାରି ନାହିଁ ।

ଅନ୍ୟପକ୍ଷରେ କୋଭିଡ୍‍-୧୯ ମହାମାରୀକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଦେଶବ୍ୟାପୀ ଚାଲିଥିବା ଲକଡାଉନ୍ ଯୋଗୁଁ ଆସନ୍ତାକାଲି ଇଦ୍ ଅବସରରେ ପ୍ରାର୍ଥନା କରିବା ଲାଗି ମସ୍‍ଜିଦ୍‍ ନ ଆସିବାକୁ ସାହି ଇମାମ୍‍ ମୁସଲମାନ ସଂପ୍ରଦାୟର ଲୋକଙ୍କୁ ଅନୁରୋଧ କରିଛନ୍ତି । ସେହିଭଳି ଏହି ପର୍ବ ପାଳନ କରିବା ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଏହି ଅବସରରେ କରମର୍ଦ୍ଦନ ବା ପରସ୍ପରକୁ ଆଲିଙ୍ଗନ ନ କରିବା ସହିତ କୋଭିଡ୍‍-୧୯ ସଂପର୍କିତ ସରକାରଙ୍କ ନିର୍ଦ୍ଦେଶାବଳୀକୁ ସଂପୂର୍ଣ୍ଣ ପାଳନ କରିବା ପାଇଁ ସେ ନିବେଦନ କରିଛନ୍ତି । ପବିତ୍ର ରମଜାନ ମାସର ଆଜି ହେଉଛି ଶେଷ ଦିବସ।

Comments are closed.