ଓଡିଶାରେ ଏବେ ଅଣ୍ଡା ଉପରେ ରହିବ ଏକ୍ସପାରୀ ତାରିଖ

0

ଭୁବନେଶ୍ୱର:  ଏବେ ଅଣ୍ଡା ଉପରେ ଏକ୍ସପାରୀ ଚାରିଖ ରହିବ ।  ଦୁଗ୍ଧ ପ୍ୟାକେଟ ଉପରେ ଯେପରି ଏକ୍ସପାରୀ ତାରିଖ ରହୁଛି ଅଣ୍ଡା ଉପରେ ସେହିପରି ଏକ୍ସପାରୀ ତାରିଖ ରହିବ । ଅତି ଉନ୍ନତ ମାନର ବୈଷୟିକ ଜ୍ଞାନରେ ଅଣ୍ଡା ଖୋଳ ଉପରେ ଏହାକୁ ଛପା ଯିବ ।  ଓଡିଶାରେ ପ୍ରଥମ ଥର ପାଇଁ ଏପରି ଅଣ୍ଡା ବଜାରକୁ ଆସିଛି । ବଲାଙ୍ଗୀରରେ କିଛି ଅଞ୍ଚଳରେ ଏପରି ଅଣ୍ଡା ଏବେ ଉପଲବ୍ଧ ହୋଇଛି ।  ବଜାରରେ ବିଭିନନ୍ ପ୍ରକାରର ନକଲି ଅଣ୍ଡା ସହ ପ୍ଲାଷ୍ଟିକ ଅଣ୍ଡା ଆସିବା ଅଭିଯୋଗ ହେବାପରେ ଏବେ ଅଣ୍ଡା ଉପରେ

ଅଣ୍ଡାକୁ ସାଧାରଣତଃ ଏକମାସ ମଧ୍ୟରେ ବ୍ୟବହାର କରିବା କଥା । ମାତ୍ର ଆଗରୁ ଅଣ୍ଡା ଉପରେ ଏହାର ଏକ୍ସପାରୀ ତାରିଖ ନ ରହୁଥିବାରୁ ଉପଭୋକ୍ତାମାନେ ଏହାକୁ ଏକ୍ସପାରୀ ତାରିଖ ପରେ ବ୍ୟବହାର କରୁଥିଲେ । ଦୋକାନୀମାନେ ଅଣ୍ଡାକୁ ଅଧିକ ଦିନ ରଖି ବିକ୍ରି କରୁଥିବା ଅଭିଯୋଗ ବି ହୋଇଥିଲା । ତେବେ ରାଜ୍ୟରେ ଏପରି ବ୍ୟବସ୍ଥା ସବୁ ଅଞ୍ଚଳରେ ଲାଗୁ କରାଗଲେ ଗ୍ରାହକମାନେ ଲାଭବାନ ହୋଇ ପାରିବେ ।

Leave A Reply