ମୁଖ୍ୟମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ

ଲୋଇସିଂହା : ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ ହୋଇଥିବା ଜଣାପଡିଛି। ଘଟଣା ପରେ ପୁଲିସର ଘଟଣାସ୍ଥଳରେ ଲାଠିଚାର୍ଜ ସହ ଫ୍ଲାଗମାର୍ଚ୍ଚ କରାଯାଇଛି। ଏହି ଘଟଣାରେ ପୂର୍ବତନ ବିଧାୟକ ବାଳଗୋପାଳ ମିଶ୍ର ସହ ୧୦ଜଣ ସମର୍ଥକ ଅଟକ ରହିଛନ୍ତି। ସାଲଭଟା ଅଞ୍ଚଳରେ ପରିସ୍ଥିତି ଉତ୍ତେଜନା ରହିଛି।

Comments are closed.