ବାସନରୁ ଅଣ୍ଡାର ଦୁର୍ଗନ୍ଧ ଦୂର କରିବାର ସହଜ ଉପାୟ

ସକାଳର ଜଳଖିଆ​‌ରେ ଅଣ୍ଡା ଖାଇବା ଶରୀର ପାଇଁ ଅନେକ ଲାଭଦାୟକ ଅଟେ। ଅଣ୍ଡାରୁ ଅନେକ ପ୍ରକାରର ଖାଦ୍ୟ ଦ୍ରବ୍ୟ ଯଥା ଅଣ୍ଡା ଭୁଜିଆ, ଅମଲେଟ୍‌, ତରକାରୀ ଇତ୍ୟାଦି ପ୍ରସ୍ତୁତ ହୋଇଥାଏ। କିନ୍ତୁ ଅଣ୍ଡା ଜାତୀୟ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ଯେତିକି ସହଜ ବାସନରୁ ତାର ଦୁର୍ଗନ୍ଧ ଛଡାଇବା ସେତିକି କଷ୍ଟ। ବାସନକୁ ଭଲ ଭାବେ ଧୋଇଲେ ମଧ୍ୟ ସେଥିରୁ ଅଣ୍ଡାର ଦୁର୍ଗନ୍ଧ ସହଜରେ ଯାଇ ନ ଥାଏ। ତେବେ ଆସନ୍ତୁ ଜାଣିବା ବାସନରୁ ଅଣ୍ଡାର ଗନ୍ଧ ଛଡାଇବାର ଉପାୟ ସମ୍ବନ୍ଧରେ …

ଅଣ୍ଡା ତିଆରି କରିଥିବା ବାସନରେ ଲେମ୍ବୁ ରସ ପକାଇ ତାକୁ କିଛି ସମୟ ରଖି ଦିଅନ୍ତୁ। ଏହାପରେ ସେଥିରେ ଗରମ ପାଣି ପକାଇ କିଛି ସମୟ ରଖନ୍ତୁ। ତାପରେ ବାସନକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ବାସନରୁ ଅଣ୍ଡାର ଦୁର୍ଗନ୍ଧ ଦୂର ହୋଇଯିବ।

ବେକିଙ୍ଗ ସୋଡା ବ୍ୟବହାର କରି ଆମେ ବାସନରୁ ଅଣ୍ଡାର ଦୁର୍ଗନ୍ଧ ଛଡାଇ ପାରିବା।

ସିରକା ଦ୍ବାରା ବାସନରୁ ଅଣ୍ଡାର ଦୁର୍ଗନ୍ଧ ଶୀଘ୍ର ଛାଡି ଯାଇଥାଏ।

ଆମେ ଖାଦ୍ୟ ପାଇଁ ବ୍ୟବହାର କରୁଥିବା ବେସନ ଦ୍ବାରା ବାସନରୁ ଅଣ୍ଡାର ଗନ୍ଧ ଛଡାଇ ପାରିବା। ସେଥିପାଇଁ ବାସନରେ ବେସନକୁ ପକାଇ ଭଲ ଭାବେ ଘଷି ଧୁଅନ୍ତୁ। ଏହାପରେ ବାସନରୁ ଅଣ୍ଡାର ଦୁର୍ଗନ୍ଧ ଦୂର ହୋଇଯାଇଥିବ।

Comments are closed.