ଓଟସ ଏଗ କଷ୍ଟଡ

ଆବଶ୍ୟକ ସାମଗ୍ରୀ
୧ଟି ଅଣ୍ଡାର ହଳଦିଆ ଅଂଶ
କୋରା ହୋଇଥିବା କଦଳୀ – ୧ଟି
କ୍ଷୀର – ୧କପ
ଓଟସ – ୧କପ
ବାଦାମ ଗୁଣ୍ଡ – ୧ଚାମଚ
କଷ୍ଟଡ଼ ପାଉଡ଼ର – ୧ ଚାମଚ
ସେଓ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ କୋରା କଦଳୀ ଓ ଅଣ୍ଡାର ହଳଦିଆ ଅଂଶକୁ ଭଲ ଭାବେ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରି ରଖନ୍ତୁ। ଏବେ ଗ୍ୟାସରେ ଏକ ପାତ୍ର ବସାଇ କ୍ଷୀରକୁ ଭଲ ଭାବେ ଫୁଟାନ୍ତୁ। ଫୁଟିବା ପରେ କ୍ଷୀରକୁ ଥଣ୍ଡା କରି ଏଥିରେ ପୂର୍ବ ପ୍ରସ୍ତୁତ ମିଶ୍ରଣକୁ ଗୋଳାଇ ଦିଅନ୍ତୁ। ପୁଣି ଏଥିରେ ଓଟସ , ବାଦାମ ଗୁଣ୍ଡ, କଷ୍ଟଡ଼ ପାଉଡ଼ର ପକାଇ ୧ ମିନିଟ ଗ୍ୟାସରେ ବସାଇ ଓହ୍ଳାଇ ଦିଅନ୍ତୁ। ଏବେ ଏହାକୁ କିଛି ସମୟ ଫ୍ରିଜରେ କିଛି ସମୟ ରଖି ଏହା ଉପରେ କଟା ସେଓ ସଜାଇ ଖାଆନ୍ତୁ। ପ୍ରସ୍ତୁତ ହୋଇଗଲା ଓଟସ ଏଗ କଷ୍ଟଡ଼।

Comments are closed.