ଅଣ୍ଡାର ଔଷଧୀୟ ଗୁଣ

0

ଅଣ୍ଡା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ବୋଲି ସଭିଏଁ ଜାଣି ଥିବେ। ଶସ୍ତାରେ ମିଳୁଥିବା ଏହା ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟଦ୍ରବ୍ୟ ଅଟେ। ପ୍ରାୟ ସମସ୍ତ ସ୍ଥାନରେ ଏହା ଖୁବ ସହଜରେ ମିଳିଥାଏ। ପିଲାଙ୍କ ଠାରୁ ଆରମ୍ଭ କରି ଗର୍ଭବତୀ ମହିଳା ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ଏହା ଲାଭଦାୟକ ଅଟେ।
ଅଣ୍ଡାରେ ଭରପୁର ମାତ୍ରାରେ ଭିଟାମିନ ରହିଛି। ଭିଟାମିନ ଏ, ବି-୧୨, ଡ଼ି ଏବଂ ଇ ମଧ୍ୟ ରହିଛି। ନିୟମିତ ଗୋଟିଏ ଅଣ୍ଡା ଖାଇଲେ ଏହା ବହୁ ମାରାତ୍ମକ ରୋଗରୁ ରକ୍ଷା କରିଥାଏ।
ଅଣ୍ଡାର ଉପକାରୀ ଗୁଣ –
ନିୟମିତ ଅଣ୍ଡା ଖାଇବା ଦ୍ୱାରା ଖରାପ କୋଲେଷ୍ଟ୍ରୋଲ ମାତ୍ରା କମ ହୋଇଥାଏ।
ଚକ୍ଷୁ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ।
ଅଣ୍ଡା ଖାଇବା ଦ୍ୱାରା ଦାନ୍ତ, ହାଡ଼ ସୁସ୍ଥ ଓ ଶକ୍ତ ରହିଥାଏ।
ଅଣ୍ଡାରେ ଅଧିକ ମାତ୍ରାରେ କୋଲିନ ରହିଥାଏ। ଯାହା ମସ୍ତିଷ୍କକୁ ଠିକ ଭାବେ ସନ୍ତୁଳିତ କରିଥାଏ। ସ୍ମରଣ ଶକ୍ତି ବୃଦ୍ଧି କରିଥାଏ।
କେଶ ଓ ନଖକୁ ଠିକ ଭାବେ ବଢାଇବା ସହ ସୁସ୍ଥ ରଖିଥାଏ।
ଥଣ୍ଡା ଜନିତ ସମସ୍ୟା ଦୂର ହୋଇଥାଏ।
କାର୍ଯ୍ୟ କରିବାକୁ ଇଚ୍ଛା ଶକ୍ତି ବୃଦ୍ଧି ପାଇଥାଏ।
ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।

Leave A Reply