ଟେଷ୍ଟି ଅଣ୍ଡା ତରକାରୀ

0

ଆବଶ୍ୟକ ସାମଗ୍ରୀ
ଅଣ୍ଡା ୪ଟି
ଅଦା,ରସୁଣ ବଟା
କଟା ପିଆଜ – ୨ଟି
କଟା ଟମାଟୋ – ୧ଟି
ତେଲ – ୬ରୁ୭ ଚାମଚ
ଲୁଣ – ଆବଶ୍ୟକ ଅନୁଯାୟୀ
ହଳଦୀ ଗୁଣ୍ଡ
ଲଙ୍କା ଗୁଣ୍ଡ
ଗୋଟା ମସଲାରେ – ୧ଟି ଗୁଜୁରାତି
୨ଟି ଲବଙ୍ଗ
୨ଟି ଡ଼ାଲଚିନି
କଟା ଧନିଆ ପତ୍ର
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ର ବସାଇ ପାଣି ଗରମ କରି ସେଥିରେ ଅଣ୍ଡାକୁ ସିଝାନ୍ତୁ। ସିଝିବା ପରେ ଏକ ପାତ୍ରକୁ କାଢି ଦିଅନ୍ତୁ। ଏହା ପରେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରି ଅଣ୍ଡାକୁ ଭାଜନ୍ତୁ। ଭାଜି ହେବା ପରେ ଅଣ୍ଡାକୁ ଏକ ପାତ୍ରକୁ କାଢନ୍ତୁ। କଡ଼େଇରେ ପୁଣି ତେଲ ଗରମ କରି ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ଏହା ଭାଜି ହେବା ପରେ ଅଦା,ରସୁଣ ବଟା ପକାଇ କଷନ୍ତୁ। କଷି ହେବା ପରେ ହଳଦୀ,ଲଙ୍କା ଗୁଣ୍ଡ, ଲୁଣ, ଟମାଟୋ ପକାଇ ଭଲ ଭାବେ କଷନ୍ତୁ। ଏହା ପରେ ଏଥିରେ ସାମାନ୍ୟ ପାଣି ଦେଇ ଗୋଟା ଗୁଜୁରାତି, ଲବଙ୍ଗ, ଡ଼ାଲଚିନି ପକାନ୍ତୁ। ଏବେ ଏଥିରେ ସିଝା ହୋଇଥିôବା ଅଣ୍ଡାକୁ ୨ଫାଳ କରି ପକାଇ ୨ ମିନିଟ ଗ୍ୟାସରେ ବସାନ୍ତୁ। ଏହା ପରେ ଏହାକୁ ଏକ ପାତ୍ରକୁ କାଢି କଟା ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଟେଷ୍ଟି ଅଣ୍ଡା ତରକାରୀ।

Leave A Reply