ଜାଣନ୍ତୁ , ଖରା ଦିନେ ଅଣ୍ଡା ଖାଇବା ଶରୀର ପାଇଁ କେତେ ହିତକାରୀ !           

ଭେଜିଟେରିୟାନ ଓ ନନ୍‍ ଭେଜିଟେରିୟାନ୍‍ ବାଦ ବର୍ତ୍ତମାନ ଏଗିଟେରିୟାନ ମଧ୍ୟ ଖାଦ୍ୟ ତାଲିକାରେ ସାମିଲ ହୋଇଛି। ଏଗ ଲଭର୍ସ ବା ଅଣ୍ଡା ପ୍ରେମୀମାନେ ଏହି ତାଲିକାରେ ନିଜକୁ ସାମିଲ କରିଛନ୍ତି।  ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଅଣ୍ଡା ହିତକର। ଏଥିରେ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି। ଅଣ୍ଡାର ହଳଦିଆ ଅଂଶରେ ୯୦ ପ୍ରତିଶତ କ୍ୟାଲସିଅମ୍‍ ଓ ଆୟରନ ରହିଥିବା ବେଳେ ଧଳା ଅଂଶରେ ଭରପୁର ମାତ୍ରାରେ ପ୍ରୋଟିନ ରହିଥାଏ। ଅଣ୍ଡା ଶରୀର ପାଇଁ ସ୍ୱାସ୍ଥ୍ୟପ୍ରତି ହିତକାରକ ଏଥିରେ କୌଣସି ସନ୍ଦେହ ନ ଥିଲେ ମଧ୍ୟ ପ୍ରଶ୍ନ ଉଠୁଛି ଭୀଷଣ ଗରମରେ ଏହାକୁ ଖାଇବା ଉଚିତ୍‍ କି ନୁହେଁ ?

ଯଦି ଆପଣ ଭାବୁଛନ୍ତି ଖରା ଦିନରେ ଅଣ୍ଡା ଖାଇଲେ ଶରୀର ପାଇଁ ହାନିକାରକ ତେବେ ଆପଣ ସପୂର୍ଣ୍ଣ ରୁପେ ଭୁଲ୍‍ ଭାବୁଛନ୍ତି। ଖାଦ୍ୟ ବିଶେଷଜ୍ଞ ଅନୁଯାୟୀ, ଖରା ଦିନେ ଅଣ୍ଡା ଖାଇବା ଉଚିତ୍‍। ଏଥିରେ ଭିଟାମିନ ଅଧିକ ମାତ୍ରା ଥିବାରୁ ଏହା ଶରୀର ପାଇଁ ଉପଯୋଗୀ। ଦିନକୁ ୨ଟି ଅଣ୍ଡା ଖାଇ ପରିବେ କିନ୍ତୁ ଅଧିକ ଖାଇଲେ ଶରୀରରେ ତାପମାତ୍ରା ବଢିଯାଏ। ଯାହା ଶରୀର ପାଇଁ ହିତକାର ନୁହେଁ।

ଅଣ୍ଡାରେ ଭିଟାମିନ ଏ ଓ ଡି ଥିବାରୁ ହାଡ ମଜଭୁତ ହେବାରେ ଏହା ସହାୟକ ହୋଇଥାଏ। ଏଥିରେ କ୍ୟାଲସିୟମ, ଆୟୋଡିନ, ଫସଫରସ ଓ ଆଇରନ୍‍ ଥିବାରୁ ଶରୀର ବିକାଶ ପାଇଁ ଅଣ୍ଡାର ଆବଶ୍ୟକତା ରହିଛି।

Comments are closed.