ଜାଣନ୍ତୁ କେଉଁ ବାସନରେ ଖାଇଲେ ଶରୀରରେ କି ପ୍ରଭାବ ପଡ଼େ

ଏହା ଆମେ ସମସ୍ତେ ଜାଣନ୍ତି ଯେ ଖାଦ୍ୟ-ପାନୀୟ ଓ ଏହାର ପ୍ରକାରଭେଦ ଦ୍ବାରା ଆମ ଶରୀର ପ୍ରଭାବିତ ହୋଇଥାଏ।  ହେଲେ କ’ ଆପଣ ଜାଣନ୍ତି, ଖାଲି ଖାଦ୍ୟ ନୁହେଁ ଖାଦ୍ୟ ଖାଉଥିବା ପାତ୍ର ବା ବାସନ ମଧ୍ୟ ସ୍ବାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପକାଇଥାଏ। ଭିନ୍ନ ଭିନ୍ନ ଧାତୁର ବାସନରେ ଖାଦ୍ୟ-ପାନୀୟ ଗ୍ରହଣ କରିବା ଦ୍ବାରା ଶରୀର ଉପରେ ଭିନ୍ନ ଭିନ୍ନ ପ୍ରଭାବ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ବାସନ ସ୍ବାସ୍ଥ୍ୟ ଉପରେ କି ପ୍ରଭାବ ପକାଇଥାଏ –

ତମ୍ବା ବାସନ: ତମ୍ବା ପାତ୍ରରେ ପାଣି ପିଇଲେ ଏହା ସ୍ୱାସ୍ଥ୍ୟ ଉପରେ ସୁପ୍ରଭାଵ ପକାଇଥାଏ। ଆପଣ ଏଥିରେ ଭୋଜନ ପ୍ରସ୍ତୁତ କରି ମଧ୍ୟ ଖାଇପାରିବେ। କିନ୍ତୁ ମନେ ରଖିବେ ଖଟା ଜିନିଷ ଏଥିରେ ଜମା ବି ଖାଇବେ ନାହିଁ। ଖଟା ଜିନିଷ ସହ ଏହି ଧାତୁ ମିଶିଲେ ପ୍ରତିକ୍ରିୟା ସୃଷ୍ଟି ହୋଇ ଖାଦ୍ୟ ବିଷାକ୍ତ ହୋଇଯାଏ।

ଆଲୁମିନିୟମ ବାସନ: ଏଥିରେ ଖାଦ୍ୟ ପ୍ରସ୍ତୁତ କରି ଖାଇବା ଦ୍ୱାରା ଏଥିରେ ଆଲୁମିନିୟମର କିଛି ଅଂଶ ମିଶିଯାଇଥାଏ। ଯାହା ଦ୍ୱାରା ଆଲଜାଇମର ପରି ପେଟ ସମସ୍ୟା ଉପୁଜି ଥାଏ। ଏହି ପାତ୍ରରେ ନିୟମିତ ଖାଇଲେ ହାଡ଼ ମଧ୍ୟ ଦୁର୍ବଳ ହୋଇଯାଏ।

ଷ୍ଟିଲ ବାସନ: ଷ୍ଟିଲ ବାସନ କୌଣସି ଜିନିଷ ସହ ପ୍ରତିକ୍ରିୟା କରି ନ ଥାଏ। ଯଦିଓ ଏହା ଶରୀର ଉପରେ କୌଣସି ସୁପ୍ରଭାବ ପକାଇନଥାଏ କିନ୍ତୁ କିଛି କ୍ଷତି ମଧ୍ୟ କରିନଥାଏ ।

ଲୁହା ବାସନ: ଏହି ଧାତୁର ବାସନରେ ଖାଦ୍ୟ ଖାଇବା ସହ ଖାଦ୍ୟ ପ୍ରସ୍ତୁତ କରିବା ମଧ୍ୟ କ୍ଷତିକାରକ ହୋଇଥାଏ।

ମାଟି ବାସନ: ମାଟି ବାସନରେ ଖାଦ୍ୟ ଖାଇବା ଶରୀର ପାଇଁ ବରଦାନ ସଦୃଶ ହୋଇଥାଏ। ଏହାଦ୍ବାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏହା ଶରୀରର ଏସିଟିକ୍ କୋଷିକା ଗୁଡିକର ସଂଖ୍ୟା ବଢ଼ିଥାଏ। ଯାହା କର୍କଟ ଭଳି ମାରାତ୍ମକ ରୋଗର ଆଶଙ୍କାକୁ କମ୍ କରିଦିଏ।

ପିତ୍ତଳ ବାସନ: ଏହି ବାସନରେ ଭୋଜନ କରିବା ଶରୀର ପାଇଁ ଖୁବ୍ ଭଲ। ଆୟୁର୍ବେଦ ଅନୁଯାୟୀ, ଏଥିରେ ଖାଇଲେ କୃମି, କଫ, ବାୟୁଦୋଷ ପରି ମାରାତ୍ମକ ରୋଗ ପାଖ ମାଡ଼ି ନ ଥାଏ। ଶରୀରକୁ କେତେକ ପୋଷାକ ତତ୍ତ୍ବ ମଧ୍ୟ ମିଳିଥାଏ ।

ନନ୍‌ଷ୍ଟିକ ବାସନ: ଆଜିକାଲି ନନ୍‌ଷ୍ଟିକ ବାସନର ବହୁଳ ବ୍ୟବହାର ହେଉଛି। ଏଥିରେ ଖାଦ୍ୟ ରାନ୍ଧିଲେ ଅଧିକ ତେଲର ଆବଶ୍ୟକ ହୋଇ ନ ଥାଏ। ହେଲେ ଏହି ବାସନକୁ ଅଧିକ ତାପମାତ୍ରାରେ ଗରମ କରିବା ଆଦୌ ଉଚିତ ନୁହେଁ।

Comments are closed.