ପାଟଣା ବନ୍ଦ ପ୍ରଭାବ ଶୂନ୍ୟ, ତୁରୁମୁଙ୍ଗାରେ ବନ୍ଦ ଆଂଶିକ ସଫଳ

ପାଟଣା : ସିଏଆଇଟି ପକ୍ଷରୁ ଜିଏସଟି ସମୀକ୍ଷା ଦାବିରେ ଭାରତ ବନ୍ଦର ପ୍ରଭାବ ପାଟଣା ବ୍ଲକ ମୁଖ୍ୟାଳୟ ଅଞ୍ଚଳରେ ପ୍ରଭାବ ଶୂନ୍ୟ ରହିଛି। ସମସ୍ତ ଦୋକାନ ଓ ବାଣିଜ୍ୟକ ପ୍ରତିଷ୍ଠାନ ସହ ସରକାରୀ ବେସରକାରୀ କାର୍ଯ୍ୟାଳୟ ସୁରୁଖୁରୁରେ ଚାଲିଥିବା ଦେଖା ଯାଇଥିଲା। ଅନ୍ୟପକ୍ଷରେ ତୁରୁମୁଙ୍ଗାରେ ଭାରତ ବନ୍ଦର ପ୍ରଭାବ ଆଂଶିକ ସଫଳ ହୋଇଛି। ଯାତ୍ରୀବାହୀ ବସ ଓ ଯାନବାହାନ ଚଳାଚଳ ବନ୍ଦ ଥିବାବେଳେ ପନିପରିବା ବଜାର ଓ ଅନ୍ୟ ଦୋକାନ ଗୁଡିକ ମଧ୍ୟ ଖୋଲା ଥିବା ଦେଖାଯାଇଥିଲା।

Comments are closed.