ଶରୀର ଉପରେ ଏପରି ପ୍ରଭାବ ପକାଇଥାଏ ଏକାକ୍ଷରୀ ‘ଓଁ’

0

‘ଓଁ’କୁ ଏକାକ୍ଷରୀ ମନ୍ତ୍ର ଭାବେ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଯାହାକି ବିଭିନ୍ନ ମନ୍ତ୍ରର ପ୍ରାରମ୍ଭରେ ଲାଗିଥାଏ। ଓଁ ବିନା ସମସ୍ତ ମନ୍ତ୍ର ପ୍ରାଣଶକ୍ତି ବିହୀନ ହୋଇଥାଏ ବୋଲି କୁହାଯାଏ। ହେଲେ ଆପଣ ଜାଣନ୍ତି, ଏହି ‘ଓଁ’ର ନିୟମିତ ଜପ ଆମ ଶରୀର ଉପରେ କିପରି ପ୍ରଭାବ ପକାଇଥାଏ ?

ନିୟମିତ ସକାଳୁ ଏବଂ ସନ୍ଧ୍ୟାରେ ପଦ୍ମାସନରେ ବସି ଧୀରେ ଧୀରେ ପ୍ରାଣବାୟୁରେ ସମନ୍ବୟ ଆଣି ଏହି ମହାମନ୍ତ୍ର ଜପ କଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ। ଏହା ଧୀଶକ୍ତି ବୃଦ୍ଧି କରିବା ସହିତ ମନରେ ଏକାଗ୍ରତା ଆଣିଥାଏ। ‘ଓଁ’ ମହାମନ୍ତ୍ର ୧୦୮ ଥର ଜପ କରିବା ଦ୍ବାରା ମାନସିକ ଅବସାଦରୁ ମୁକ୍ତି ମିଳିଥାଏ। ଏହାର ଜପଦ୍ୱାରା ମନରେ କୌଣସି ଖରାପ ଚିନ୍ତା ଉଦ୍ରେକ ହୋଇ ନଥାଏ। ଏହାର ପ୍ରଭାବରେ କାର୍ୟ୍ୟ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ। ‘ଓଁ’ ମନ୍ତ୍ର ଜପ କଲେ ରକ୍ତ ସଞ୍ଚାଳନ ସ୍ବାଭାବିକ ହୋଇଥାଏ। ଫଳରେ ହୃଦ୍ ଘାତ ସମସ୍ୟା ଦୂର ହେବା ସହିତ ପାଚନ କ୍ରିୟା ନିୟନ୍ତ୍ରିତ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି ମହାମନ୍ତ୍ର ଆତ୍ମା ଓ ପରମାତ୍ମା ମଧ୍ୟରେ ଯୋଗସୂତ୍ର ରକ୍ଷା କରେ ବୋଲି ବିଶ୍ୱାସ ରହିଛି। ଗାୟତ୍ରୀ ମନ୍ତ୍ରକୁ ‘ଓଁ’ ସହ ଯୋଗ କରି ନିୟମିତ ୧୦୮ ଥର ଜପ କଲେ ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ।

Leave A Reply