କୋଭିଡ୍‌ ପାଇଁ ବ୍ୟବହୃତ ମୋଲନୁପିରାଭିର୍‌ ଆଣ୍ଟି ଭାଇରାଲ୍‌ ଔଷଧର ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ରହୁଥିବା ସୂଚନା ଦେଲା ଆଇସିଏମ୍‌ଆର୍‌

 

ନୂଆଦିଲ୍ଲୀ – କୋଭିଡ୍‌ ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ମୋଲନୁପିରାଭିର୍‌ ଆଣ୍ଟି ଭାଇରାଲ୍‌ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ରହୁଥିବା କଥା ଆଇସିଏମ୍‌ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି । ଆଇସିଏମ୍‌ଆର୍‌ର ନିର୍ଦେଶକ ବଳରାମ ଭାର୍ଗବ ଏହି ସୂଚନା ଦେଇଛନ୍ତି । ମହିଳାମାନେ ଏହି ଔଷଧ ଖାଇଥିଲେ ତିନିମାସ ପର୍ଯ୍ୟନ୍ତ ଗର୍ଭ ଧାରଣ କରିବା ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି । ଏହା ଭୃଣ ଉପରେ ପାର୍ଶ୍ୱପ୍ରତିକ୍ରିୟା ପକାଉଥିବା ସେ ସୂଚନା ଦେଇଛନ୍ତି ।

ମୋଲନୁପିରାଭିର୍‌ ଆଣ୍ଟି ଭାଇରାଲ୍‌ ଔଷଧରେ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ରହୁଥିବା କଥା ସେ ସୂଚନା ଦେଇଛନ୍ତି । ମାଂସପେଶୀ ସହ ଅସ୍ଥି ମଜ୍ଜା ଉପରେ ଏହା ପ୍ରଭାବ ପକାଉଛି । ଏହାର ଜରୁରୀ କାଳୀନ ବ୍ୟବହାର ପାଇଁ ଭାରତୀୟ ଔଷଧ ନିୟନ୍ତ୍ରକ ଅନୁମତି ଦେଇଛନ୍ତି । ଏବେ ଓମିକ୍ରନ୍‌ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାର ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ବାରତରେ ୧୩ଟି କମ୍ପାନୀଙ୍କୁ ଏହି ଆଣ୍ଟିଭାଇରାଲ୍‌ ଔଷଧ ପ୍ରସ୍ତୁତ କରିବା ପାଇଁ ଅନୁମତି ଦିଆଯାଇଛି।

ଏବେ ଡକ୍ଟର ରେଡ୍ଡୀ ଏହି ଔଷଧକୁ ତିଆରି କରିବା ୩୫ ଟଙ୍କାରେ ଏହି ମୋଲନୁପିରାଭିର୍‌ ଆଣ୍ଟି ଭାଇରାଲ୍‌ ଔଷଧ ଭାରତୀୟ ବଜାରରେ ଉପଲବ୍ଧ ହେବ । କୋଭିଡ୍‌ ଭାଇରସ୍‌କୁ ଶରୀରରେ ବୃଦ୍ଧି କରିବାକୁ ଏହା ବନ୍ଦ କରିବା ସହ ଘରେ ମଧ୍ୟ ସଂକ୍ରମଣ ରୋକିବାରେ ଏହି ଔଷଧ ବେଶ୍‌ ଫଳପ୍ରଦ ।

Comments are closed.