ଉଷୁମ ଲେମ୍ବୁ ପାଣିର ପ୍ରଭାବ

ଓଜନ କମ୍ କରିବା ନିମନ୍ତେ ଉଷୁମ ପାଣିରେ ଲେମ୍ବୁ ରସ ଓ ମହୁ ମିଶାଇ ପିଇଲେ ତାହାର ଭଲ ପ୍ରଭାବ ଦେଖିବାକୁ ମିଳିଥାଏ। ବିଭିନ୍ନ ଅନୁଧ୍ୟାନରୁ ଏହି ତଥ୍ୟ ସ୍ପଷ୍ଟ ହୋଇଥିବାବେଳେ ବିଶେଷଜ୍ଞ ଦଳ ମଧ୍ୟ ସମାନ ମତ ଦେଇଥାନ୍ତି। ସକାଳବେଳା ଏଇ ପାନୀୟ ପିଇବା ଭଲ।

-ଉଷୁମ ପାଣି ପ୍ରତିଦିନ ପିଇଲେ ଓଜନ ବଢ଼ିନଥାଏ। ଏହା ସହ ଲେମ୍ବୁ ରସରେ ଥିବା ତତ୍ତ୍ବ ଶରୀରରୁ ଚର୍ବି କମ୍ କରିବାରେ ସହାୟକ ହେଉଥିବାର ବିଶେଷଜ୍ଞଙ୍କ ମତ।
-ସକାଳ ଜଳଖିଆ ପୂର୍ବରୁ ନଖ ଉଷୁମ ପାଣିରେ ଲେମ୍ବୁ ରସ ପିଇଲେ ଆମ ହଜମ କ୍ଷମତା ବୃଦ୍ଧି ପାଇଥାଏ। ନିୟମିତ ସକାଳବେଳା ଓ ସନ୍ଧ୍ୟା ସମୟରେ ଦୁଇଥର ଲେମ୍ବୁ ପାଣି ପିଇବା ଦ୍ବାରା ବାରମ୍ବାର ଭୋକ ମଧ୍ୟ ଲାଗେନାହିଁ।
-ବଲିଉଡ ସିନେତାରକାମାନେ ମଧ୍ୟ ରୀତିମତ ଏଇ ପାନୀୟ ପିଉଥିବାର ସାକ୍ଷାତକାର୍‌ରେ କହିଛନ୍ତି। କ୍ୟାଟ୍ରିନା କେଫ୍, କରୀନା କପୁର ଖାନ୍, କରିସ୍ମା କପୁର, ଆଲିୟା ଭଟ୍ଟ, ଏମାନେ ପ୍ରତିଦିନ ଉଷୁମ ପାଣିରେ ମିଶା ଲେମ୍ବୁ ରସ ପିଇଥାନ୍ତି। ଓଜନକୁ କମ୍ କରିବାରେ ଏଇ ପାନୀୟ ଖୁବ୍ ସହାୟକ ବୋଲି ସେମାନଙ୍କ ମତ।
-ଲେମ୍ବୁ ରସରେ ମହଜୁଦ୍ ଥିବା ଭିଟାମିନ୍ ସି ଓ ପୋଟାସିୟମ୍ ଶରୀରର ରୋଗପ୍ରତିରୋଧକ ବଢ଼ାଇବାରେ ସହାୟକ ହୋଇଥାଏ। ସକାଳୁ ଉଠିବା ପରେ ଚା ଓ କଫି ପାନୀୟ ପିଇବା ପୂର୍ବରୁ ଲେମ୍ବୁରସ ନିୟମିତ ପିଇବାର ଅଭ୍ୟାସ କରନ୍ତୁ। ସୁସ୍ଥ ଜୀବନଶୈଳୀ ନିମନ୍ତେ ଏହା ଦିନର ପ୍ରଥମ ଆରମ୍ଭ।
-ଏଇ ପାନୀୟ ପିଇଲେ ତ୍ବଚାରେ ମଧ୍ୟ ଏକ ଚମକ ଆସିଥାଏ। ୨-୩ ମାସ ପ୍ରତିଦିନ ଉଷୁମ ପାଣି ଲେମ୍ବୁ ରସ ପିଇଲେ ତ୍ବଚାରେ ଫରକ୍ ନିଜେ ଜାଣିପାରିବେ।
-କୋଷ୍ଠକାଠିନ୍ୟ ସମସ୍ୟା ଥିବା ବ୍ୟକ୍ତି ଏହି ପାନୀୟ ପିଇଲେ ସେମାନଙ୍କୁ ଉପଶମ ମିଳୁଥିବାର ବିଶେଷଜ୍ଞଙ୍କ ମତ। 

Comments are closed.