ବାତ୍ୟା ‘ୟାସ’ରେ ବାଲେଶ୍ୱରରେ ୨୭୨୨ଟି ଗ୍ରାମ ପ୍ରଭାବିତ

କ୍ଷୟକ୍ଷତିର ରିପୋର୍ଟ ଦେଲା ଜିଲା ପ୍ରଶାସନ

ବାଲେଶ୍ୱର : ବାତ୍ୟା ‘ୟାସ’ର ପ୍ରଭାବ ମୁଖ୍ୟତଃ ବାଲେଶ୍ୱର, ଭଦ୍ରକ,କେନ୍ଦ୍ରାପଡାରେ ଦେଖିବାକୁ ମିଳିଥିଲା। ଆଜି ବାଲେଶ୍ୱରରେ ହୋଇଥିବା ବାତ୍ୟାଜନିତ କ୍ଷୟକ୍ଷତି ରିପୋର୍ଟ ଜିଲା ପ୍ରଶାସନ ଦେଇଛନ୍ତି। ଜିଲାର ପ୍ରାୟ ୧୨ଟି ବ୍ଲକର ୨୭୨୨ଟି ଗ୍ରାମ ପ୍ରଭାବିତ ହୋଇଛି। ମୋଟ ୧୯ ଲକ୍ଷ ୨୩ ହଜାର ୬୯୯ ଜଣ ବାତ୍ୟାରେ ପ୍ରଭାବିତ ହୋଇଛନ୍ତି। ୪୦ଟି କଚ୍ଚା ଘର ସମ୍ପୂର୍ଣ୍ଣ ଭାଙ୍ଗିବା ସହ ୪,୮୦୯ଟି ଘର କ୍ଷତିଗ୍ରସ୍ତ ହୋଇଛି। ଭାଙ୍ଗିଥିବା ଘରର ମୂଲ୍ୟ ୧ କୋଟି ୯୭ ଲକ୍ଷ ୮୩ହଜାରରୁ ଅଧିକ ବୋଲି ଆକଳନ କରାଯାଇଛି। ବାତ୍ୟାରେ ପ୍ରାୟ ୨୪,୫୦୦ରୁ ଅଧିକ ପକ୍ଷୀଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

 

Comments
Loading...