ନୂଆ ଶିକ୍ଷା ବର୍ଷରୁ ୧୦୦% ସିଲାବସରେ ହେବ ପାଠପଢା

ଭୁବନେଶ୍ୱର : ଏଣିକି ୧୦୦% ସିଲାବସରେ ହେବ ପାଠପଢା। ନୂଆ ଶିକ୍ଷା ବର୍ଷରୁ ମେ’ ପହିଲାରୁ ନୂତନ ଶିକ୍ଷା ବର୍ଷ ଆରମ୍ଭ ହେବ। ନୂଆ ଶିକ୍ଷାବର୍ଷ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ଦେଇଛନ୍ତି। ନୂଆ ଶିକ୍ଷାବର୍ଷରୁ ଶତ ପ୍ରତିଶତ କୋର୍ସରେ ପାଠପଢା ହେବ। ପୂର୍ବରୁ ସ୍ଥିତିକୁ ଦୃଷ୍ଟିରେ ରଖି ୩୦ ପ୍ରତିଶତ ସିଲାବସ୍‍ କଟା ଯାଇଥିଲା। ନବମ ଓ ଦଶମ ଶ୍ରେଣୀ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ବ୍ୟବସ୍ଥା ରହିବ। ମହାମାରୀ ପ୍ରଭାବ ନଥିବାରୁ ପୂର୍ବଭଳି ପରୀକ୍ଷା କରିବାକୁ ସିବିଏସଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆମେ ମଧ୍ୟ ଏ ବିଷୟରେ ଚିନ୍ତା କରୁଛୁ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି। ନବମ ଓ ଦଶମ ଶ୍ରେଣୀ ପାଇଁ ପ୍ରାକ୍ଟିକାଲ ପରୀକ୍ଷା କଥା ମଧ୍ୟ ଚିନ୍ତା କରାଯାଉଛି।

 

Comments are closed.