ମଧୁଆପ୍‌ ଓ ଏଡୁସାଟରେ ପାଠ ପଢିବେ ଛାତ୍ରଛାତ୍ରୀ : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଦେଶ ସମେତ ସାରା ରାଜ୍ୟରେ ଲକଡାଉନ୍‌ ଜାରି କରାଯାଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ପାଇଁ ରାଜ୍ୟ ସରକାର Whatsapp  ଓ D.D ଓଡ଼ିଆ ମାଧ୍ୟମରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ ମଧୁ ଆପ୍‌ (Madhu App) ଓ ଏଡୁସାଟ୍‌ (Adusat) ଦ୍ୱାରା ଶିକ୍ଷାଦାନ ଜାରି ରହିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ମତବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ଏହାକୁ ଅଧିକ ବ୍ୟାପକ କରାଇବା ପାଇଁ ମାଇକ୍ରୋସଫ୍ଟ-ଟିମର ସହଯୋଗ ନିଆଯାଇଛି । ଯାହାର ପ୍ରଥମ କାର୍ଯ୍ୟ ଖୋର୍ଦ୍ଧା ଜିଲ୍ଲାର ୧୦ଟି ବିଦ୍ୟାଳୟରେ ପରୀକ୍ଷା, ନିରୀକ୍ଷା କରାଯାଇ ଶିକ୍ଷାଦାନ କାର୍ଯ୍ୟ ଆରମ୍ଭ କରାଯାଇଅଛି । ପ୍ରତି ସ୍କୁଲର ପ୍ରଧାନ ଶିକ୍ଷକ ଓ ୨ ଜଣ ସହକାରୀ ଶିକ୍ଷକମାନଙ୍କୁ ନେଇ ଏସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇ ଶିକ୍ଷାଦାନ କାର୍ଯ୍ୟ ଆରମ୍ଭ ହୋଇଛି। ୨୪ଟି ଜିଲ୍ଲାର ଜିଲ୍ଲାଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକମାନଙ୍କୁ ୨ ଦିନ ପୂର୍ବରୁ ପ୍ରଶିକ୍ଷଣ ଦିଆ ସରିଛି । ୧୦ଟି ଲେଖାଏଁ ୨୪ ଜିଲ୍ଲାର ମୋଟ ୨୪୦ ସ୍କୁଲକୁ ଏହି ମାଇକ୍ରୋସଫ୍ଟ ଦ୍ୱାରା ଶିକ୍ଷା ପ୍ରଦାନ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ କାର୍ଯ୍ୟ ଜାରି ରହିଛି । ଗୋଟିଏ ସ୍କୁଲ ଅଧିନରେ ୨୫୦ ଜଣ ଛାତ୍ରଛାତ୍ରୀ ଏହି ଶିକ୍ଷା ସଂଯୋଗ ମାଧ୍ୟମରେ ପାଠ ପଢିପାରିବେ । ବେସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଭଳି ମାଇକ୍ରୋସଫ୍ଟ ଟିମ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଶିକ୍ଷକମାନଙ୍କ ସହିତ ସିଧାସଳଖ ଆଲୋଚନା ଓ ପର୍ଯ୍ୟାଲୋଚନା କରି ପାଠ ପଢି ପାରିବେ । ପୂର୍ବ ନିଷ୍ପତ୍ତି ଅନୁସାରେ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ Whatsapp ମାଧ୍ୟମରେ ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିଛନ୍ତି ।

Comments are closed.