ସ୍କୁଲରେ ପହଞ୍ଚି ଶିକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ଯୁଗ୍ମ ନିର୍ଦେଶକ

କାଶୀପୁର: କରୋନା କଟକଣା ଉଠିବା ପରେ ରାଜ୍ୟରେ ସ୍କୁଲ ଖୋଲାଯାଇଛି। ଏପରି କି ପାଠ୍ୟକ୍ରମ ଶେଷ କରିବା ଲାଗି ରବିବାର ଛୁଟିଦିନରେ ଶିକ୍ଷାଦାନ କରାଯାଉଛି। ତେବେ ଏହି ବ୍ୟବସ୍ଥା କିପରି ଚାଲିଛି ତାହାର ଅନୁଧ୍ୟାନ କରିଛନ୍ତି ଶିକ୍ଷା ବିଭାଗ ଯୁଗ୍ମ ନିର୍ଦେଶକ ବିଶ୍ଵନାଥ ତରାଇ।

ତରାଇ ରବିବାର ରାୟଗଡ଼ା ଜିଲା କାଶୀପୁର ବ୍ଲକ ଗସ୍ତ କରି ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି। ଛୁଟିଦିନରେ ବିଦ୍ୟାଳୟଗୁଡ଼ିକରେ କିପରି ଶିକ୍ଷାଦାନ କରାଯାଉଛି ତାହାର ଅନୁଧ୍ୟାନ କରିଛନ୍ତି। ଗସ୍ତ ସମୟରେ ସେ ଟିକିରି, ଗରଖପୁର, ରେଙ୍ଗା ଓ ସଦର ବ୍ଲକ କାଶୀପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ।

ଏହି ଅବସରରେ ସେ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହି ଶିକ୍ଷାଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀମାନେ ସାମାଜିକ ଦୂରତା ରକ୍ଷା କରି ବସୁଛନ୍ତି କି ନାହିଁ, ମାସ୍କ ପିନ୍ଧିଛନ୍ତି କି ନାହିଁ ତାହାର ତଦାରଖ କରିଥିଲେ।

Comments are closed.