ଘରେ ବସ୍ତାନି, ପିଲା ଗଲେଣି ବିଲକୁ

ପାଟଣା: କରୋନା ଯୋଗୁ ସାମାଜିକ ଅବସ୍ଥାର ଭିନ୍ନରୂପ ଦେଖିବାକୁ ମିଳୁଥିବା ବେଳେ ଶିକ୍ଷା କ୍ଷେତ୍ରରେ ଏହାର ପ୍ରଭାବ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି। ଅନଲାଇନରେ ପାଠ ପଢିବା ସମସ୍ତଙ୍କ କ୍ଷେତ୍ରରେ ସମ୍ଭବ ନଥିବାରୁ ଅଧିକାଂଶ ଗରୀବ ଆଦିବାସୀ ଛାତ୍ରଛାତ୍ରୀ ଏହା ଦ୍ବାରା ପ୍ରଭାବିତ ହେଉଛନ୍ତି। ସ୍କୁଲ କଲେଜ ଖୋଲୁ ନଥିବାରୁ ଓ ଛାତ୍ରଛାତ୍ରୀମାନେ ଘରେ ରହୁଥିବାରୁ ଅନେକ ଏବେ ଧାନକଟା ସମୟରେ ଘରଲୋକଙ୍କୁ ସାଥ ଦେଉଥିବା ପାଟଣା, ଘଟଗାଁ ଓ ସାହାରପଡା ଅଞ୍ଚଳରେ ଦେଖାଯାଉଛି। ପାଠ ପଢୁଆ ଚତୁର୍ଥ, ପଞ୍ଚମରୁ ଆରମ୍ଭ କରି ନବମ ଦଶମ ଛାତ୍ରଛାତ୍ରୀମାନେ ମଧ୍ୟ ବିଲକୁ ଧାନ କାଟିବା ଓ ଘରକୁ ବୋହୁଥିବା ଦେଖାଯାଉଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା ବର୍ଷ ବଦଳାଇବାକୁ ଓ ପରୀକ୍ଷା ଦେବା ପୂର୍ବରୁ ଅନ୍ତତ ୬ ମାସ ପାଠ ପଢା ସମୟ କରାଯିବାକୁ ବୁଦ୍ଧିଜୀବୀ ଓ ଶିକ୍ଷାବିତମାନେ ମତ ରଖିଥିବାରୁ ଗଣଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଇଛି।

Comments are closed.