ଦରିଆପାରିର କଏଦୀ: ଭାରତୀୟ ବନ୍ଦୀଙ୍କ ପ୍ରତି ବୈଦେଶିକ ବିଭାଗ ଯତ୍ନବାନ ହେଉ

0

ବିଦେଶୀ ଜେଲଗୁଡ଼ିକରେ ମୋଟ ୭,୧୩୯ ଜଣ ଭାରତୀୟ କଏଦୀ ଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ନିକଟରେ ସୂଚନା ପ୍ରଦାନ କରାଯାଇଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ବିଚାରାଧୀନ ବନ୍ଦୀ ଅଛନ୍ତି। ବୈଦେଶିକ ବିଭାଗ ରାଷ୍ଟ୍ର ମନ୍ତ୍ରୀ ଭି. ମୁରଲୀଧରନ କହିଛନ୍ତି ଯେ, ସାଉଦି ଆରବ ଜେଲଗୁଡ଼ିକରେ ସର୍ବାଧିକ ୧,୫୯୯ ଜଣ ଭାରତୀୟ ବନ୍ଦୀ ଅଛନ୍ତି। ଏହା ବ୍ୟତୀତ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ୮୯୮ ଓ ନେପାଳର ଜେଲଗୁଡ଼ିକରେ ୮୮୬ ଭାରତୀୟ ବନ୍ଦୀ ଜୀବନ ବିତାଉଛନ୍ତି। ଆମ ଦେଶ ଅପେକ୍ଷା ଅନ୍ୟ କେତେକ ଦେଶରେ କଡ଼ାକଡ଼ି ଆଇନ ଲାଗୁ ହୋଇଛି। ଏପରି ଦେଶଗୁଡ଼ିକ ଭାରତୀୟ ବନ୍ଦୀଙ୍କ ସମ୍ପର୍କରେ ଠିକ୍‌ ସୂଚନା ଦେଉ ନାହାନ୍ତି। ଭାରତ ସହ ବନ୍ଦୀ ହସ୍ତାନ୍ତର ଚୁକ୍ତି କରିଥିବା କେତେକ ଦେଶ ଭାରତୀୟ କଏଦୀଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରୁଥିବା ବେଳେ ଅନ୍ୟ ଦେଶଗୁଡ଼ିକ କୌଣସି ତଥ୍ୟ ପ୍ରଦାନ କରୁନାହାନ୍ତି। ତେଣୁ ବିଦେଶର ଜେଲଗୁଡ଼ିକରେ ବାସ୍ତବରେ କେତେ ଭାରତୀୟ ବନ୍ଦୀ ଅଛନ୍ତି ତାହା ଜାଣିବା କଷ୍ଟସାଧ୍ୟ ବୋଲି ମୁରଲୀଧରନ କହିଛନ୍ତି। ଏହା ବ୍ୟତୀତ କୌଣସି ବନ୍ଦୀଙ୍କ ସଂକ୍ରାନ୍ତରେ ଅନ୍ୟ ଦେଶକୁ ସୂଚନା ଦିଆଯାଇ ପାରିବ ନାହିଁ ବୋଲି କେତେକ ଦେଶରେ ନିୟମ ଅଛି। ତେଣୁୁ ବିଶ୍ବର ସମସ୍ତ ଦେଶରେ କେତେ ଭାରତୀୟ ବନ୍ଦୀ ଅଛନ୍ତି ସେ ସଂକ୍ରାନ୍ତରେ ସମ୍ପୂର୍ଣ୍ଣ ବିବରଣୀ ମିଳି ପାରିବ ନାହିଁ।

କୌଣସି ଦେଶ ଅପରାଧିକ ଅଭିଯୋଗରେ ଅନ୍ୟ ଦେଶର ନାଗରିକଙ୍କୁ ବନ୍ଦୀ କଲେ ସମ୍ପୃକ୍ତ ଦେଶକୁ ବାସ୍ତବ ସୂଚନା ପ୍ରଦାନ କରିବା ଓ ଓକିଲ ଯୋଗାଇ ଦେବାକୁ ବାଧ୍ୟ ବୋଲି ଅନ୍ତର୍ଜାତୀୟ ନିୟମ ଅଛି। ଅଧିକାଂଶ ଦେଶ ଏହି ନିୟମକୁ ମାନୁ ନାହାନ୍ତି। ଅନ୍ତର୍ଜାତୀୟ ଆଇନର ଉଲ୍ଲଙ୍ଘନ ହେଉଥିଲେ ହେଁ ଜାତିସଂଘ କିଛି କରିପାରୁ ନାହିଁ।

ସମସ୍ତ ଗଣତାନ୍ତ୍ରିକ ଦେଶ ଯେ ଉପରୋକ୍ତ ଅନ୍ତର୍ଜାତୀୟ ଆଇନକୁ ସମ୍ମାନ ଜଣାଉଛନ୍ତି ତାହା ନୁହେଁ। ଉଦାହରଣ ସ୍ବରୂପ ଭାରତ ଓ ବ୍ରିଟେନ ଉଭୟ ଗଣତାନ୍ତ୍ରିକ ଦେଶ। ଏହି ଦୁଇ ଦେଶ ମଧ୍ୟରେ ୧୯୯୩ ଡିସେମ୍ବରରେ ପ୍ରତ୍ୟର୍ପଣ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଭାରତ ସରକାର ଏହି ଚୁକ୍ତିକୁ ସମ୍ମାନ ଜଣାଇ ଏକାଧିକ ବ୍ରିଟେନ ଅପରାଧୀଙ୍କୁ ସେଠାକାର ସରକାରଙ୍କୁ ପ୍ରତ୍ୟର୍ପଣ କରିଥିଲେ ମଧ୍ୟ ବ୍ରିଟିଶ ସରକାର ଜଣେ ହେଲେ ଭାରତୀୟ ଅପରାଧୀଙ୍କୁ ଏଠାକାର ସରକାରଙ୍କୁ ସମର୍ପି ନାହାନ୍ତି। ରେମଣ୍ଡ ବର୍ଲେ ନାମକ ଜଣେ ବ୍ରିଟିଶ ନାଗରିକ ଗୋଆର ଜଣେ ନାବାଳକଙ୍କୁ ନିର୍ଯାତନା ଦେଇ ସ୍ୱଦେଶକୁ ପଳାୟନ କରିଥିଲା। ଭାରତ ସରକାର ତାଙ୍କ ପ୍ରତ୍ୟର୍ପଣ ପାଇଁ ବ୍ରିଟିଶ ସରକାରଙ୍କୁ ଅନୁରୋଧ କରିଥିଲେ। ତେବେ ସେଠାକାର ସରକାର ଭାରତର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ରାଜନୈତିକ ଆକ୍ରୋଶ କିମ୍ବା ମାନବିକ ଅଧିକାର ଉଲ୍ଲଙ୍ଘନ ଦର୍ଶାଇ ବ୍ରିଟେନ ସରକାର ଓ ସେଠାକାର ଅଦାଲତ ଜଣେ ବି ଭାରତୀୟ ଅପରାଧୀଙ୍କୁ ଆଜି ଯାଏଁ ପ୍ରତ୍ୟର୍ପଣ କରି ନାହାନ୍ତି। ବ୍ରିଟିଶ ସରକାର ପ୍ରତ୍ୟର୍ପଣ ଚୁକ୍ତି ପାଳନ କରୁନାହାନ୍ତି।

ନେପାଳ, ମ୍ୟାଁମାର, ବାଂଲାଦେଶ, ଭୁଟାନ ଓ ପାକିସ୍ତାନ ଭାରତୀୟ ସୀମାକୁ ଲାଗିଛି। କେତେକ ଭାରତୀୟଙ୍କ ଘରବାଡ଼ି ନିଜ ଦେଶରେ ଥିଲେ ହେଁ ସେମାନଙ୍କ ଚାଷଜମି ସୀମା ଆରପଟେ ଅନ୍ୟ ଦେଶରେ ରହିଛି। ଭୁଲରେ ଏମାନେ ଜାଣି ନପାରି ଅନ୍ୟ ଦେଶ ସୀମା ଲଙ୍ଘନ କରିଥା’ନ୍ତି। ଫଳରେ ସେସବୁ ଦେଶର ସୀମା ସୁରକ୍ଷା ବଳ ଅଥବା ପୁଲିସ୍‌ ଏମାନଙ୍କୁ ଗିରଫ କରି ଜେଲ ପଠାଇ ଦେଇଥା’ନ୍ତି। କେବଳ ଆମ ଦେଶର ନାଗରିକ ଏପରି ଦଶା ଭୋଗୁଛନ୍ତି ତାହା ନୁହେଁ, ପଡ଼ୋଶୀ ଦେଶର ନାଗରିକମାନେ ମଧ୍ୟ ସୀମା ଉଲ୍ଲଂଘନ ଅଭିଯୋଗରେ ଆମ ଦେଶର ବିଭିନ୍ନ ଜେଲରେ ବନ୍ଦୀ ଅଛନ୍ତି। ପଡ଼ୋଶୀ ଦେଶଗୁଡ଼ିକ ସହ ବନ୍ଦୀ ପ୍ରତ୍ୟର୍ପଣ ଚୁକ୍ତି ସ୍ବାକ୍ଷରିତ ହୋଇଥିଲେ ହେଁ ଜଣେ ଜଣେ ଭାରତୀୟ କଏଦୀ ମୁକ୍ତ ହେବାକୁ ଦୀର୍ଘ ବର୍ଷ ଲାଗୁଛି।

ଭାରତୀୟ ନାଗରିକ ପାକିସ୍ତାନର ଏକାଧିକ ଜେଲରେ ବନ୍ଦୀ ଥିଲେ ହେଁ ଭାରତର ଅନୁରୋଧ ସ‌େ‌ତ୍ତ୍ବ ସେ ଦେଶର ସରକାର ସେମାନଙ୍କୁ ମୁକ୍ତ କରୁନାହାନ୍ତି। ବି‌େଶଷକରି ଭାରତର ମତ୍ସ୍ୟଜୀବୀ ସାମୁଦ୍ରିକ ସୀମା ଜାଣି ନପାରି ପାକିସ୍ତାନ ସୀମାରେ ପହଞ୍ଚି ଯାଆନ୍ତି। ଯେତେବେଳେ ଉଭୟ ଦେଶ ମଧ୍ୟରେ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ଥାଏ ସେତେବେଳେ ଭାରତ-ପାକିସ୍ତାନ ମଧ୍ୟରେ ବନ୍ଦୀ ପ୍ରତ୍ୟର୍ପଣ ହୋଇଥାଏ। ଅନ୍ୟଥା ଭାରତର ଜଣେଜଣେ କଏଦୀ ପାକିସ୍ତାନ ଜେଲରେ ଆଜୀବନ ବନ୍ଦୀ ଜୀବନ ବିତାଉଥିବା ନଜିର ଅଛି। ଏପରିକି ସେଠାକାର ଜେଲ୍‌ରେ ଭାରତୀୟ କଏଦୀଙ୍କୁ ପିଟିପିଟି ମାରି ଦିଆଯାଉଥିବା ଘଟଣା ଶୁଣିବାକୁ ମିଳେ। ଅଜାଣତରେ ସୀମାରେ ପ୍ରବେଶ କରିବା ଓ ଭିସା-ପାସପୋର୍ଟ ନେଇ କୌଣସି ଦେଶକୁ ଯାଇ ଅପରାଧ ଘଟାଇବା ଦୁଇ ପୃଥକ୍‌ ଘଟଣା। କୌଣସି ଦେଶ ନିଜର ସାର୍ବଭୌମତ୍ବ ସହ ସାଲିସ୍‌ କରନ୍ତି ନାହିଁ। ତେଣୁ ଯେଉଁ ଦେଶ ସହ ଭାରତର କୂଟ​ନୈତିକ ସମ୍ପର୍କ ଭଲ ଓ ଅପରାଧ ନଗଣ୍ୟ, ସେହିସବୁ ଦେଶ କଏଦୀଙ୍କୁ ଭାରତୀୟ ଜେଲରେ ବନ୍ଦୀ ପାଇଁ ପଠାଇ ଦେଇଥା’ନ୍ତି। ସବୁ ଦେଶର ଆଇନ ସମାନ ନୁହେଁ। ସାଉଦି ଆରବ ଓ ୟୁଏଇର ଆଇନ କଠୋର। ଧର୍ମକୁ ଦୃଷ୍ଟିରେ ରଖାଯାଇ ଏହି ଦୁୁଇଟି ଦେଶରେ ଆଇନ ପ୍ରଣୟନ ହୋଇଥାଏ। ଭାରତୀୟ ନାଗରିକ ଏହି ଦୁଇଟି ଦେଶର ଆଇନକୁ ଜାଣି ନପାରି ଅପରାଧ କରନ୍ତି ଓ ଜେଲ ଯାଆନ୍ତି। ଭାରତୀୟ ନାଗରିକ କେଉଁ ଦେଶକୁ ଯାଉଛନ୍ତି ଓ ସେଠାକାର ଆଇନ କ’ଣ- ସେ ସଂକ୍ରାନ୍ତରେ ଭାରତୀୟ ବୈଦେଶିକ ବିଭାଗ ଯଦି ପ୍ରାକ୍‌ ସୂଚନା ଦେଇ ପାରନ୍ତେ ତେବେ ବିଦେଶରେ ଭାରତୀୟଙ୍କ ଅପରାଧ ମାତ୍ରା ହ୍ରାସ ପାଇ ପାରନ୍ତା।

The main advantage of using an IUD is that it offers ongoing contraception. buy cialis malaysia However, IUDs are not particularly suitable for young women who have not had children, and they do not protect against sexually transmitted diseases.

Leave A Reply