ସେନାରେ ମହିଳାଙ୍କ ଅଧିକାର

ଉଇ ହେଭ୍‌ ଡନ୍‌ ଇଟ୍‌- ଏହି ମାତ୍ର କେତୋଟି ଶବ୍ଦ ମହିଳା ଅଫିସର ଲେପ୍ଟନାଣ୍ଟ କ​‌େ​‌ର୍ଣ୍ଣଲ ସୀମା ସିଂହ ଅତି ଆନନ୍ଦରେ ଦିଲ୍ଲୀସ୍ଥିତ ସୁପ୍ରିମକୋର୍ଟ ପରିସରରୁ ମୁମ୍ବଇରେ ଥିବା ତାଙ୍କ ସ୍ବାମୀ କ​‌େ​‌ର୍ଣ୍ଣଲ ସିଂହ (ଅବସରପ୍ରାପ୍ତ)ଙ୍କୁ ଟେଲିଫୋନ ମାଧ୍ୟମରେ ଅତି ଆନନ୍ଦରେ ଜଣାଇଥିଲେ- ଆର୍ମିରେ ମହିଳା ଅଫିସରଙ୍କୁ ସ୍ଥାୟୀ କମିସନ ପ୍ରଦାନ କରବା ଓ କମାଣ୍ଡ ଭୂମିକା ଗ୍ରହଣ କରିବା ସପକ୍ଷରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିବାର ମାତ୍ର ସ୍ବଳ୍ପକ୍ଷଣ ପରେ। ଦିନଟି ଥିଲା ୨୦୨୦ ଫେବୃୟାରୀ ୧୭ ତାରିଖ।
୨୦୦୩ ମସିହାରେ ବବିତା ପୁନିଆ ନାମ୍ନୀ ଦିଲ୍ଲୀର ଆଡ୍‌ଭୋକେଟ ତାଙ୍କର ଜଣେ ଅସ୍ଥାୟୀ ମହିଳା ସେନା ଅଧିକାରୀ ବାନ୍ଧବୀଙ୍କଠାରୁ ପୁରୁଷଙ୍କ ଭଳି ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିସନ ସୁଯୋଗରୁ ବଞ୍ଚିତ କରାଯିବାର ସମସ୍ତ କାହାଣୀ ଶୁଣି ମହିଳା ଅଧିକାରୀଙ୍କ ପ୍ରତି ପ୍ରଦର୍ଶନ କରାଯାଉଥିବା ଅସମାନତା କାରଣରୁ ଦିଲ୍ଲୀ ହାଇକୋର୍ଟରେ ପିଆଇଏଲ ଦାଖଲ କରିଥିଲେ। ବବିତା ପୁନିଆ ଏବେ ଦିଲ୍ଲୀ ହାଇକୋର୍ଟର ଜଣେ ବିଚାରପତି ଭାବେ କାର୍ୟ୍ୟରତ। ୨୦୦୩ ମସହିାରେ ଆରମ୍ଭ ହୋଇଥିବା ଆଇନଗତ ଯୁଦ୍ଧ ୨୦୨୦ ଫେବୃଆରୀ ୧୭ ତାରିଖରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଅନ୍ତ ଘଟିଛି।
୧୯୯୨ ମସିହାରେ ପ୍ରଥମ ମହିଳା ଅଫିସର ପ୍ରିୟା ଝିଙ୍ଗନ୍‌ ‘ଜଜ୍‌ ଆଡ୍‌ଭୋକେଟ ଜେନେରାଲ’ ବ୍ରାଞ୍ଚରେ ଅଧିକାରୀ ପଦରେ ଯୋଗ ଦେଇଥିଲେ। ସେନାର କେତୋଟି ବିଭାଗରେ ୫ବର୍ଷ ଅବଧି ନିୟୋଜନ ପାଇଁ (ସର୍ଟ ସର୍ଭିସ କମିସନ) ମହିଳାମାନଙ୍କୁ ସୁଯୋଗ ମିଳିବା ପରେ ‘ଆର୍ମି ପୋଷ୍ଟାଲ ସର୍ଭିସ’ ଜଜ୍‌ ଆଡ୍‌ଭୋକେଟ ଜେନେରାଲ ବ୍ରାଞ୍ଚ’, ‘ଆର୍ମି ଏଜୁକେସନ କୋର’, ‘ସିଗନାଲ କୋର’ ଇତ୍ୟାଦିରେ ମହିଳା ଅଫିସରଙ୍କୁ ଅସ୍ଥାୟୀ ଭାବେ ନିୟୋଜିତ କରାଗଲା। ୨୦୦୫ ମସିହାରେ ସର୍ଟସର୍ଭିସ କମିସନରେ ଥିବା ୫ବର୍ଷ ଅବଧିକୁ ବଢ଼ାଇ ୧୪ ବର୍ଷ କରାଯାଇ ୨୦୦୮ ମସିହାରୁ ଏହାର ନିୟୋଜନ ପ୍ରକ୍ରିୟା ଆରମ୍ଭ କରାଗଲା। ସର୍ଟ ସର୍ଭିସ କମିସନରେ ପୁରୁଷ ଅଧିକାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବାର ସମସ୍ତ ସୁଯୋଗ ରହି ଥିଲାବେଳେ ମହିଳା ଅଫିସର ଏଥିରୁ ବଞ୍ଚିତ ହେଲେ। ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ ପାଇଁ କେତେକ ମହିଳା ସେନା ଅଧିକାରୀ ୨୦୦୬ ମସିହାରେ ଦିଲ୍ଲୀ ହାଇକୋର୍ଟରେ ରିଟ୍‌ ପିଟିସନ୍‌ କରିଥିଲେ। ଅସ୍ଥାୟୀ ମହିଳା ଅଧିକାରୀ ସ୍ଥଳସେନାରେ ୧୬୫୩, ନୌସେନାରେ ୪୯୦ ଓ ବାୟୁସେନାରେ ୧୯୦୫ ଏବେ କାର୍ୟ୍ୟରତ ଅଛନ୍ତି।
ଭାରତୀୟ ସେନାରେ ସ୍ଥାୟୀ ପୁରୁଷ ଅଧିକାରୀଙ୍କୁ ୨୦ ବର୍ଷ ଅବଧି ପରେ ପେନସନ ପ୍ରଦାନ, ପୂର୍ବତନ ସେନା ଅଧିକାରୀର ମାନ୍ୟତା, ପୂର୍ବତନ ସେନା ସଦସ୍ୟ ଭାବେ କଣ୍ଟ୍ରିବ୍ୟୁଟରି ସ୍ବାସ୍ଥ୍ୟସେବା ଯୋଜନାରେ ସମସ୍ତ ସୁବିଧା, ପୁନଃନିଯୁକ୍ତିର ସୁଯୋଗ ଏବଂ ୩୦୦ ଦିନର ସବେତନ ଛୁଟି ମିଳିଥାଏ, ମାତ୍ର ଜଣେ ଅସ୍ଥାୟୀ ମହିଳା ଅଧିକାରୀ ଏହି ସମସ୍ତ ସୁବିଧା, ସୁଯୋଗରୁ ବଞ୍ଚିତ। କେନ୍ଦ୍ର ସରକାର ପ୍ରଥମ ପର୍ୟ୍ୟାୟରେ ମହିଳା ଅଧିକାରୀଙ୍କୁ ୫ବର୍ଷ ଅବଧି ଓ ପରେ ଏହି ଅବିଧିକୁ ବୃଦ୍ଧି କରି ୧୪ ବର୍ଷ କରିଥିଲେ, ମାତ୍ର ୟୁପିଏରେ କଂଗ୍ରେସ ସରକାର ମହିଳା ଅଧିକାରୀଙ୍କ ସ୍ଥାୟୀ କମିସନ ନିଯୁକ୍ତିକୁ ଆଦୌ ସମର୍ଥନ କରି ନଥିଲେ ଏବଂ ଆପତ୍ତି ମଧ୍ୟ ଏହା ବିପକ୍ଷରେ ଉଠାଇ ଥିଲେ। ୨୦୧୦ ମସିହା ମାର୍ଚ୍ଚ ୧୨ ତାରିଖରେ ସେନାରେ ମହିଳାଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୟ କାଉଲଙ୍କ ନିର୍ଦେଶକୁ ଚ୍ୟାଲେଞ୍ଜ କରି କଂଗ୍ରେସ ସରକାର ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ।
ଭାରତୀୟ ସ୍ଥଳ ସେନା ଘଞ୍ଚ ଜଙ୍ଗଲ, ମରୁଭୂମି, ବରଫାବୃତ ଅଞ୍ଚଳ, ଅତିଦୁର୍ଗମ, ଜନମାନବଶୂନ୍ୟ ଅଞ୍ଚଳ, ବିଶେଷ ଭା​‌େ​‌ବ ଲାଇନ-ଅଫ-କ​‌େ​‌ଣ୍ଟ୍ରାଲ ଏବଂ ଆତଙ୍କବାଦୀ ବିପକ୍ଷ ଲଢ଼ାଇରେ କାର୍ୟ୍ୟରତ। ଏହି ସବୁ ଅଞ୍ଚଳରେ ମହିଳାଙ୍କ ପାଇଁ ସ୍ବାସ୍ଥ୍ୟରକ୍ଷା ବ୍ୟବସ୍ଥା ଏବଂ ଆବଶ୍ୟକ ମହିଳା ଉପଯୋଗୀ ସୁବିଧାସୁଯୋଗ ମିଳିବା ସମ୍ଭବପର ନୁହଁ। ମହିଳାଙ୍କ ଶାରୀରିକ ଗଠନ, ସୀମିତତା ଏବଂ ଲିଙ୍ଗଆଧାରରେ ସେମାନଙ୍କୁ କମାଣ୍ଡ ନିଯୁକ୍ତି ପ୍ରଦାନ, କମ୍ବାଟ ରୋଲରେ ନିୟୋଜନ ଆଦୌ ଉଚିତ ହେବନାହିଁ ବୋଲି ସରକାରଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା। ଅଧିକାଂଶ ଯୱାନ ଗ୍ରାମୀଣ ଅଞ୍ଚଳରୁ ସେନାରେ ଯୋଗ ଦେଇଥିବାରୁ ଜଣେ ମହିଳା ଅଫିସରଙ୍କୁ ‘କମାଣ୍ଡିଙ୍ଗ୍‌ ଅଫିସର’ ପଦରେ ସେମାନେ ଗ୍ରହଣ କରି ନପାରନ୍ତି ବୋଲି ମଧ୍ୟ ଯୁକ୍ତି ଦର୍ଶାଯାଇ ଏହା ସେନା-ଶୃଙ୍ଖଳା ପ୍ରତିହତ କରିପା​‌େ​‌ର ବୋଲି ଆଶଙ୍କା ଥିବାର ଦୃଢ଼ ଯୁକ୍ତି ରଖିଥିଲେ କେନ୍ଦ୍ର ସରକାର।
ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ଅଜୟ ରୋସ୍ତଗୀଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ୫୪ ପୃଷ୍ଠାର ଏକ ଐତିହାସିକ ରାୟ ୨୦୨୦ ଫେବୃଆରୀ ୧୭ ତାରିଖରେ ପ୍ରଦାନ କରିଛନ୍ତି। ୨୦୧୦ ମସିହାରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ଅନୁଯାୟୀ ମହିଳା ଅଫିସରଙ୍କୁ ପୁରୁଷ ଅଫିସର ତତ୍ତୁଲ୍ୟ ୍କଙ୍କ ପ୍ରଦାନକୁ ସୁପ୍ରିମକୋର୍ଟ କାଏମ ରଖିବା ସହ ଆଦେଶ ପାଳନରେ ବିଳମ୍ବ ଲାଗି ସରକାରଙ୍କୁ ସମାଲୋଚନା କରିଛନ୍ତି। ମହିଳାମାନଙ୍କ ଶାରୀରିକ ଗଠନ ସହ ସେମାନଙ୍କ ଅଧିକାରର କୌଣସି ସମ୍ପର୍କ ନାହିଁ ଏବଂ ଲିଙ୍ଗଗତ ପାର୍ଥକ୍ୟକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେବା ସହ ସରକାର ଏଭଳି ଚିନ୍ତାଧାରାକୁ ପରିବର୍ତ୍ତନ କରନ୍ତୁ ଏବଂ ନିଯୁକ୍ତିରେ ମହିଳାଙ୍କ ସମାନ ଅଧିକାର ଥିବାର ଦର୍ଶାଇ ଏହା ସପକ୍ଷରେ ରାୟ ଦେଇଛନ୍ତି। ‘ଆର୍ମି ସର୍ଭସ୍‌ କୋର’, ‘ଆର୍ମି ଅର୍ଡ଼ନାନ୍ସ କୋର’, ‘ଇଲେକ୍‌ଟ୍ରିକାଲ ମେକାନିକାଲ ଇଞ୍ଜିନିୟର୍ସ’, ‘ଆର୍ମି ଏଭିଏସନ,’ ‘ଆର୍ମି ଏଆର ଡିଫେନ୍ସ’, ‘ସିଗନାଲସ୍‌’, ‘ଇଞ୍ଜିନିୟର୍ସ,’ ‘ଆର୍ମି ଇଣ୍ଟେଲିଜେନ୍ସ କୋର’ ‘ଜଜ୍‌ ଏଡ୍‌ଭୋକେଟ ଜେନେରାଲ ବ୍ରାଞ୍ଚ’ ଏବଂ ‘ଆର୍ମି ଏଜୁକେସନ କୋର’ ଭଳି ୧୦ଟି ବିଭାଗରେ ମହିଳା ଅଫିସରଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଏଥିସହ ‘କମ୍ବାଟ- ଅପରେସନ’ରେ ମହିଳା ଅଫିସରଙ୍କ ନିଯୁକ୍ତି ଦେବା ଉପରେ ମହିଳାଙ୍କ ପିଟିସନରେ କୌଣସି ଉଲ୍ଲେଖ କରାଯାଇ ନଥିବାରୁ ସୁପ୍ରିମକୋର୍ଟ ଏହାକୁ ବିଚାର ପରିସରକୁ ଆଣି ନାହାନ୍ତି ବୋଲି ରାୟରେ ଦର୍ଶାଇଛନ୍ତି।
ଅନ୍ୟ ପ୍ରସଙ୍ଗଟି ହେଉଛି ମହିଳା ଅଫିସରଙ୍କୁ ‘କମାଣ୍ଡ ପଦ’ରେ ସ୍ଥାପିତ କରିବା। ସେନାରେ ପୁରୁଷ ଅଫିସରଙ୍କୁ ‘କମାଣ୍ଡିଂ ଅଫିସର’ ପଦ ଆଦୌ ଅଟୋମେଟିକ ପ୍ରମୋସନ ନୁହଁ। ସେନାରେ ଏକ ଉଚ୍ଚ କମିଟିର ବୋର୍ଡ-ଅଫ-ଅଫିସର୍ସ ଗଠନ କରାଯାଇ, ସ୍ବତନ୍ତ୍ର ପ୍ରକ୍ରିୟା ଅବଲମ୍ବନ କରି, ନିର୍ଦ୍ଧାରିତ ମାପଦଣ୍ଡ ଅନୁସାରେ କମାଣ୍ଡ- ପଦ ଦିଆଯାଇଥାଏ। ତେଣୁ ମହିଳା ଅଫିସରଙ୍କ କ୍ଷେତ୍ରରେ ଉକ୍ତ ପଦ୍ଧତି ଅବଲମ୍ବନ କରିବାର ଆବଶ୍ୟକତା ରହିଥିବା କାରଣରୁ ସୁପ୍ରିମକୋର୍ଟ ଏହାକୁ ସେନା ଉପରେ ସଂପୂର୍ଣ୍ଣ ନ୍ୟସ୍ତ କରି ଦେଇଛନ୍ତି। ଏଥିସହ କୋର୍ଟ ଅସ୍ଥାୟୀ ମହିଳା ଅଫିସରଙ୍କ କାର୍ୟ୍ୟକାଳ ସୀମାକୁ ଦୃଷ୍ଟି ନରଖି ସ୍ଥାୟୀ କମିସନ ନିଯୁକ୍ତି ପ୍ରଦାନରେ ବିଚାର ପରିସରକୁ ଆଣି ଯୋଗ୍ୟତା ଭିତ୍ତିରେ ପ୍ରଦାନ କରିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ତିନିମାସ ମଧ୍ୟରେ ମହିଳା ଅଧିକାରୀଙ୍କ କାର୍ୟ୍ୟକାଳ ଅବଧି ନିର୍ବିଶେଷରେ ସ୍ଥାୟୀ ନିଯୁକ୍ତି ପ୍ରଦାନ ଏବଂ ପୁରୁଷ ଅଧିକାରୀଙ୍କ ଭଳି ସମସ୍ତ ସୁବିଧା, ସୁଯୋଗ ଓ ପେନସନ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।
ପୃଥିବୀର ବିଭିନ୍ନ ଦେଶରେ ମହିଳାଙ୍କୁ ସେନାବାହିନୀରେ ସାମିଲ କରାଯାଇଛି। ଆମେରିକା ଆର୍ମଡ ଫୋର୍ସରେ ୨ଲକ୍ଷ ୩ହଜାର, ବ୍ରିଟିଶ ଆର୍ମଡ ଫୋର୍ସରେ ୧୫୭୮୦, ରୁଷ ମିଲିଟାରୀରେ ୧ଲକ୍ଷ ୩୦ ହଜାର ମହିଳା ନିୟୋଜିତ ଥିବାର ଜଣାଯାଏ। ଇସ୍ରାଏଲ ସେନାରେ ମହିଳାଙ୍କ ନିୟୋଜନ ବାଧ୍ୟତାମୂଳକ ଏବଂ ପ୍ରତିରକ୍ଷା ବାହିନୀରେ ସେମାନଙ୍କର ସମାନ ଅଧିକାର ରହିଛି। ୧୯୯୫ ମସିହାରୁ କମ୍ବାଟ ଜୋନରେ ମହିଳାମାନେ ନିୟୋଜିତ ଥାଇ ଶତ୍ରୁ ବିପକ୍ଷରେ ଲଢ଼ି, ଦୃଷ୍ଟାନ୍ତକାରୀ ପଦକ୍ଷେପ ପ୍ରତିପାଦନରେ ସମଗ୍ର ବିଶ୍ବରେ ଇସ୍ରାଏଲ ରାଷ୍ଟ୍ର ଆଦୃତ। ଜର୍ମାନୀ ମଧ୍ୟ ମହିଳାଙ୍କୁ ୨୦୦୧ ମସିହାରୁ କମ୍ବାଟ ଜୋନରେ ନିୟୋଜିତ କରି ଆସିଛି। ଇସଲାମିକ ରାଷ୍ଟ୍ରଗୁଡ଼ିକ ମଧ୍ୟରୁ କେବଳ ପାକିସ୍ତାନରେ ମହିଳାମାନେ ମିଲିଟାରୀରେ ନିୟୋଜିତ ରହିଛନ୍ତି ଏବଂ ସେମାନଙ୍କ ମୋଟ ସଂଖ୍ୟା ୪୫୦୦।
ସୁପ୍ରିମକୋର୍ଟ ରାୟ ପ୍ରକାଶ ପାଇବା ପରେ ଏହା ଉପରେ ରାଜନୀତି ସରଗରମ ହୋଇଛି।। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମହିଳା ଅଧିକାରୀଙ୍କୁ କ୍ଷମତା ପ୍ରଦାନରେ ମୋଦୀ ସରକାରଙ୍କ ନୀତିକୁ ଆକ୍ଷେପ କରିଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ବିଟର ମାଧ୍ୟମରେ ମହିଳା ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନେ ବିଜେପି ସରକାରଙ୍କ ଭୁଲ ନୀତି ବିପକ୍ଷରେ ସମ୍ମିଳିତ ଉଦ୍ୟମ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଏହାର ପ୍ରତ୍ୟୁତ୍ତରରେ ମହିଳା ଅଧିକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଲଢ଼ୁଥିବା ବରିଷ୍ଠ ଆଡ୍‌ଭୋକେଟ ତଥା ବିଜେପି ଏମପି ମିନାକ୍ଷୀ ଲେଖୀ କଂଗ୍ରେସ ଦ୍ବାରା ଗଠିତ ୟୁପିଏ ସରକାରଙ୍କୁ ତୀବ୍ର ସମାଲୋଚନା କରି ୨୦୧୦ ମସିହାରେ ୟୁପିଏ ସରକାର ଦିଲ୍ଲୀ ହାଇକୋର୍ଟ ରାୟ ବିପକ୍ଷରେ ସୁପ୍ରିମକୋର୍ଟ ଯାଇ ମହିଳା ଅଧିକାରୀଙ୍କ ସ୍ଥାୟୀ କମିସନ ନିଯୁକ୍ତି ପ୍ରଦାନରେ ବାଧକ ସାଜିଥିଲେ ଯାହା ଏବେ ​‌େ​‌ମାଦୀ ସରକାର ଅମଳରେ ସଫଳ ହୋଇପାରିଛି ବୋଲି ଦେଇଛନ୍ତି ପାଲଟା ଜବାବ। ୨୦୧୮ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲା ମଞ୍ଚରୁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ମହିଳା ସେନା ଅଧିକାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ଲାଗି ଘୋଷଣା କରିଥିଲେ। ମିନାକ୍ଷୀ ଲେଖୀ କଂଗ୍ରେସ ଦଳକୁ କରିଛନ୍ତି କଡ଼ା ସମାଲୋଚନା।
ଜଣେ ଆର୍ମି ଅଫିସର ବୃତ୍ତିଗତ ଉତ୍କର୍ଷ ପ୍ରଦର୍ଶନ କରି ଯୱାନଙ୍କ ଦ୍ବାରା ସମ୍ମାନର ଅଧିକାରୀ ହେବା ସହ ଆଦୃତ ଓ ଗ୍ରହଣୀୟ ହୋଇ ପାରିଥାଏ। ସେଥିପାଇଁ ଶାନ୍ତିକାଳୀନ ସ୍ଥିତି ହେଉ ଅଥବା ଯୁଦ୍ଧ ଭୂମିରେ ନେତୃତ୍ବ ନେବାର ଗୁଣ ଜଣେ ସେନା ଅଫିସରଙ୍କ (ପୁରୁଷ ଅଥବା ମହିଳା)ଠାରେ ବିଦ୍ୟମାନ ହେବାର ଦୃଢ଼ ଆବଶ୍ୟକତା ରହିଛି। ସେନା ଅଫିସରଙ୍କ ଦାୟିତ୍ବ, କର୍ତ୍ତବ୍ୟବୋଧ ଓ ଯୱାନଙ୍କ ନେତୃତ୍ବ ନେବାର ପାରଦର୍ଶିତା ରାଇଫଲରୁ ନିର୍ଗତ ବୁଲେଟ, ଗୁଳିଗୋଳା ବୋମା ବର୍ଷଣ ହେଉଥିବା ଯୁଦ୍ଧ ଭୂମିରେ ହିଁ ପ୍ରତିପାଦିତ ହୋଇ ପାରିଥାଏ। ସେନାବାହିନୀର ମନୋବଳ ବୃଦ୍ଧିରେ ସରକାର ଓ ଦେଶବାସୀଙ୍କ ଗୁରୁଦାୟିତ୍ବ ରହିଛି। ଦେଶର ସାର୍ବଭୌମତ୍ବ ବଜାୟ ରଖିବା ପାଇଁ ସେନାର ଶକ୍ତି ବୃଦ୍ଧି ହେବା ଅବଶ୍ୟ ଜରୁରୀ।

ଶରତ ମହାପାତ୍ର

ଅବସରପ୍ରାପ୍ତ କର୍ଣ୍ଣେଲ, ଭୁବନେଶ୍ବର

Comments are closed.