ବାମ- ମଧ୍ୟ- ଦକ୍ଷିଣ

0

ପ୍ରଫୁଲ୍ଲ କୁମାର ଚାଉଳିଆ

ଏବେ ନିକଟରେ ୨୦୧୯ ଏପ୍ରିଲ-ମେ ମାସରେ ଭାରତରେ ତଥା ଆମ ରାଜ୍ୟରେ ସାଧାରଣ ନିର୍ବାଚନ ହେବ। ଏବେଠାରୁ ଦଳୀୟ ପ୍ରାର୍ଥୀ ହେବାପାଇଁ ପ୍ର‌େ‌ତ୍ୟକ ନିର୍ବାଚନ ମଣ୍ଡଳୀରେ ପ୍ରତିଯୋଗିତା ଚାଲିଛି। ଦଳକୁ ସଂଗଠିତ କରିବା ପରିବର୍ତ୍ତେ ପ୍ରତ୍ୟେକ ଦଳରେ ବ୍ୟକ୍ତିକେନ୍ଦ୍ରିକ ସମର୍ଥନ ଯୋଗାଡ଼ କରାଯାଉଛି। ଦଳୀୟ ପାର୍ଟି ଅଫିସ ଭୁବନେଶ୍ବରରେ ଲବି କରିବା ଆରମ୍ଭ ହୋଇଯାଇଛି। ଯେଉଁ ଦଳରେ ଜଣେ ମାତ୍ର ସୁୁପ୍ରିମ ଓ ସିଏ ଦଳୀୟ ଟିକଟ ବାଣ୍ଟିବେ ସେହି ଦଳରେ ମଧ୍ୟ ଅନେକ ସ୍ଥଳରେ ଭିତରେଭିତରେ ଟିକେଟ କିଏ ପାଇବ ତାହାର ଗୁପ୍ତ ପ୍ରଚାର କରାଯାଉଛି। ଏହା ଫଳରେ ବର୍ତ୍ତମାନ ଓଡ଼ିଶାର ବିଧାନ ସଭା କ୍ଷେତ୍ରରେ ରାଜନୈତିକ ଗୋଷ୍ଠୀ ସୃଷ୍ଟି ହୋଇଗଲେଣି। ଯିଏ ଟିକଟ ନପାଇବେ ସେ ଅନ୍ୟ ଦଳକୁ ଡେଇଁବେ ଯେଉଁଠାରେ ତାଙ୍କର ବ୍ୟକ୍ତିସ୍ବାର୍ଥ ହାସଲ କରିପାରିବେ। ଏହି ପୃଷ୍ଠଭୂମିରେ ପ୍ରମୁଖ ରାଜନୈତିକ ଦଳ ଟିକେଟ ଶେଷ ମୁହୂର୍ତ୍ତରେ ଦେବେ ଯେତେବେଳକୁ ଅସନ୍ତୁଷ୍ଟ ଆଶାୟୀର ପଳାୟନ ବା ପାର୍ଟି ପରିବର୍ତ୍ତନର କୌଣସି ପ୍ରଭାବ ପଡ଼ିବ ନାହିଁ। ଏବେ ଦେଖନ୍ତୁୁ, ଗୋଟିଏ ସର୍ବଭାରତୀୟ ଦଳ ୬ମାସ ପୂର୍ବେ ଘୋଷଣା କଲେ ଯେ ଏଥର ଦଳୀୟ ଟିକଟ କାହାକୁ ମିଳିବ ଏବେଠୁ ନିର୍ଦିଷ୍ଟ କରାଯାଇ ଘୋଷଣା କରାଯିବ ଏବଂ ପ୍ରଥମ ଦଫାରେ ଅକ୍ଟୋବର ୧ ତାରିଖରେ ୫୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କିଏ ହେବେ ନାମ ପ୍ରକାଶ ପାଇବ। କାହିଁ, ଅକ୍ଟୋବର ୧ ଯାଇ ନଭେମ୍ବର ୧ ଗଲା, କୌଣସି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଘୋଷଣା ହେଲାନାହିଁ। ହେଲାନାହିଁ, କାରଣ ଏପର୍ଯ୍ୟନ୍ତ ଏପରି ଆମ ଭାରତୀୟ ରାଜନୀତିରେ ହୋଇନାହିଁ। ତାହାର ଏକ ମୁଖ୍ୟ ଦାର୍ଶନିକ କାରଣ ହେଲା ଯେ ଆମ ଦେଶରେ ଏ ପର୍ଯ୍ୟନ୍ତ ଆଦର୍ଶବାଦ ଉପରେ ଆଧାରିତ ରାଜନୀତି ଆରମ୍ଭ ହୋଇନାହିଁ। ପ୍ରତିଦିନ ତୃଣମୂଳ ଦଳୀୟ କର୍ମକର୍ତ୍ତା ଗୋଟିଏ ଦଳ ପରିତ୍ୟାଗ କରି, ଆଉ ଏକ ଦଳରେ ଯୋଗ ଦେଉଛନ୍ତି। ରାଜ୍ୟସ୍ତରୀୟ ନେତାମାନେ ମଧ୍ୟ ଦଳ ତ୍ୟାଗ କରୁଛନ୍ତି। ରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଯିବା ଆସିବା ଚାଲିଛି। ଏବେ ବିଧାନ ମଣ୍ଡଳୀ ଅନୁସାରେ ନେତାମାନେ ଅନ୍ୟ ଦଳର କର୍ମକର୍ତ୍ତାଙ୍କୁ ଆଣି ନିଜ ସୁପ୍ରିମୋଙ୍କ ପାଖରେ ତାଙ୍କ ନିଜ ଦଳରେ ସ୍ବାଗତ କରୁଛନ୍ତି ଏବଂ ଖବର କାଗଜରେ ତାହା ବଡ଼ବଡ଼ ଅକ୍ଷରରେ ଶିରୋନାମା ରୂପେ ଶୋଭା ପାଉଛି। ଯେଉଁ ଦେଶରେ ଓ ରାଜ୍ୟରେ ବା ସମାଜରେ ଲୋ​‌େ​‌କ ନିଜସ୍ବାର୍ଥ ପାଇଁ ସୁବିଧା ଦେଖି ପଟ୍ଟ ପରିବର୍ତ୍ତନ କରନ୍ତି, ସେଥିରୁ ଅନୁମାନ ହେବଯେ ସେ ଦେଶ ବା ସମାଜ ପାଇଁ, ତାହା ଏକ ନିମ୍ନଗାମୀ ସମୟ।
ବାଲ୍ମୀକିଙ୍କ ରାମାୟଣ ମହାକାବ୍ୟରେ ଦେଖିବେ, ବିଭୀଷଣ ତାଙ୍କର ପରାକ୍ରମୀ ଭାଇ ରାବଣର ନୀତିରେ ବିମୁଖ ହୋଇ, ଶ୍ରୀରାମଙ୍କ ଶିବିରରେ ଯୋଗଦେଇଥିଲେ। ସେ କ’ଣ କେବେ ତାହା ଆଗରୁ ଶ୍ରୀରାମଙ୍କୁ ଜାଣିଥିଲେ, ଯେ ରାମ-ରାବଣ ଯୁଦ୍ଧହେ​‌େ​‌ଲ ଶ୍ରୀରାମ ବିଜୟୀ ହେବେ ଏବଂ ସେ ଲଙ୍କା ସିଂହାସନରେ ବସିବେ? ଆଦର୍ଶ ଓ ନୀତି ଦ୍ବାରା ଅନୁପ୍ରାଣିତ ହୋଇ ଶ୍ରୀରାମଙ୍କର ଶିବିରରେ ସେ ଶେଷ ପର୍ଯ୍ୟନ୍ତ ରହିଲେ, ଯଦିଓ ରାବଣ ପକ୍ଷରୁ ତାଙ୍କୁ ପ୍ରାଣଘାତୀ ବିପଦ ମାଡ଼ି ଆସୁଥିଲା। ଇଏ ହେଉଛି ସେହି ଯୁଗ ଯେଉଁଠି ନୀତିନିଷ୍ଠ ସମାଜ ଓ ଶାସନ ପର୍ଯ୍ୟବସିତ ଥିଲା। ବ୍ୟାସଦେବଙ୍କ ମହାଭାରତ କାବ୍ୟରେ ଆପଣ ଦେଖିବେ ଯେ, ଯୁଦ୍ଧ ପୂର୍ବରୁ ଦୁଇ ଦଳ ମଧ୍ୟରେ କଳେବଳେ କୌଶଳେ କିଏ କାହାର ସମର୍ଥନ ଯୋଗାଡ଼ କରୁଥିଲେ। ରାଜଧର୍ମ ପାଳନ କରୁଥିବା ଭୀଷ୍ମ ମଧ୍ୟ ଛଳନାର ଜାଲରେ ପଡ଼ି, ଦୁ‌େ‌ର୍ଯ୍ୟାଧନଠାରୁ ଭର୍ତ୍ସନା ପାଇ, ଯେଉଁଦିନ ଯୁଦ୍ଧ କ୍ଷେତ୍ରରେ ସେ ତାଙ୍କର ସର୍ବୋତ୍କୃଷ୍ଟ ଅସ୍ତ୍ରଚାଳନା ପାଇଁ ମନସ୍ଥକଲେ ସେ ଦିନ ସେ ଯୁଦ୍ଧ ଭୂମିରେ ଅସ୍ତ୍ରଶୂନ୍ୟ ହେଲେ। ଦ୍ବାପରଯୁଗ ଏକ ନିମ୍ନଗାମୀ ସମାଜ ଥିଲା, ଧ୍ବଂସମୁଖକୁ ଠେଲି ହୋଇ ଯାଉଥିଲା। ଏ ହେଉଛି, ଆମର ହଜାରହଜାର ବର୍ଷର ବୁନିୟାଦି। ଏଥିରୁ ଆମେ ଶିକ୍ଷା ପାଇ, ପୃଥିବୀର ସର୍ବୋତ୍କୃଷ୍ଟ ସମାଜ ଓ ସଭ୍ୟତା ଭାବେ ଦଣ୍ଡାୟମାନ ହେବାର ସାମର୍ଥ୍ୟ ରଖିବାର କଥା। କିନ୍ତୁୁ ଦେଖନ୍ତୁ, ଆମେ କେଉଁଠି ଏବଂ ପୃଥିବୀର ଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ର କେଉଁଠି।
ଏବେ ନିକଟରେ ସେପ୍ଟେମ୍ବର, ଅକ୍ଟୋବର ୨୦୧୮ରେ ଆମେରିକାର ଗଣତାନ୍ତ୍ରିକ ଇତିହାସରେ ଏକ ରୋମାଞ୍ଚକର ଘଟଣା ଘଟିଛି, ଯାହା ପୃଥିବୀର ରାଜନୈତିକ ଇତିହାସକୁ ସବୁବେଳେ ଚମକାଇ ରଖିବ। ଆମେରିକାର ସମ୍ବିଧାନ ଅନୁସାରେ ରାଷ୍ଟ୍ରପତି ସୁପ୍ରିମକୋର୍ଟର ଜଜ୍‌ କିଏ ହେବେ ତାଙ୍କ ନାମ ସୁପାରିସ କରିବେ, କିନ୍ତୁୁ ତାହା ସିନେଟସଭା (ଯେଉଁମାନେ ସାଧାରଣ ଭୋଟରମାନଙ୍କ ଦ୍ବାରା ନିର୍ବାଚିତ ହୋଇଥାନ୍ତି) ଦ୍ବାରା ଅନୁମୋଦନ ନହେଲେ, ସୁପାରିସ ହୋଇଥିବା ବ୍ୟକ୍ତି ଜଜ୍‌ ହୋଇ ପାରିବେ ନାହିଁ। ଏହି ଅନୁମୋଦନ ପାଇଁ ପ୍ରାର୍ଥୀ ସିନେଟ ସଭାରେ ଉପସ୍ଥିତ ରହିବେ ଏବଂ ତାଙ୍କ ବିରୋଧରେ ବା ସପକ୍ଷରେ ଯେତେ ପ୍ରଶ୍ନ ସଦସ୍ୟମାନେ ପଚାରିବେ, ତାହାର ଉତ୍ତର ରଖିବେ। ଟେଲିଭିଜନ ଦ୍ବାରା ସମଗ୍ର ଆମେରିକାବାସୀ ତାହା ଦେଖିବେ। ଶେଷରେ ସିନେଟରେ ଭୋଟ ହେବ ଏବଂ ଗାଣିତିକ ହିସାବରେ ସଂଖ୍ୟାଧିକ ସମର୍ଥନ ପାଇଲେ ସେ ଜଜ୍‌ ହୋଇପାରିବେ। ଆମେରିକା ସିନେଟରେ ସର୍ବମୋଟ ୧୦୦ଜଣ ସଦସ୍ୟ ଅଛନ୍ତି। ଏଥିରେ ୫୧ଜଣ ରିପବ୍ଲିକାନ ପାର୍ଟିର ଯେଉଁମାନଙ୍କୁ ସାଧାରଣତଃ ଦକ୍ଷିଣପନ୍ଥୀ କୁହାଯାଏ ଏବଂ ସେମାନଙ୍କର ଆଦର୍ଶ ପ୍ରେସିଡେଣ୍ଟ ଟ୍ରମ୍ପ ଯେ କି ଜଣେ କଠୋର ଦକ୍ଷିଣପନ୍ଥୀ। ୪୯ ଜଣ ସିନେଟର ହେଉଛନ୍ତି ଡେମୋକ୍ରାଟିକ୍‌ ଦଳର। ଏମାନେ ବାମପନ୍ଥୀ ନହେଲେ ମଧ୍ୟ ମଧ୍ୟବର୍ତ୍ତୀ ସ୍ଥାନରୁ ଟିକିଏ ବାମରେ ସବୁବେଳେ ରହନ୍ତି। ଜଜ୍‌ ବ୍ରେଟ କାଭାନଘ ଯାହାଙ୍କୁ ପ୍ରେସିଡେଣ୍ଟ ସୁପ୍ରିମକୋର୍ଟ ପାଇଁ ମନୋନୀତ କରିଥିଲେ, ମଧ୍ୟ ଜଣେ ଦକ୍ଷିଣପନ୍ଥୀ ବିଚାରଧାରାଯୁକ୍ତ ଜଜ୍‌ ତାଙ୍କ ବିରୋଧରେ ଜଣେ ମହିଳା ଯୌନଦୁଷ୍କର୍ମ ଅଭିଯୋଗ ଆଣିଲେ ସେ ଯେତେବେଳେ କିଶୋର ଅବସ୍ଥାରେ ହାଇସ୍କୁଲରେ କାଭାନଘଙ୍କ ସହିତ ପଢ଼ୁଥିଲେ । ଆମେରିକାର ବର୍ତ୍ତମାନର ସମାଜ ଏ ବିଷୟରେ ଏତେ ଉତ୍ତେଜିତ ଯେ ସେଭଳି ବ୍ୟକ୍ତିଙ୍କୁୁ ସୁୁପ୍ରିମକୋର୍ଟ ଜଜ୍‌ରୂପେ ସିନେଟ ସୁପାରିସ ନକରୁ, ସେଥିପାଇଁ ସାରାଦେଶରେ ଧାରଣା, ଧର୍ମଘଟ ମାସେ କାଳ ଲାଗିରହିଲା ଏବଂ ସମାଜ ରିପବ୍ଲିକାନ ଓ ଡେମୋକ୍ରାଟ, ଅର୍ଥାତ ଦକ୍ଷିଣପନ୍ଥୀ ଓ ମଧ୍ୟବର୍ତ୍ତୀ-ବାମ ମଧ୍ୟରେ ଦୁଇଭାଗ ହୋଇଗଲା। ସିନେଟରେ ୫୧ ଜଣ ରିପବ୍ଲିକାନ ଓ ୪୯ଜଣ ଡେମୋକ୍ରାଟ ଥିଲେ ମଧ୍ୟ ୩ଜଣ ରିପବ୍ଲିକାନ ସିନେଟର ଏବଂ ଜଣେ ଡେମୋକ୍ରାଟ ସିନେଟର ବ୍ରେଟ କାଭାନଘଙ୍କୁ ସମର୍ଥନ ଦେବା ବିଷୟରେ ବହୁ ସମୟ ଧରି ବିଚାରବିମର୍ଶ କଲେ। ଏହି ସମୟରେ ଏମାନେ ପବ୍ଲିକ ପ୍ରେସର ଦ୍ବାରା ବିରୋଧର ସମ୍ମୁଖୀନ ହେଲେ, ଏପରିକି ପୁଲିସ ସାହାଯ୍ୟରେ ଯିବା ଆସିବା କଲେ। ଏମିତି ହେଲା ୩ଜଣ ରିପବ୍ଲିକାନରୁ ଜଣେ କାଭାନଘଙ୍କୁ ବିରୋଧ କରି ଭାଷଣ ଦେଲେ। ସେହିଭଳି ଡେମୋକ୍ରାଟମାନେ ଯଦିଓ ସମସ୍ତେ ପ୍ରେସିଡେଣ୍ଟଙ୍କୁ ସୁପାରିସକୁ ବିରୋଧ କରିବା କଥା, ଜଣେ କାଭାନଘଙ୍କୁ ସମର୍ଥନ କରି ସିନେଟରେ ଭାଷଣ ଦେ‌େ‌ଲ। ଏପରି ଭାବେ ଜନ୍‌ ବ୍ରେଟ କାଭାନଘ ସିନେଟରେ ୫୧-୪୯ ଭୋଟ ପାଇ ଆମେରିକାର ସୁପ୍ରିମକୋର୍ଟର ଜଜ୍‌ ହେଲେ।
ଏଠାରେ ଏହି ଉଦାହରଣ ଦେବାର ଅର୍ଥ ହେଉଛି ଯେ ରାଜନୈତିକ ଆଦର୍ଶବାଦ ଏବଂ ଗୋଟିଏ ଆଦର୍ଶବାଦକୁ ବ୍ୟକ୍ତିବିଶେଷର ଅନୁରାଗ ସେହି ବ୍ୟକ୍ତିର ବୌଦ୍ଧିକ ଚିନ୍ତାଧାରାରୁ ଉଦ୍‌ଭବ ହୋଇଥାଏ। ଏହା ଏପରି ଏକ ବିଶ୍ବାସ, ସହଜରେ ତ୍ୟାଗ କରିହେବନାହିଁ। ତେଣୁ ଏଠାରେ ଆୟାରାମ ଗୟାରାମର ପ୍ରଶ୍ନ ଉଠୁଛି କେଉଁଠୁ? ଆପଣ ସବୁବେଳେ ବାମ-ମଧ୍ୟ-ଦକ୍ଷିଣ ମଧ୍ୟରୁ ହିଁ ଗୋଟିଏରେ ରହିବେ। ରାଜନୈତିକ ବିଚାର, ଆଦର୍ଶ ଦେଶ ଓ ଜାତିର ପ୍ରବହମାନ ଅନ୍ତର୍ନିହିତ ସ୍ବାର୍ଥ ଓ ଭବିଷ୍ୟତ ସହିତ ଜଡ଼ିତ। ତେଣୁ ଆଜି ଗୋଟିଏ ଦଳରେ ଟିକଟ ମିଳିଲା ନାହିଁ ବା ବ୍ୟକ୍ତିସ୍ବାର୍ଥ ହାସଲ ହେଲାନାହିଁ ବୋଲି କାଲି ଆଉ ଗୋଟିଏ ଦଳରେ- ଏ ଯେଉଁ ନାଟକ ଆମ ଦେଶରେ ଓ ରାଜ୍ୟରେ ଲାଗିଛି, ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ।

Leave A Reply