ଅର୍ଥନୈତିକ ଅଗ୍ରଗତିର ଅନ୍ତରାଳେ

0

ବାସୁଦେବ ସାହୁ

ଭାରତର ଅର୍ଥନୈତିକ ଅଗ୍ରଗତି ବେଶ୍‌ ଉତ୍ସାହଜନକ ବୋଲି ପ୍ରତିଭାତ ହେଉଛି। ଏଥିପାଇଁ ଆମେ ଆନ୍ତର୍ଜାତିକସ୍ତରରେ ପ୍ରଶଂସା ପାଉଛୁ। ଅଭିବୃଦ୍ଧି ହାରର ହାରାହାରି ପରିସଂଖ୍ୟାନ ଉପରେ ଏହି ପ୍ରଶଂସା ନିହିତ। ପ୍ରକୃତରେ ଆମ ଜାତୀୟ ଉତ୍ପାଦର ଅଭିବୃଦ୍ଧି ହାର ୨୦୦୫-୦୬ଠାରୁ ଏଯାବତ ବାର୍ଷିକ ସାତ ପ୍ରତିଶତ ଊର୍ଦ୍ଧ୍ବରେ। ବିଶ୍ବର ସମୃଦ୍ଧ ଦେଶମାନଙ୍କର ଅଭିବୃଦ୍ଧିହାର ୩-୪ ପ୍ରତିଶତ ମଧ୍ୟରେ ସୀମିତ। ଅବଶ୍ୟ ଚୀନର ଅଭିବୃଦ୍ଧିହାର ଏବେ ୭ପ୍ରତିଶତ। ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଅନୁଯାୟୀ ଆସନ୍ତା ବର୍ଷକୁ ଆମର ଅଭିବୃଦ୍ଧି ହାର ୭.୮ ପ୍ରତିଶତ ହେବ। ବିଶ୍ବବ୍ୟାଙ୍କ କଳନା ଅନୁଯାୟୀ ଭାରତ ଫ୍ରାନ୍ସକୁ ପଛରେ ପକାଇ ବିଶ୍ବର ଷଷ୍ଠ ବୃହତ୍ତମ ରାଷ୍ଟ୍ର ​‌େ​‌ହାଇଛି। ୨୦୧୭ରେ ଆମର ଜାତୀୟ ଉତ୍ପାଦ ହୋଇଥିଲା। ୨.୬ ଟ୍ରିଲିଅନ ଡଲାର ବା ୨ଲକ୍ଷ ୬୦ହଜାର କୋଟି ଡଲାର, ଫ୍ରାନ୍ସର ୨ଲକ୍ଷ ୫୮ହଜାର କୋଟି ଡଲାର, ଆମେରିକାର ୧୯ଲକ୍ଷ ୪୦ହଜାର କୋଟି ଡଲାର, ଚୀନର ୧୨ଲକ୍ଷ ୨୪ହଜାରକୋଟି ଡଲାର, ଜାପାନର ୪ଲକ୍ଷ ୮୭ହଜାର କୋଟି ଡଲାର।
୨୦୧୭ ଶେଷବେଳକୁ ଅର୍ଥନୈତିକ ଅଗ୍ରଗତି ମନ୍ଥର ହୋଇଆସୁଥିଲା। ତେବେ ସଂପ୍ରତି ଏହା ପୁନର୍ବାର ବଢ଼ିବା ଆରମ୍ଭ କଲାଣି। ଅର୍ଥମନ୍ତ୍ରୀ କହନ୍ତି ଭାରତରେ ଦୁର୍ନୀତି ହ୍ରାସ ପାଇଛି ଓ ନାନା ପ୍ରକାର ପରୋକ୍ଷ କରର ଚାପ ହ୍ରାସ ପାଇଛି। ଏଥିଯୋଗୁଁ ଉପଭୋଗ ଖର୍ଚ୍ଚ ବଢ଼ିଛି। ମୋଟ ପୁଞ୍ଜି ଖର୍ଚ୍ଚ ବଢ଼ିଛି। ବ୍ୟାଙ୍କର ପରି ସଂପତ୍ତି ବଢ଼ାଇ ଥିବାରୁ ଏବଂ ଭିତ୍ତିଭୂମି ପ୍ରସାର ପ୍ରତି ଦୃଷ୍ଟି ଦେଇଥିବାରୁ ଏହା ଘଟିଛି।
୨୦୧୮ର ବିଶ୍ବ ଉଦ୍‌ଭାବନ ରିପୋର୍ଟ ତଥା କ​‌େ​‌ର୍ଣ୍ଣଲ ବିଶ୍ବବିଦ୍ୟାଳୟ ଓ ବିଶ୍ବସଂପତ୍ତି ସଂଗଠନ ରିପୋର୍ଟରେ ଭାରତର ସ୍ଥାନ ୮୦ତମ ସ୍ଥାନରୁ ୫୭ତମ ସ୍ଥାନକୁ ବୃଦ୍ଧି ପାଇବା କୁହାଯାଇଛି।
ଭାରତର ଶକ୍ତି ନିହିତ ଅଛି ବର୍ଦ୍ଧମାନ ଇଞ୍ଜିନିୟର ଓ ବିଜ୍ଞାନୀଙ୍କ ଉପରେ। ଆଭ୍ୟନ୍ତରୀଣ ବଜାର ପ୍ରସାର ଅନ୍ତର୍ଜାତୀୟ ବଜାରରେ ପ୍ରତିଯୋଗିତା ଶକ୍ତି ବୃଦ୍ଧିରେ। ଏହିସବୁର ବୃଦ୍ଧିଯୋଗୁଁ ଭାରତ ଏବେ ଚତୁର୍ଥ ସ୍ଥାନରେ; ଆଇଟି ପଦାର୍ଥ, ଫୋନ ଆଦି ରପ୍ତାନିରେ ଉଚ୍ଚତମ ସ୍ଥାନରେ। ଏସୀୟ ପ୍ରଶାନ୍ତ ସାଗରୀୟ ଦେଶ ମଧ୍ୟରେ ଭାରତର ସ୍ଥାନ ଉଚ୍ଚ ପ୍ରଶଂସିତ। ଡିଜିଟାଲ ରପ୍ତାନୀରେ ଭାରତ ୧୭ତମ ସ୍ଥାନରେ। ଡିଜି​‌ଟାଲ ବ୍ୟବସାୟ ଭ୍ରମଣ, ରେଡ଼ିଓ ଟିଭି ମାଧ୍ୟମରେ ଉପଭୋଗ ଖର୍ଚ୍ଚ ଭବିଷ୍ୟତରେ ବହୁତ ବଢ଼ାଇ ହେବ।
ନିମ୍ନ ମଧ୍ୟମବର୍ଗ ଅର୍ଥନୀତି କ୍ଷେତ୍ରରେ ଭାରତର ଅଗ୍ରଗତି ଅତୀବ ପ୍ରଶଂସନୀୟ। ନୂତନ ଉଦ୍‌ଭାବନ କ୍ଷେତ୍ରରେ ଭାରତ ୨୦ଟି ମଧ୍ୟ ଏସୀୟ ଦେଶ ମଧ୍ୟରେ ଆଗୁଆ ହେବାର ସମ୍ଭାବନା ଉଜ୍ଜ୍ବଳ।
ଆଶା ଓ ସମ୍ଭାବନା ସହିତ ଭାରତର ଦୁର୍ବଳତା ମଧ୍ୟ ରହିଛି। ଏହି ଦୁର୍ବଳତା ନିମ୍ନରେ ଦିଆଗଲା।
ଅଗ୍ରଗତି କ୍ଷେତ୍ରରେ ଦୁର୍ବଳତା: ଦୁର୍ବଳତା ହେଉଛି-୧)ରାଜନୈତିକ ସ୍ଥିରତା ଓ ନିରାପତ୍ତା କ୍ଷେତ୍ରରେ (୨) ସାମାଜିକ ବିଭାଜନ, ଯଥା- ସ୍ଥାନ ସଂରକ୍ଷଣ ପାଇଁ ଆନ୍ଦୋଳନ (୩) ନିୟନ୍ତ୍ରଣରେ ଦୁର୍ବଳତା, ସ୍ଥାନୀୟ ପ୍ରତିଯୋଗିତା, ପରିବେଶଗତ ବିଶୁଦ୍ଧତାର ଅଭାବ (୪) ଶିକ୍ଷା କ୍ଷେତ୍ରରେ ତ୍ରୁଟି (୫) ଦରଦାମ ବୃଦ୍ଧି, ତୈଳଦର ବୃଦ୍ଧି ଯୋଗୁଁ ବହୁକ୍ଷେତ୍ର ପ୍ରଭାବିତ ହେବ। ସଂପ୍ରତି ଦରଦାମ ବୃଦ୍ଧିହାର ୪.୬ ପ୍ରତିଶତ। ଏହା ବଢ଼ିପାରେ, ,ରିଜର୍ଭବ୍ୟାଙ୍କର ନାନାଦି ପଦକ୍ଷେପ ଦରବୃଦ୍ଧିକୁ ଅଟକାଇ ପାରୁନି। (୬) ଡଲାର ତୁଳନାରେ ଟଙ୍କାର କ୍ରୟମୂଲ୍ୟ ହ୍ରାସ ପରିସ୍ଥିତିକୁ ଜଟିଳ କରିଦେଉଛି।
ଏ ସମସ୍ତ ଦୁର୍ବଳତା ଜାତୀୟ ସ୍ତରରେ ନିଶ୍ଚିତ ରୂପେ ଆମର ଅଗ୍ରଗତିର ପଥ ପ୍ରତିହତ କରୁଛି ଏବଂ ଆନ୍ତର୍ଜାତିକ କ୍ଷେତ୍ରରେ ଆମର ସମ୍ମାନ ହାନି କରୁଛି। ତଥାପି କେବଳ ଅଭିବୃଦ୍ଧି ହାର ଓ ଜାତୀୟ ଉତ୍ପାଦର ତୁଳନାତ୍ମକ ଅଗ୍ରଗତି ଯୋଗୁଁ ଆମେ କିଛିଟା ପ୍ରଶଂସା ପାଉଛୁ। ତେବେ ଏସବୁ ପ୍ରଶଂସା ତ ଆମ ଦେଶ ଓ ଅର୍ଥନୀତିର ଯେଉଁ ଅନ୍ତର୍ନିହିତ ସାମାଜିକ ସମସ୍ୟା ରହିଛି ସେଗୁଡ଼ିକ ତ ସହଜରେ ସମାଧାନ କରି ଆମକୁ ଏକ ସୁସ୍ଥ ଗଣତନ୍ତ୍ର ରୂପେ ପରିଚିତ କରାଇପାରିବ ନାହିଁ। ଦେଶ ଭିତରର ​‌େଲାକଙ୍କ ସମସ୍ୟା, ଯଥା ଦାରିଦ୍ର୍ୟ, ଅସମାନତା, ତଜ୍ଜନିତ ବି​‌େ​‌ଦ୍ବଷ ଦୂର କରିବା ପାଇଁ ଆମକୁ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ହେବ। ଆମେ ଯେ ଏ ଦିଗପ୍ରତି ଆଖିବୁଜି ଦେଇଛୁ ତା ନୁହେଁ। ତେବେ ଅଧିକ ଯତ୍ନ ଓ ଆଗ୍ରହ ସହ ଏ ସବୁ ସମସ୍ୟାର ସମାଧାନ କରିବାକୁ ହେବ।
ସମସ୍ୟା ଚିହ୍ନଟ ଓ ତାର ନିରାକରଣ: ଗତବର୍ଷ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ୨୦୨୨ ସୁଦ୍ଧା ୧୧୫ଟି ଅତି ଅନୁନ୍ନତ ଜିଲାର ଉନ୍ନତି ସାଧନ କରି ଏ ସବୁକୁ ଉନ୍ନତ ଜିଲା ସଙ୍ଗେ ସମାନ କରିବାକୁ ହେବ। ଭାରତରେ ଏହି ଜିଲାଗୁଡ଼ିକ ଅଛି। ବିହାର ରାଜସ୍ଥାନ, ମଧ୍ୟପ୍ରଦେଶ, ଓଡ଼ିଶା, ଉତ୍ତର ପ୍ରଦେଶରେ ୨୦୦୧ରେ ଭାରତର ୧୦୦ଟି ଖୁବ୍‌ ଉନ୍ନତ ଜିଲା ଭିତରେ ଏହି ସବୁ ପ୍ରଦେଶର ଗୋଟିଏ ଜିଲା ବି ନଥିଲା। ପଶ୍ଚିମବଙ୍ଗ ସହ ଏହି ଜିଲାଗୁଡ଼ିକ ଖରାପ ଜିଲା ଭିତରେ ପ୍ରାୟ ଅର୍ଦ୍ଧେକ। ୨୦୧୮ରେ ମଧ୍ୟ ଏମାନଙ୍କ ସ୍ଥିତି ପୂର୍ବଭଳି ଅଛି।
ଏହି ଜିଲାଗୁଡ଼ିକ ଆଧୁନିକ ପ୍ରଗତିରେ ଆଖିଦୃଶିଆ ଅଂଶ ଗ୍ରହଣ କରି ନାହାନ୍ତି। ଅତ୍ୟଧିକ ଅଭାବ ମାଓବାଦୀଙ୍କୁ ଆମନ୍ତ୍ରଣ କରୁଛି। ଯୋଜନା କମିସନ ୧୯୬୦-୯୬ ଭିତରେ ୧୧ଟି କମିଟି ଗଠନକରି ସମସ୍ୟା ଅଧ୍ୟୟନ କରିଥିଲା। ୧୯୬୮ରେ ଅନଗ୍ରସରତାର ମାପକାଠି ଥିଲା ମୁଣ୍ଡପିଛା ଆୟ, ଶିଳ୍ପର ଅବଦାନ, ବିଦ୍ୟୁତଶକ୍ତିର ମୁଣ୍ଡପିଛା ବ୍ୟବହାର, ରାସ୍ତା ଓ ରେଳରାସ୍ତା ଇତ୍ୟାଦି। ନୀତି ଆୟୋଗର ମାପକାଠି ହେଉଛି ଭୂମିହୀନ ପରିବାର କାୟିକ ଶ୍ରମ ଶିଶୁଙ୍କ ରୁଗ୍ଣତା, ଜଳ, ବିଜୁଳି ଶକ୍ତି ଓ ପାଇଖାନା ଅଭାବ ଇତ୍ୟାଦି। ଏ ସମସ୍ତ ମାପକାଠି ସମସ୍ୟା ସମାଧାନ କରେନା। କଳାହାଣ୍ଡି, ବଲାଙ୍ଗିର, କୋରାପୁଟ ପାଇଁ ୧୯୯୭-୨୦୦୨ ଭିତରେ ୧୪୦୦ କୋଟିଟଙ୍କା ଖର୍ଚ୍ଚ ହୋଇଥିଲା। ମାତ୍ର ଫଳ ଥିଲା ନୈରାଶ୍ୟଜନକ। ୨୦୦୭ରେ ୨୭୨ଟି ଜିଲାକୁ ସ୍ବତନ୍ତ୍ର ସାହାଯ୍ୟ ଦିଆଗଲା। ୨୦୦୭-୧୨ ଭିତରେ ଏ ସାହାଯ୍ୟ ପରିମାଣ ଥିଲା ୨୧୬୦୦ କୋଟିଟଙ୍କା। ଫଳ ପୂର୍ବବତ।
୭୩ତମ ସମ୍ବିଧାନ ସଂଶୋଧନ ଦ୍ବାରା ପଞ୍ଚାୟତମାନଙ୍କୁ ଉନ୍ନୟନ କାର୍ଯ୍ୟ କରିବାକୁ କ୍ଷମତା ଦିଆଗଲା, କିନ୍ତୁ ଆର୍ଥିକ ସମ୍ବଳ ଯଥେଷ୍ଟ ନଥିଲା। ଦକ୍ଷଲୋକ ନଥିଲେ। ଯୋଜନା କମିସନ ଅନୁସାରେ ଗରିବ ରାଜ୍ୟରେ ସରକାରୀ ଟଙ୍କାରେ ସଦ୍‌ବ୍ୟବହାର ଅତି କମ୍‌। ମିଳିଥିବା ଟଙ୍କାର ମାତ୍ର ଏକ-ତୃତୀୟାଂଶ ସଦ୍‌ବ୍ୟବହାର ହୋଇଥିଲା ୨୦୦୭-୧୧ ଭିତରେ।
ଏ ପ୍ରକଳ୍ପଗୁଡ଼ିକର ନିଷ୍ଫଳତାର କାରଣ ଜିଲା ସ୍ତରରେ ଆନୁଷ୍ଠାନିକ ଦକ୍ଷତାର ଅଭାବ। ନୀତି ଆୟୋଗର ଅନୁନ୍ନତ ୧୧୫ ଜିଲାର ୭୨ ପ୍ରତିଶତ, ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା, ରାଜସ୍ଥାନରେ। ଏସବୁ ଜିଲାରେ କିଛିଟା ଉନ୍ନତି ହୋଇଥିଲେ ମଧ୍ୟ ଭାରତର ୭୦୦ଜିଲା ଭିତରେ ଏଗୁଡ଼ିକ ଅଧିକ ଅନଗ୍ରସର। ଦେଶର କେତୋଟି ଜିଲା ମାତ୍ର ଉନ୍ନତ। ଅନଗ୍ରସର ଜିଲାମାନଙ୍କର ସମସ୍ୟା ଜଟିଳ ଐତିହାସିକ କାରଣ, ଆଦିବାସୀ ହରିଜନ ଲୋକଙ୍କ ସଂଖ୍ୟାଧିକତା ଏ ଜିଲାମାନଙ୍କରେ ଅର୍ଥନୀତିର ଭିତ୍ତିଭୂମି, ରାସ୍ତା, ସାଂଗଠନିକ କ୍ଷମତାର ଅଭାବ ଅର୍ଥକୁ ଉତ୍ପାଦନଶୀଳ ପୁଞ୍ଜିରେ ପରିଣତ କରିବା ପଥରେ ପ୍ରତିବନ୍ଧକ ସାଜିଛି।
ନୀତି ଆୟୋଗର କୌଶଳ ସଂପୂର୍ଣ୍ଣରୂପେ ଜଣାଯାଇନି। ସମସ୍ୟାର ଟିକିନିଖି ଆଲୋଚନା ଓ ଜିଲାର ଭୌଗୋଳିକ ସ୍ଥିତି ସମ୍ବନ୍ଧରେ ଅବଗତ ହେବା ଏକାନ୍ତ ଆବଶ୍ୟକ।
ସମସ୍ୟାର ସମାଧାନ ପାଇଁ ସୁଚିନ୍ତିତ ପଦକ୍ଷେପ ନେବାକୁ ହେବ। ନିମ୍ନୋକ୍ତ ପଦକ୍ଷେପ ନିଆଯାଇପାରେ।
୧- ସ୍ଥାନୀୟଲୋକଙ୍କ ସହଯୋଗ। ସେମାନଙ୍କ ସହ ଆଲୋଚନା। ସ୍ଥାନୀୟ ଲୋକଙ୍କ ଅଭିଜ୍ଞତାର ସୁବିଚାର।
୨- ସବୁ ଜିଲାପାଇଁ ଗୋଟିଏ ପ୍ରକାର ଯୋଜନା ସଫଳ ହେବନି। ପରିସ୍ଥିତି ଓ ଲୋକଚରିତ୍ର ଅନୁଯାୟୀ ଭିନ୍ନ ପଦକ୍ଷେପ ନେବାକୁ ହେବ।
୩- ​‌େ​ଲ‌ାକଙ୍କୁ ପ୍ରୋତ୍ସାହନ ଦେବା ଏବଂ ବିନା ହସ୍ତକ୍ଷେପରେ ସେମାନଙ୍କୁ କାର୍ଯ୍ୟ କରିବାକୁ ସୁଯୋଗ ଦେବା ଦରକାର।
୪- ଉନ୍ନୟନ ଉପରୁ ତଳକୁ ଚାପି ନଦେଇ ତଳ ଆଡ଼ୁ ଉପରକୁ ଉଠିବାର ସୁଯୋଗ ସୃଷ୍ଟି କରିବାକୁ ହେବ।
୫- ଲୋକଙ୍କର ତତ୍କାଳୀନ ସମସ୍ୟା ସମାଧାନ କରିବାସହ ସେମାନଙ୍କର ଦୀର୍ଘକାଳୀନ ପ୍ରଗତିର ପଦକ୍ଷେପ ନେବା ଆବଶ୍ୟକ।
ଦେଶର ସାମଗ୍ରିକ ଉତ୍ପାଦର ଅଭିବୃଦ୍ଧି ଆଭ୍ୟନ୍ତରୀଣ ସମସ୍ୟା ସୂଚାଏ ନାହିଁ। ଆୟର ହାରାହାରି ଅଭିବୃଦ୍ଧି ଅନ୍ତରାଳରେ ରହିଛି ଆଞ୍ଚଳିକ, ଶ୍ରେଣୀଗତ, ଜାତିଗତ ସମସ୍ୟା। ସେଗୁଡ଼ିକର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ସହ ସୁଚିନ୍ତିତ ପଦକ୍ଷେପ ନେବାକୁ ହେବ। ଆତ୍ମସ୍ବାର୍ଥ ପରିବର୍ତ୍ତେ ଗରିବ ଲୋକଙ୍କ ସ୍ଥାୟୀ ଉନ୍ନତି ଆମର ଧ୍ୟେୟ ହେବା ଉଚିତ୍‌।

Comments
Loading...