ମହତ ବିଚାର

0

ଅହିଂସ ସଂଗ୍ରାମ ବଳରେ ଦେଶକୁ ସ୍ବାଧୀନ କରିଥିଲେ ମହାତ୍ମା ଗାନ୍ଧୀ। କୌଣସି ସ୍ଥିତିରେ ପାଶ୍ଚାତ୍ୟ ସଭ୍ୟତା, ସଂସ୍କୃତିର ଦାସତ୍ବ ସ୍ବୀକାର କରିବାକୁ ସେ ଘୃଣା କରୁଥିଲେ। ଏହି କାରଣରୁ ସେ ପ୍ରାକ୍‌ ସ୍ବାଧୀନତାକାଳରେ ବିଦେଶୀ ଦ୍ରବ୍ୟ ବର୍ଜନର ଆହ୍ବାନ ଦେଇଥିଲେ। ସ୍ବାଧୀନତା ପରେ ଭାରତୀୟମାନଙ୍କର ଇଂରାଜୀ ପ୍ରୀତି ଦେଖି ସେ ମ୍ରିୟମାଣ ହେଉଥିଲେ।
ଏକଦା କାଶୀ ବିଶ୍ବବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥିରୂପେ ଯୋଗ ଦେବାପାଇଁ ମହାତ୍ମାଙ୍କୁ ଆମନ୍ତ୍ରଣ କରାଯାଇଥାଏ। ଉପସ୍ଥିତ ସଜ୍ଜନମଣ୍ଡଳୀ ଓ ଛାତ୍ରଛାତ୍ରୀଙ୍କ ନିକଟରେ ନିଜ ବିଦ୍‌ବତ୍ତାର ପରିଚୟ ଦେବାକୁ ଯାଇ ବକ୍ତାମାନେ ଅନର୍ଗଳ ଇଂରାଜୀରେ ନିଜ ଭାଷଣ ଦେଇଥିଲେ। ଗାନ୍ଧିଜୀ ଅତ୍ୟନ୍ତ ବ୍ୟଥିତ ଭାବରେ ଏସବୁ ଲକ୍ଷ୍ୟ କରୁଥାନ୍ତି। ଗାନ୍ଧିଜୀଙ୍କ ଉଦ୍‌ବୋଧନ ଦେବା ପାଳି ପଡ଼ିଲା। ଉଦ୍‌ବୋଧନରେ ସେ କହିଥିଲେ- ‘ଇଂରେଜମାନେ ଆମକୁ ଶାସନ କରୁଥିବାବେଳେ ବହୁତ ଗର୍ବ କରୁଥିଲେ ଏଥିପାଇଁ ଯେ ସେମା‌େ‌ନ ଭାରତୀୟମାନଙ୍କୁ ଗୋଲାମ ଭାବରେ ରଖିବାକୁ ସକ୍ଷମ ହୋଇଛନ୍ତି।’ ସେମାନଙ୍କ ଭାଷା ଆମଦେଶରେ ପ୍ରଚଳିତ କରିଛନ୍ତି। ଦେଶଛାଡ଼ି ଚାଲିଯିବାପରେ ବି ଆମେମାନେ ଖୋଦ ନିଜଦେଶ​‌େ​‌ର ଗୋଲାମ ପାଲଟି ଯାଇଛୁ। ଇଂ​‌େ​‌ରଜମାନେ ହିନ୍ଦୁସ୍ତାନୀଙ୍କୁ ଗୋଲାମ ବନାଇଦେ​‌େ​‌ଲ କିନ୍ତୁ ଇଂରାଜୀ ଭାଷାର ଗୋଲାମୀ ସ୍ବୀକାର କରିବା ମୂଳରେ ଆମେ ସେମାନଙ୍କୁ (ଇଂରେଜମାନଙ୍କୁ) ଦାୟୀ କରିନପାରୁ। ନିଜେ ଇଂରାଜୀ ଶିଖିବା ଓ ପିଲାଙ୍କୁ ଶିଖାଇବା ମୂଳରେ ଆମେ କେତେକଷ୍ଟ ସ୍ବୀକାର ନ କରୁଛୁ?
ଯଦି କେହି ଆମକୁ କହୁଛି, ଇଂରେଜଙ୍କ ଭଳି ଇଂରାଜୀ କୁହନ୍ତୁ, ସେ କ୍ଷେତ୍ରରେ ଆମେ ବହୁତ ଖୁସି ହୋଇ ଇଂରାଜୀ କହୁଛୁ, ହେଉ ପଛେ ଏହା ଅଶୁଦ୍ଧ। ଏହା କହିବାରେ ଆମେ ଗର୍ବ ଅନୁଭବ କରୁଛୁ। ଏହାଠାରୁ ବଳି ଦୟନୀୟ ଗୋଲାମୀ ଆଉ କ’ଣ ହୋଇପାରେ? ଇଂରାଜୀ ଭାଷା ପ୍ରତି ଆମର ଅହେତୁକ ମୋହ ରହିଛି। ଆମ ଲୋକମାନେ ସଭାରେ ଚୁପ୍‌ଚାପ୍‌ ବସି ଇଂରାଜୀ ଭାଷଣ ଶୁଣିଲେ; ଗର୍ବ, ଆନନ୍ଦ ଅନୁଭବ କଲେ ଏହା ଭାବି ଯେ ଇଂରାଜୀ କହୁଥିବା ବକ୍ତାମାନେ ଆମର ନେତା। ବକ୍ତାମାନେ ଇଂରାଜୀରେ ଯାହାସବୁ କହିଗଲେ ତା’ର ଗୁରୁତ୍ବ ଥାଇପାରେ। ହେଲେ ଏଥିରେ ସାଧାରଣ ଲୋକର କି ଲାଭ। ପ୍ରଥମତଃ ଏହା ବିଜାତୀୟ ଭାବଧାରାର ପ୍ରତୀକ, ଅନେକଙ୍କ ପକ୍ଷେ ବୁଝିବା ଯୋଗ୍ୟ ନୁହେଁ। ଭାଷା ସାହିତ୍ୟ, ସଂସ୍କୃତି, କୌଣସିଥିରେ ବି ସେ ଦାସତ୍ବର ଶୃଙ୍ଖଳକୁ ସହ୍ୟ କରିପାରୁନଥିଲେ। ଏହି ମହାନ ବିଚାରଧାରା ଯୋଗୁଁ ​‌େ​‌ମାହନ ଦାସ କରମଚାନ୍ଦ ଗାନ୍ଧୀ ପାଲଟି ଯାଇଥିଲେ ‘ଗାନ୍ଧୀ ମହାତ୍ମା’, ସଭିଙ୍କର ଅତିପ୍ରିୟ ‘ବାପୁ’- ଏହି ନାମରେ ହିଁ ଦେଶବାସୀ ତାଙ୍କୁ ସମ୍ବୋଧନ କରୁଥିଲେ।

Comments
Loading...