ଗଣତନ୍ତ୍ର ବନାମ ଭୋଟତନ୍ତ୍ର

0

ଶ୍ୟାମସୁନ୍ଦର ଅଗ୍ରୱାଲା

ଝଡ଼ ବର୍ଷା ରାତି। ଗାଈଟିଏ ଗୁହାଳ ଭିତରେ ଶୋଇଛି। କୁଆଡ଼େ ଥିଲା କୁକୁରଟାଏ ଆସି ଭୁକିବା ଆରମ୍ଭ କରିଦେଲା ଓ ଗାଈକୁ ଏ ବର୍ଷା ରାତିରେ ଗୁହାଳ ଭିତରେ ଟିକେ ଆଶ୍ରୟ ଦେବାକୁ ଅନୁରୋଧ କରି କହିଲା ‘ଭଉଣୀ, ବାହା​‌େ​‌ର ପ୍ରଚଣ୍ଡ ବର୍ଷା ହେଉଛି। ଘଡ଼ଘଡ଼ି ଚଡ଼ଚଡ଼ି ମାରୁଛି। ମୋତେ ଟିକେ ଏ ଗୁହାଳ ଭିତରେ ଆଶ୍ରୟ ଦିଅ​‌େ​‌ନ୍ତ ନି?’ ସରଳ ସ୍ବଭାବର ଗାଈଟି କୁକୁରକୁ ଆଶ୍ରୟ ଦେଇଦେଲା। ବେଳକୁବେଳ ବର୍ଷା ବଢ଼ି ବନ୍ୟା ମାଡ଼ି ଆସିବାରୁ ସାପ, ବେଙ୍ଗ, ଗୋଧି, ଶଁବାଳୁଆ ପୋକ ଓ କଙ୍କଡ଼ା ବିଛା ଇତ୍ୟାଦି ଗୁହାଳକୁ ପଶି ଆସିଲେ। ଗାଈର ଆଉ ଅନୁମତି ଲୋଡ଼ିବାକୁ ପଡ଼ିଲାନି। ଲୁଚାଛପା ସମସ୍ତେ ଭିତରକୁ ପଶି ଆସିଲେ। ଛୋଟ ଗୁହାଳରେ ଅଧିକ ଜୀବଜନ୍ତୁ ରହିବା ଫଳରେ ଗାଈକୁ ବଡ଼ ଅସୁବିଧା ହେଉଥିଲା, ତଥାପି ସବୁ ସହିକରି ସେ ଚଳୁଥିଲା।
ଦିନେ ସବୁ ଜୀବଜନ୍ତୁ ଏକାଠ ିବସି ବିଚାର କଲେ ଯେ ଗାଈଟି ବହୁତ ବଡ଼ ହୋଇଥିବାରୁ ସେ ଗୁହାଳରେ ସବୁଠୁ ଅଧିକ ଜାଗା ମାଡ଼ିବସୁଛି ଯାହା ଫଳରେ ଅନ୍ୟମାନଙ୍କୁ ଚଳପ୍ରଚଳ କରିବାରେ ଅସୁବିଧା ହେଉଛି। ଏହି ଯୁକ୍ତିରେ ସମସ୍ତେ ଏକମତ ​‌େ​‌ହାଇ ଗାଈଟିକୁ ଗୁହାଳରୁ ବାହାର କରିଦେବା ନିମନ୍ତେ ସ୍ଥିର କଲେ। ଏ କଥା ଶୁଣି ଗାଈ କୁକୁରକୁ ଡାକି କହିଲା ‘କୁକୁର ଭାଇ, ତୁମେ ଭୁଲିଗଲଣି ଯେ ତୁମକୁ ଏ ଝଡ଼ବର୍ଷରୁ ରକ୍ଷା ଦେବା ନିମନ୍ତେ ମୁଁ ହିଁ ପ୍ରଥମେ ଆଶ୍ରୟ ଦେଇଥିଲି ଆଉ ତୁମେ ମୋତେ ବହିଷ୍କାର କରିବାପାଇଁ ସ୍ଥିର କରୁଛ।’ ଗାଈ କଥା ଶୁଣି କୁକୁର ଜୋର ଜୋରରେ ଭୁକିବା ଆରମ୍ଭ କରିଦେଲା। କୁକୁର ଭୁକିବା ଶୁଣି ସାପ ଓ କଙ୍କଡ଼ା ବିଛା ଆଦି ଗାଈକୁ ଆକ୍ରମଣ କରିବା ଆରମ୍ଭ କରିଦେଲେ। ଏହା ପରେ ଗାଈଟି ଜୀବନ ବିକଳରେ ଗୁହାଳ ଛାଡ଼ି ଚାଲି ଯିବାକୁ ଉଚିତ ମନେ କଲା।
ସାମାଜିକ ଗଣମାଧ୍ୟମରେ ଏହି ଭଳି କଥାସବୁ ପଢ଼ି ଆପଣମାନେ ଯାହା ଭାବୁଛନ୍ତି ତାହା ଆଦୌ ଭୁଲନୁହେଁ। ଗାଈ ଜାଗାରେ ଭାରତୀୟମାନଙ୍କୁ ରଖି ଚିନ୍ତା କରନ୍ତୁ ଓ କୁକୁର, ସାପ, ଗୋଧି ଓ କଙ୍କଡ଼ାବିଛାମାନଙ୍କ ଜାଗାରେ ଜିହାଦୀ, ବାଂଲାଦେଶୀ ଓ ରୋହିଁଗ୍ୟାମାନଙ୍କୁ ରଖି ଦେଖନ୍ତୁ। ଭାରତୀୟମାନଙ୍କର ଭବିଷ୍ୟତ ଆପଣଙ୍କୁ ଜଳଜଳ ହୋଇ ଦେଖାଯିବ, ଜ୍ୟୋତିଷିବିଦ୍ୟାର ଆବଶ୍ୟକତା ନାହିଁ।
ଏହି ପରିପ୍ରେକ୍ଷୀରେ କୌଣସି ରାଜନୈତିକ ଚିନ୍ତାଧାରାରୁ ଦୂରେଇ ଯାଇ ଆସନ୍ତୁ ନିରପେକ୍ଷ ଭାବେ ଆଜିକୁ ତେରବର୍ଷ ତଳେ ଘଟିଯାଇଥିବା କିଛି ଘଟଣାବଳୀକୁ ଅନୁସନ୍ଧାନ କରିବା। ଯେତେବେଳେ ବାଂଲାଦେଶରୁ ଦିନକୁ ଦିନ ଏହି ଅନୁପ୍ରବେଶକାରୀମାନଙ୍କର ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଲା ସେତେବେଳେ ପଶ୍ଚିମବଙ୍ଗରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ନେତୃତ୍ବରେ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ଶାସନରେ ଥିଲେ ଓ ତାଙ୍କର ଜଣାଶୁଣା ବିରୋଧୀ ନେତ୍ରୀ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସର ନେତୃତ୍ବ ନେଇ ଲୋକସଭାରେ ପ୍ରତିନିଧିତ୍ବ କରୁଥିଲେ।
ଦୁଇହଜାର ପାଞ୍ଚ ମସିହା ଅଗଷ୍ଟ ମାସ ଚାରିତାରିଖ ଦିନ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଏହି ଅନୁପ୍ରବେଶକାରୀଙ୍କ ବିରୋଧରେ ଛିଡ଼ାହୋଇ ଲୋକସଭାରେ ଏକ ପ୍ରସ୍ତାବ ଆଗତ କରି ଆଲୋଚନା ଚାହିଁଲେ। ସେ ଯୁକ୍ତି କରିଥି​‌େ​‌ଲ ଯେ ପଶ୍ଚିମବଙ୍ଗର ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ଏହି ଅନୁପ୍ରବେଶକାରୀଙ୍କୁ ଭୋଟ ଅଧିକାର ଦେଇ ସେମାନଙ୍କୁ ସୁରକ୍ଷା ଯୋଗାଉଛି ଓ ସେମାନଙ୍କର ସହଯୋଗରେ ନିର୍ବାଚନ ଜିଣି ଗଣତନ୍ତ୍ରର ହତ୍ୟା କରୁଛି। ସେତେବେଳେ କେନ୍ଦ୍ରରେ ୟୁପିଏ ସରକାର ଶାସନରେ ଥିଲା ଓ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ଜଣେ ବରିଷ୍ଠ ନେତା ବର୍ତ୍ତମାନ ଦିବଂଗତ ସୋମନାଥ ମୁଖାର୍ଜୀ ଲୋକସଭାର ବାଚସ୍ପତି ଥିଲେ। ଏମାନେ ସମସ୍ତେ ମମତା ବାନାର୍ଜୀଙ୍କର ଏହି ଉକ୍ତିକୁ ଘୋର ବିରୋଧ କଲେ ଓ ଏହାର ଆଲୋଚନା ନିମନ୍ତେ ଆଗତ ପ୍ରସ୍ତାବକୁ ବାଚସ୍ପତି ପ୍ରତ୍ୟାଖ୍ୟାନ କରିଦେଲେ। ପ୍ରବଳ ପାଟିତୁଣ୍ଡ ହେଲା। ବିରୋଧୀ ଦଳରେ ଥିବା ଭାରତୀୟ ଜନତାପାର୍ଟିର ନେତୃବୃନ୍ଦ ମମତା ବାନାର୍ଜୀଙ୍କୁ ସମର୍ଥନ ଦେଲେ। ‘ଏହି ଅନୁପ୍ରବେଶକାରୀଙ୍କ ଭୋଟ ଲୋଭରେ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ଗଣତନ୍ତ୍ରର ହତ୍ୟା କରୁଛି’ ବୋଲି କହି ମମତା ବାନାର୍ଜୀ ତାଙ୍କ ହାତମୁଠାରେ ଥିବା ସମସ୍ତ କାଗଜପତ୍ର ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଫିଙ୍ଗିଦେଇ ଗୃହତ୍ୟାଗ କଲେ। ଭାରତୀୟ ଜନତା ପାର୍ଟିର ସଦସ୍ୟମାନେ ଟେବୁଲ ବାଡ଼େଇ ମମତା ବାନାର୍ଜୀଙ୍କ ଏହି ପଦକ୍ଷେପକୁ ସ୍ବାଗତ କଲେ।
ଆଜି ତେରବର୍ଷ ପରେ ସ୍ଥିତି ପୂରା ଓଲଟିଯାଇଛି। ବର୍ତ୍ତମାନ ଭାରତୀୟ ଜନତାପାର୍ଟି ନେତୃତ୍ବରେ ଏନଡିଏ କେନ୍ଦ୍ରରେ ସରକାର ଗଢ଼ିଛି ଓ ମମତା ବାନାର୍ଜୀଙ୍କ ନେତୃତ୍ବରେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସରକାର କରିଛି। ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ପଶ୍ଚିମବଙ୍ଗରେ ଦୁର୍ବଳ ହୋଇପଡ଼ିଛି ଓ କ୍ରମଶଃ ଧ୍ରୁବୀକରଣ ପ୍ରଭାବରୁ ନିଜର ସୁରକ୍ଷା ନିମନ୍ତେ ଏହି ଅନୁପ୍ରବେଶକାରୀଙ୍କ ଭୋଟର ଦିଶା ବର୍ତ୍ତମାନ ରାଜ୍ୟ ଶାସନରେ ଥିବା ତୃଣମୂଳ କଂଗ୍ରେସ ଅାଡ଼କୁ ମୁହାଁଇଛି। ତେଣୁ ତେରବର୍ଷ ତଳେ ଯେଉଁ ଗଣତନ୍ତ୍ରର ଦ୍ବାହି ଦେଇ ମମତା ବାନାର୍ଜୀ ଏମାନଙ୍କ ବିରୋଧରେ ଲଢ଼ୁଥିଲେ ଆଜି ସେଇ ଗଣତନ୍ତ୍ରର ଦ୍ବାହିଦେଇ ସେ ଏମାନଙ୍କ ସପକ୍ଷରେ ଅବତୀର୍ଣ୍ଣ ହୋଇଛନ୍ତି। ‘ଏମାନଙ୍କୁ ବହିଷ୍କାର କଲେ ଭାରତବର୍ଷରେ ଗୃହଯୁଦ୍ଧ ହେବ ଓ ରକ୍ତର ନଦୀ ବୋହିବ’ ବୋଲି ସେ ଧମକ ଦେଉଛନ୍ତି। ଯେଉଁ କଂଗ୍ରେସ ଦିନେ ତାଙ୍କୁ ବିରୋଧ କରୁଥିଲା ଆଜି ସେଇ କଂଗ୍ରେସ ତାଙ୍କୁ ସମର୍ଥନ ଜଣାଉଛି ଆଉ ଯେଉଁ ଭାରତୀୟ ଜନତାପାର୍ଟି ତାଙ୍କୁ ସେତେବେଳେ ସମର୍ଥନ କରୁଥିଲା ଆଜି ସେ ତାଙ୍କ ବିରୋଧରେ ଅବତୀର୍ଣ୍ଣ ହୋଇଛି।
ଏସବୁ ଦେଖି ଗାଈଟି ବିଚାରୀ ଭକୁଆ ହୋଇ ଅନେଇଛି। ଧନ୍ୟରେ ଏ ଭୋଟତନ୍ତ୍ର! କୁକୁର, ବିଲୁଆ, ଗୋଧି, ସାପ ଓ କଙ୍କଡ଼ା ବିଛା ଓଗେରଙ୍କ ସାମଗ୍ରିକ ଭୋଟ ଆଗରେ ସେ ଆଉ ତା’ର କ୍ଷତବିକ୍ଷତ ଗଣତନ୍ତ୍ର ଅସହାୟ ହୋଇ ଛିଡ଼ା ହୋଇଛି। ଗୁହାଳଟି ତା’ର ଛିନ୍ନଭିନ୍ନ ହୋଇପଡ଼ିଛି। ଅପେକ୍ଷା କରିଛି, ଦେଖାଯାଉ କେଉଁଦିନ ଗଣତନ୍ତ୍ର ଏ ଭୋଟତନ୍ତ୍ର କବଳରୁ ମୁକ୍ତି ପାଉଛି।
୯୭, ଜନପଥ, ଭୁବନେଶ୍ବର

Leave A Reply