ଇଡେନ୍ ଗାର୍ଡେନରେ ଦିବା-ରାତ୍ରୀ ଟେଷ୍ଟ ପାଇଁ ବାଂଲାଦେଶର ସବୁଜ ସଙ୍କେତ

ନୂଆଦିଲ୍ଲୀ: କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର। ଇଡେନ୍‍ ଗାର୍ଡେନରେ ବାଂଲାଦେଶ ବିପକ୍ଷରେ ଭାରତ ଖେଳିବାକୁ ଥିବା ଦିବା-ରାତ୍ରୀ ଟେଷ୍ଟ ପାଇଁ ସବୁଜ ସଙ୍କେତ ଦେଇଛି ବାଂଲାଦେଶ କ୍ରିକେଟ ବୋର୍ଡ। ବାଂଲାଦେଶ ଓ ଭାରତ ମଧ୍ୟରେ ଇଡେନ୍‍ ଗାର୍ଡେନରେ ନଭେମ୍ବର ୨୨ରୁ ୨୬ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ଦିବା-ରାତ୍ରି ମ୍ୟାଚ କରିବାକୁ ବିସିସିଆଇ ପ୍ରସ୍ତୁତି ଚଳାଇଥିଲା। ସୂଚନା ଅନୁସାରେ ବିସିସିଆଇ ବାଂଲାଦେଶ କ୍ରିକେଟ ବୋର୍ଡକୁ ନଭେମ୍ବର ୨୨ରୁ୨୬ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍‍ କୁ ଦିବା-ରାତ୍ରୀ ମ୍ୟାଚ୍‍ କରିବାକୁ ଅନୁମତି ମାଗିଥିଲା। ଏନେଇ ଖେଳାଳି ଏବଂ ଟିମ୍ ମ୍ୟାନେଜମେଣ୍ଟ ସହ ଆଲୋଚନା କରି ନିଷ୍ପତି ନେବାକୁ କହିଥିଲା ବାଂଲାଦେଶ କ୍ରିକେଟ ବୋର୍ଡ। ମଙ୍ଗଳବାର ବାଂଲାଦେଶ କ୍ରିକେଟ ବୋର୍ଡ ଦିବା-ରାତ୍ରୀ ଟେଷ୍ଟ ପାଇଁ ସବୁଜ ସଙ୍କେତ ଦେଇଛି।

ବାଂଲାଦେଶ କ୍ରିକେଟ ବୋର୍ଡ ପକ୍ଷରୁ ଦିବା-ରାତ୍ରୀ ଟେଷ୍ଟ ପାଇଁ ସବୁଜ ସଙ୍କେତ  ମିଳିବା ପରେ ଗାଙ୍ଗୁଲି ପିଟିଆଇକୁ କହିଛନ୍ତି ଏହା ଏହା ଏକ ବଡ଼ ପଦକ୍ଷେପ। ଟେଷ୍ଟ କ୍ରିକେଟକୁ ଆଗକୁ ବଢ଼ାଇବାର ଏହା ବହୁ ସହାୟକ ହେବ। ଟେଷ୍ଟ କ୍ରିକେଟରେ କମି ଆସୁଥିବା ଲୋକପ୍ରିୟତାକୁ ବଢାଇବାରେ ଦିବା-ରାତ୍ରୀ ଟେଷ୍ଟ ସହାୟକ ହେବା । ମୁଁ ଏବଂ ମୋ ଟିମ୍ ଏଥିପାଇଁ ବହୁତ ପରିଶ୍ରମ କରିଛୁ। ବିଶେଷ କରି ବିରାଟ କୋହଲିଙ୍କୁ  ଧନ୍ୟବାଦ ଜଣାଇବି ଯେ ସେ ଏଥିପାଇଁ ପ୍ରସ୍ତୁତ ହୋଇଛନ୍ତି। ଅନ୍ୟପକ୍ଷରେ ବାଂଲାଦେଶ ମଧ୍ୟ ନିଜର ପ୍ରଥମ ଦିବା-ରାତ୍ରୀ ଟେଷ୍ଟ ପାଇଁ ପ୍ରସ୍ତୁତ ହେଉଥିବା କହିଛନ୍ତି ବାଂଲାଦେଶ ଟିମର କୋଚ୍ ରସେଲ୍ ଡୋମିଙ୍ଗୋ। ସେ କହିଛନ୍ତି ଇଡେନ୍ ଗାର୍ଡେନ ଷ୍ଟାଡିୟମରେ ଭାରତ ବିପକ୍ଷରେ ଏକ ବଡ଼ ମ୍ୟାଚ୍ ହେବ। ଏହା ଏକ ଐତିହାସିକ ମୁହୂର୍ତ୍ତ ହେବ। ଭାରତ ଏପର୍ୟ୍ୟନ୍ତ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିନାହିଁ। ଏହା ଉଭୟ ଭାରତ ଓ ବାଂଲାଦେଶ ପାଇଁ ନୂଆ ଏବଂ ଏହି ମ୍ୟାଚ୍ ପରସ୍ପରକୁ ନିକଟତର ମଧ୍ୟ କରାଇବ।

Comments are closed.