ୟାମିଙ୍କୁ ଇଡିର ସମନ

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ୟାମି ଗୌତମଙ୍କୁ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଶୁକ୍ରବାର ସମନ କରାଯାଇଛି। ବୈଦେଶିକ ବିନିମୟ ପରିଚାଳନା ଆଇନ(ଫେମା) ଉଲ୍ଲଂଘନ ଅଭିଯୋଗରେ ଅଭିନେତ୍ରୀଙ୍କୁ ଇଡି ପଚରାଉଚରା ପାଇଁ ଡକାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ନିକଟରେ ଚଳଚ୍ଚିତ୍ର ନିର୍ମାତା ଆଦିତ୍ୟ ଧରଙ୍କ ସହ ବିବାହ କରିଥିଲେ ୟାମି । ସୂଚନା ଅନୁଯାୟୀ ୟାମି ଫେମା ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଇଡିର ଜୋନ୍ ୨ ଦ୍ୱାରା ଏହି ମାମଲାର ଅନୁସନ୍ଧାନ କରାଯାଉଛି।

Comments are closed.